ଏଇ ଭାରତରେ

ଅଭିନବ ପଦ୍ଧତିରେ ବର୍ଜ୍ୟର ଉପଯୋଗ କରିବାରେ ଉତ୍ତରପ୍ରଦେଶ ହରିହରପୁରର ରବି ପ୍ରସାଦଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ରବିଙ୍କ ବୟସ ୩୬। ସେ କଦଳୀ ଗଛ ବର୍ଜ୍ୟରୁ ଚପଲ, ଟୋପି, ଗ୍ରୋ ବ୍ୟାଗ୍‌, କାର୍ପେଟ୍‌ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟରେ ୪୫୦ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ଏଥିପାଇଁ ରବି ‘ମଲାଓ୍ବା କେଲା ରେସ୍‌ ଉପତ୍ାଦନ ଲଘୁ ଉଦ୍ୟୋଗ କେନ୍ଦ୍ର’ ପ୍ରତିଷ୍ଠା କରିଛନ୍ତି। ହରିହରପୁର ଆଖପାଖରେ ଅଧିକ କଦଳୀ ଚାଷ କରାଯାଏ ଓ ଚାଷୀମାନେ କଦଳୀ ଉପତ୍ାଦନ ପରେ ଗଛକୁ ବର୍ଜ୍ୟ ଭାବେ ଫିଙ୍ଗିଦିଅନ୍ତି। ଏହାର ପୁନଃ ଉପଯୋଗ କିଭଳି କରାଯାଇପାରିବ ସେହି କଥା ଚିନ୍ତାକରି ରବି ଏହି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିତ୍ଲେ। ରବି ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଚାକିରି ଛାଡ଼ି ସେ କଦଳୀ ଗଛ ବର୍ଜ୍ୟରୁ ଆୟ କରିବା ପାଇଁ ଲାଗି ପଡ଼ିଲେ ଓ ଖୁବ କମ୍‌ ଦିନରେ ସଫଳତା ପାଇଲେ। ଏଥିତ୍ପାଇଁ ବିଭିନ୍ନ ପ୍ରଦର୍ଶନୀକୁ ଯାଇ ହସ୍ତକଳା କାର୍ଯ୍ୟରେ ଜଡ଼ିତ ଲୋକଙ୍କୁ ଭେଟିବା ପରେ ଏ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିତ୍ଲେ। ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଲୋନ୍‌ ଆଣି ଏହି କେନ୍ଦ୍ର ପ୍ରତିଷ୍ଠା କରିଥିତ୍ଲେ। କଦଳୀ ବର୍ଜ୍ୟରୁ ଉପତ୍ାଦ ପ୍ରସ୍ତୁତି ପ୍ରକ୍ରିୟାରେ ଯେଉଁ ବର୍ଜ୍ୟ ବାହାରୁଛି ସେଥିରେ ମଧ୍ୟ ସେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ଯୋଗାଉଛନ୍ତି। ଏବେ ରବିଙ୍କ ଉପତ୍ାଦ ଦିଲ୍ଲୀ, ମଧ୍ୟପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବିକ୍ରି ହେଉଛି। ପ୍ରତିବର୍ଷ ସେ ୫୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନୀକୁ ଯାଉଛନ୍ତି। ବର୍ଷକୁ ଏଥିରୁ ୯ ଲକ୍ଷ ଟଙ୍କା ରୋଜଗାର କରିବା ସହ ମହିଳାମାନଙ୍କୁ ବି ରୋଜଗାରକ୍ଷମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତକୁ ଖାଇଲା ବାଡ଼

ହରିଶଙ୍କର ମିଶ୍ର ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ ରାଜ୍ୟ ପ୍ରଗତିର ବାଧକ। ମାତ୍ର କ୍ଷେତକୁ ଖାଉଥିବା ବାଡ଼ ପରି ସରକାରୀ ଅର୍ଥର ବାଟମାରଣା ବା ଦୁରୁପଯୋଗ...

ଅଭେଦ୍ୟ ରହସ୍ୟ

ହରିଶଙ୍କର ମିଶ୍ର ଶ୍ରୀଜଗନ୍ନାଥ ହିଁ ସମଗ୍ର ବିଶ୍ବରେ ଓଡ଼ିଶାର ଶ୍ରେଷ୍ଠ ପରିଚୟ। ତାଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ର ଭାରତର ଚାରିଧାମରୁ ଅନ୍ୟତମ। କ୍ଷେତ୍ରର ମାହାତ୍ମ୍ୟ ଯୋଗୁ ଆଦି...

ଜାତି ବିଚାରଧାରା

ନିକଟରେ ସୁପ୍ରିମକୋର୍ଟ ସମ୍ବିଧାନର ୧୦୩ତମ ସଂଶୋଧନକୁ କାଏମ ରଖିଛନ୍ତି। ଏହାକୁ ମଧ୍ୟବିତ୍ତ ବର୍ଗ ପ୍ରଶଂସା କରିଛନ୍ତି। ସମସ୍ତଙ୍କ ପାଇଁ ସଂରକ୍ଷଣ ଦ୍ୱାର ଉନ୍ମୁକ୍ତ କରାଯିବା ଦୃଷ୍ଟିକୋଣ...

ଏଇ ଭାରତରେ

ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ଥିବା ଆଦିବାସୀମାନଙ୍କ ଜମି ଫେରାଇ ଆଣିବା ଲାଗି ଅଭିଯାନ ଜାରି ରଖିଛନ୍ତି ସବ୍‌ନମ ଶାହା। ରହନ୍ତି ମଧ୍ୟପ୍ରଦେଶ ଅଶୋକନଗର ଜିଲା ମୁଙ୍ଗାଓଲି...

‘ଅନୁପ୍ରବେଶ’କୁ ଅନୁମତି

ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ଆମ ଅଞ୍ଚଳକୁ ଜବରଦଖଲ ବା ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ମନ ଭୁଲାଣିଆ କଥା କହି, ସୁବିଧା ସୁଯୋଗ...

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...

ଆଜିର ଅର୍ଥନୀତି/ ନିଅଣ୍ଟିଆ ବୃଷ୍ଟି

ମୌସୁମୀ ଏ ବର୍ଷ ଓଡ଼ିଶା ପ୍ରତି ବେଶି ସଦୟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ବିଭିନ୍ନ ଜିଲାରେ ବୃଷ୍ଟିପାତର ଆବଣ୍ଟନ...

ଜୀବନର ସାତରଙ୍ଗ

ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ...

Advertisement
Archives

Model This Week