ମହାତ୍ମା ସାଧନ, ମହାତ୍ମା କଷଣ…

ତୁଷାରକାନ୍ତ

ଆଜନ୍ମ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ସେତେବେଳକୁ ଚାହିଁ ଏକ ଥିଲାବାଲା ପରିବାରରେ ଜନ୍ମଗ୍ରହଣ କରି ନିଜ ପରିବାରର ସମ୍ପତ୍ତି ବଢ଼େଇବାରେ ବ୍ରତୀ ନ ହୋଇ ନ ଥିଲାବାଲାଙ୍କ ଉତ୍‌ଥାନ ପାଇଁ ନିଜର ସ୍ବଳ୍ପକାଳୀନ ଜୀବନକାଳ ଭିତରେ ଚେଷ୍ଟିତ ଥିଲେ । ସେ ଚାହିଁଥିଲେ ଦୁର୍ନୀତି, ଶୋଷଣ ନ ହେଉ ବିଶେଷକରି ଭଗବାନ୍‌ଙ୍କ ନାମରେ ନ ହେଉ; କିନ୍ତୁ ଏବେ ତାହା ଚରମସୀମାରେ।
ଯେଉଁ ନ ଥିଲାବାଲାଙ୍କ ପାଇଁ ଭଗବତୀ ଚରଣ ପ୍ରୟାସରତ ଥିଲେ, ଖୋଲାବଜାର ଅର୍ଥନୀତିରେ ସେମାନେ ତଳକୁ ତଳକୁ ଯାଉଛନ୍ତି ଓ ଯିଏ ଯେତେ ଦଳୀୟ ଚାନ୍ଦା ଦେଉଛନ୍ତି, ସେମାନଙ୍କ ସମ୍ପତ୍ତି ସେତେ ବଢ଼ୁଛି। ଏହିପରି ଦୈନିକ ଘଟୁଥିବା ବାସ୍ତବତା ଭିତରୁ ଉଦାହରଣ ଛଳରେ ଗୋଟିଏ ଦର୍ଶାଗଲା: ୧୫ ନଭେମ୍ବର ୨୦୧୭ର କଥାଟିଏ। ଝାଡ଼ଖଣ୍ଡର ସିମ୍‌ଡେଗା ଜିଲା ଅନ୍ତର୍ଗତ କାରିମେଟି ଗ୍ରାମର ସନ୍ତୋଷୀ କୁମାରୀ(୧୧) ନାମ୍ନୀ ବାଳିକାଟିଏ ଭୋକରେ ‘ଭାତ, ଭାତ’ ମାଗି ମାଗି ମରିଗଲେ। ତାଙ୍କ ପରିବାରର ଆଧାର କାର୍ଡ ବିପିଏଲ୍‌ ଚାଉଳ ଯୋଜନାରେ ବୈଷୟିକ ତ୍ରୁଟିରୁ ସଂଯୋଗ ହୋଇପାରି ନ ଥିବାରୁ ସେମାନଙ୍କୁ ରିହାତି ଚାଉଳ ମିଳି ନ ଥିଲା। ଯଦିଓ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି, ଯାହା ଅସୁବିଧା ଥିଲେ ବି ରିହାତି ଚାଉଳ ଦିଆଯିବା ବନ୍ଦ ହେବ ନାହିଁ। କଥାଟି କିନ୍ତୁ ଏଇଠି ସରିଲା ନାହିଁ। ସରକାରଙ୍କୁ ସୁରକ୍ଷା ଦେବାକୁ ବଡ଼ ହାକିମ ଭଗବାନ୍‌ଙ୍କ ଆୟତ୍ତରେ ଥାଇ କହିଥିଲେ, ପୋଷ୍ଟମର୍ଟମ ରିପୋର୍ଟରେ ଝିଅର ପେଟରେ ଦାନା ଥିବାରୁ ସେ ଭୋକରେ ମରି ନାହିଁ।
ଏହିଭଳି ଗରିବଙ୍କ କଥା ଭଗବତୀ ଚରଣ ତାଙ୍କ ‘ଶିକାର’ ଗପରେ ବର୍ଣ୍ଣନା କରିଥିଲେ। କିନ୍ତୁ ସେଥିରେ ଥିବା ଶୋଷଣ ବିରୋଧୀ ମୁଖ୍ୟ ଚରିତ୍ର ଘିନୁଆ ଏବେ ଶୋଷକ ଗୋବିନ୍ଦ ସର୍ଦ୍ଦାର ପାଖେ ପେଟି କଣ୍ଟ୍ରାକ୍ଟର ହୋଇ ଗରିବ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି। ରାଜନୀତିରେ ଧର୍ମର ପ୍ରଭାବକୁ ବିରୋଧ କରୁଥିଲେ ଭଗବତୀ ଚରଣ। କିନ୍ତୁ ଏବେ ତାହା ଶୀର୍ଷ ସ୍ଥାନରେ,କେବଳ ଧର୍ମକୁ ବ୍ୟବହାର କରି ଭୋଟ ସଂଗ୍ରହ ପାଇଁ। ଲୋକମାନଙ୍କ ମୌଳିକ ସମସ୍ୟା ସମାଧାନ ଯେଉଁ ଶାସକ କରି ନ ପାରନ୍ତି, ସେମାନେ ଏପରି କରିଥା’ନ୍ତି। ସେ ବାବଦରେ ଦୈନିକ ଘଟୁଥିବା ଶହ ଶହ ଘଟଣାରୁ ଉଦାହରଣ ଛଳରେ ଗୋଟିଏ ନିମ୍ନରେ ବର୍ଣ୍ଣନା କରାଗଲା।
୨୦୨୧ ସେପ୍ଟେମ୍ବର ୩୦ରେ ସ୍ବଘୋଷିତ ଜଣେ ବ୍ରହ୍ମର୍ଷି ଘୋଷଣା କରିଥିଲେ, ୨ଅକ୍ଟୋବର ୨୦୨୧ ଦିବା ୧୨ ଘଟିକା ସୁଦ୍ଧା ଭାରତ ସରକାର (କ) ଦେଶକୁ ହିନ୍ଦୁରାଷ୍ଟ୍ର ଘୋଷଣା ନ କଲେ ଓ (ଖ) ମୁସଲମାନ/ ଖ୍ରୀଷ୍ଟିଆନମାନଙ୍କ ନାଗରିକତ୍ୱ ରଦ୍ଦ ନ କଲେ ସେ ଠିକ୍‌ ତା’ ପରେ ପରେ ସରଯୁ ନଦୀରେ ଜଳସମାଧି ନେଇ ଶରୀର ତ୍ୟାଗ କରିବେ। ତା’ପରେ ଚିରାଚରିତ ଢଙ୍ଗରେ ପୋଲିସ ତାଙ୍କ ନିବାସସ୍ଥଳୀରୁ ସେ ବାହାରି ନ ପାରିବାକୁ ଜଗି ରହିଲେ। ବହୁ ଭକ୍ତ ବି ସେଠି ତମ୍ବୁ ମାରି ଡେରା ପକାଇଲେ। ଏହା ପରେ ବ୍ରହ୍ମର୍ଷି କହିଥିଲେ, ”ଏଥିପାଇଁ ବି ବାଟ କରିସାରିଛି। ସରଯୁ ନଦୀରୁ କମଣ୍ଡଳୁରେ ପାଣି ଆଣି ରଖିଛି ଓ ନିର୍ଦ୍ଧାରିତ ସମୟରେ ସେଥିରେ ନାକ ବୁଡ଼େଇ ଅଣନିଃଶ୍ବାସୀ ହୋଇ ଶରୀର ତ୍ୟାଗ କରିବି।“ ଏହା ଭିତରେ ତାଙ୍କ ଭକ୍ତଗଣ ତାଙ୍କ ପାଇଁ ସବୁଦିନିଆ କଡ଼ା ସୁରକ୍ଷା ବ୍ୟବସ୍ଥା ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି କରିସାରିଥିଲେ ଓ ବ୍ରହ୍ମର୍ଷିଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଭଗବତୀ ଚରଣ ସାମ୍ପ୍ରଦାୟିକତାର ଘୋର ବିରୋଧୀ ଥିଲେ। ‘ଆମରି ନାଆରେ ଆମେ ନାଉରି ହେବା’ ପାଇଁ ଭଗବତୀ ଚରଣ ନିଜ ଜୀବନକୁ ବାଜି ଲଗେଇଥିଲେ। ଭଗବତୀ ଚରଣ ଗରିବଙ୍କ ପାଇଁ ଯଥାଯଥ ଗଣତନ୍ତ୍ରର ପ୍ରଚଳନ ପାଇଁ ସଂଗ୍ରାମରତ ଥିଲେ। ୧୯୧୯ ଜାନୁୟାରୀ ୨୮ରେ ଜର୍ମାନୀର ଏକ ଉଦାରପନ୍ଥୀ ଛାତ୍ର ସମାବେଶରେ ଯୋଗଦେଇ ସେଠାରେ ସମାଜ ବିଜ୍ଞାନର ଜନ୍ମଦାତା ମାକ୍‌ସ ୱେବର କହିଥିଲେ, ରାଜନୀତି ହେଉଛି ଅନ୍ୟ ସମସ୍ତ ବୃତ୍ତିଠାରୁ ଭିନ୍ନ ଏକ ସ୍ବତନ୍ତ୍ର ବୃତ୍ତି, ଯାହାର ନିଜର ଏକ ସ୍ବତନ୍ତ୍ର ବାଧ୍ୟବାଧକତା ରହିଛି। ଏଥିଯୋଗୁ ସଇତାନୀ ଶକ୍ତି ସହିତ ଚୁକ୍ତି କରିବାକୁ ପଡ଼ିଥାଏ, କୌଣସି ନୈତିକ ବଳ ସେମାନଙ୍କର ସହାୟକ ହୋଇ ନ ଥାଏ ଏବଂ ନିଜ ହାତକୁ ମଇଳା କରିବା ବ୍ୟତୀତ ସେମାନଙ୍କର ଅନ୍ୟ ଉପାୟ ନ ଥାଏ। ଏକ କଠିନ ପଟାରେ ଧୀର ଓ ମନ୍ଥର ଗତିରେ କଣା କରିବା ପାଇଁ ଅନବରତ ଚେଷ୍ଟାକରି ଚାଲିବା ହେଉଛି ରାଜନୀତି ବୃତ୍ତିଧାରୀମାନଙ୍କ ବାଧ୍ୟତାମୂଳକ କାର୍ଯ୍ୟ। ଏହା ଏବେ ଆମ ଦେଶ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରଯୁଜ୍ୟ। ଜେଲରେ ଥାଇ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ତାଙ୍କ ଡାଏରିରେ ଲେଖିଥିଲେ ”ଆମକୁ ସ୍ବାଧୀନତା ମିଳିବା ପରେ ପରେ ନିର୍ବାଚନଜନିତ ଦୁର୍ନୀତି, ଅନ୍ୟାୟ, ଶକ୍ତିଶାଳୀଙ୍କ ଧନବଳଜନିତ ଅତ୍ୟାଚାର ସାଧାରଣ ଜନତାଙ୍କ ଜୀବନକୁ ନର୍କ ବନେଇଦେବ“।
୧୯୪୭ ଫେବୃୟାରୀ ୨୯ରେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟ୍‌ଲି ‘ଭାରତ ପାଇଁ ସ୍ବାଧୀନତାର ଧାରା- ‘INDIAN ।NDEPENDENT ACT’ପେସ୍‌ କରିବା ସମୟରେ ତତ୍କାଳୀନ ବିରୋଧୀ ଦଳ ନେତା ଉଇନ୍‌ଷ୍ଟନ ଚର୍ଚ୍ଚିଲ କହିଥିଲେ- ”ଏବେ ସ୍ବାଧୀନତା ଦିଅନାହିଁ। ଏବେ ଭାରତୀୟମାନେ ସ୍ବାଧୀନତାର କ, ଖ, ଗ, ଘ ଜାଣିନାହାନ୍ତି। ବର୍ବରତାରୁ ରାଜତନ୍ତ୍ର ବାଟରେ ଆସି ଗଣତନ୍ତ୍ରରେ ପହଞ୍ଚତ୍ବା ସମ୍ଭବ ନୁହେଁ। ସେମାନେ ଅପ୍ରସ୍ତୁତ ନେତାସମୂହ। ମ୍ୟାଜିକ୍‌ (ହାତ ସଫେଇ) ଦେଖାଇ ବଞ୍ଚନ୍ତି। ଏବେ ସେମାନଙ୍କୁ ସ୍ବାଧୀନତା ଦେଲେ ବାଡ଼ିଆପିଟା ହୋଇ ମରିବେ। ପାଣି ଓ ବାୟୁ ପାଇଁ ସାଧାରଣ ଜନତାଙ୍କୁ ଟିକସ ଦେବାକୁ ପଡ଼ିବ। ହେ ଅଟ୍‌ଲି, ପ୍ରଭୁ ଯିଶୁ ବି ତୁମକୁ କ୍ଷମା ଦେବେନାହିଁ “। ଚର୍ଚ୍ଚିଲଙ୍କ ସେହି ‘ମ୍ୟାଜିକ୍‌’ କଥାଟିକୁ ୨୦୦୧ରୁ ୨୦୦୩ ଭିତରେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ରବର୍ଟ ବ୍ଲାକ୍‌ୱେଲ ଟିକିଏ ବୁଲେଇ ବଙ୍କେଇ ତାଚ୍ଛଲ୍ୟଭରା କଣ୍ଠରେ କହିଥିଲେ- ବିଭିନ୍ନବର୍ଣ୍ଣା ସମାଜ ଓ ବିଶାଳ ସମାହାରର ଦେଶ ହେଉଛି ଭାରତବର୍ଷ। ଏଠାରେ ଗଣତନ୍ତ୍ରର ହାତସଫେଇ ଚାଲେ ଓ ବୁଦ୍ଧିଜୀବୀଙ୍କ ପାଇଁ ସ୍ବର୍ଗ।
ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, ”ମହାତ୍ମା ସାଧନ, ମହାତ୍ମା କଷଣ-ନ ଯାଏ ଜଗତେ କେବେ ଅକାରଣ“। କିନ୍ତୁ ତାଙ୍କ ସହ ଗାନ୍ଧିଜୀଙ୍କଠାରୁ ଭଗବତୀ ଚରଣଙ୍କ ସହିତ ସବୁ ମହାତ୍ମାଙ୍କର ସାଧନ ଓ କଷଣ ଅକାରଣ ହୋଇଯାଇଛି। ସତରେ କ’ଣ ସେସବୁ ଲେଉଟି ଆସିବ?
ମୋ: ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri