ଏଇ ଭାରତରେ

ଅଭିନବ ପଦ୍ଧତିରେ ବର୍ଜ୍ୟର ଉପଯୋଗ କରିବାରେ ଉତ୍ତରପ୍ରଦେଶ ହରିହରପୁରର ରବି ପ୍ରସାଦଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ରବିଙ୍କ ବୟସ ୩୬। ସେ କଦଳୀ ଗଛ ବର୍ଜ୍ୟରୁ ଚପଲ, ଟୋପି, ଗ୍ରୋ ବ୍ୟାଗ୍‌, କାର୍ପେଟ୍‌ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟରେ ୪୫୦ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ଏଥିପାଇଁ ରବି ‘ମଲାଓ୍ବା କେଲା ରେସ୍‌ ଉପତ୍ାଦନ ଲଘୁ ଉଦ୍ୟୋଗ କେନ୍ଦ୍ର’ ପ୍ରତିଷ୍ଠା କରିଛନ୍ତି। ହରିହରପୁର ଆଖପାଖରେ ଅଧିକ କଦଳୀ ଚାଷ କରାଯାଏ ଓ ଚାଷୀମାନେ କଦଳୀ ଉପତ୍ାଦନ ପରେ ଗଛକୁ ବର୍ଜ୍ୟ ଭାବେ ଫିଙ୍ଗିଦିଅନ୍ତି। ଏହାର ପୁନଃ ଉପଯୋଗ କିଭଳି କରାଯାଇପାରିବ ସେହି କଥା ଚିନ୍ତାକରି ରବି ଏହି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିତ୍ଲେ। ରବି ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଚାକିରି ଛାଡ଼ି ସେ କଦଳୀ ଗଛ ବର୍ଜ୍ୟରୁ ଆୟ କରିବା ପାଇଁ ଲାଗି ପଡ଼ିଲେ ଓ ଖୁବ କମ୍‌ ଦିନରେ ସଫଳତା ପାଇଲେ। ଏଥିତ୍ପାଇଁ ବିଭିନ୍ନ ପ୍ରଦର୍ଶନୀକୁ ଯାଇ ହସ୍ତକଳା କାର୍ଯ୍ୟରେ ଜଡ଼ିତ ଲୋକଙ୍କୁ ଭେଟିବା ପରେ ଏ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିତ୍ଲେ। ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଲୋନ୍‌ ଆଣି ଏହି କେନ୍ଦ୍ର ପ୍ରତିଷ୍ଠା କରିଥିତ୍ଲେ। କଦଳୀ ବର୍ଜ୍ୟରୁ ଉପତ୍ାଦ ପ୍ରସ୍ତୁତି ପ୍ରକ୍ରିୟାରେ ଯେଉଁ ବର୍ଜ୍ୟ ବାହାରୁଛି ସେଥିରେ ମଧ୍ୟ ସେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ଯୋଗାଉଛନ୍ତି। ଏବେ ରବିଙ୍କ ଉପତ୍ାଦ ଦିଲ୍ଲୀ, ମଧ୍ୟପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବିକ୍ରି ହେଉଛି। ପ୍ରତିବର୍ଷ ସେ ୫୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନୀକୁ ଯାଉଛନ୍ତି। ବର୍ଷକୁ ଏଥିରୁ ୯ ଲକ୍ଷ ଟଙ୍କା ରୋଜଗାର କରିବା ସହ ମହିଳାମାନଙ୍କୁ ବି ରୋଜଗାରକ୍ଷମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri