Posted inଜାତୀୟ

ମହାରାଷ୍ଟ୍ରର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଛି, ସତ୍ୟ କହୁଥିବା ଲୋକଙ୍କ ଶତ୍ରୁ ଦିଲ୍ଲୀରେ…

ମୁମ୍ବାଇ,୧୩।୧୧ : ଜେଲରୁ ବାହାରିବା ପରଠାରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କ୍ରମାଗତ ଭାବରେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଏହି କ୍ରମରେ ସେ ରବିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଯାଇଛି। ଏଠାରେ ବର୍ତ୍ତମାନ ଲୋକମାନେ ଚାହୁଁ ନାହାଁନ୍ତି ଯେ ସେମାନଙ୍କର ବିରୋଧୀ ବଞ୍ଚନ୍ତୁ। ସେ କହିଛନ୍ତି ଯେ ଜେଲରୁ ବାହାରିବା ପରେ ସେ ଏହା ପୁଣି ଥରେ ଅନୁଭବ କରିଛନ୍ତି।

ସେ ଉଦ୍ଧବ ଠାକରେଙ୍କ  ନେତୃତ୍ୱାଧୀନ ଶିବସେନା ଦଳର ମୁଖପତ୍ର ସାମନାରେ ନିଜର ସାପ୍ତାହିକ ସ୍ତମ୍ଭକୁ ପୁଣି ଆରମ୍ଭ କରି ଭାଜପା ଏବଂ ଶିନ୍ଦେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ରାଜ୍ୟରେ ଘୃଣାର ଭାବନା ରହିଛି ଏବଂ ରାଜନେତାମାନେ ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେଉଁଠାରେ ସେମାନେ ବିରୋଧୀଙ୍କ ବଞ୍ଚିବା ଚାହୁଁ ନାହାନ୍ତି। ରାଜ୍ୟର ରାଜନୈତିକ ଲୋକେ ଏବେ ପରସ୍ପରକୁ ମାରିବାକୁ ସ୍ଥିର କରୁଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତବ୍ୟ ବିଷୟରେ ମୋତେ ପଚରାଗଲା ଯେ ରାଜନୀତିରେ ତିକ୍ତତା ଶେଷ ହେବା ଉଚିତ? ଏଥିପାଇଁ ମୁଁ ଉତ୍ତର ଦେଲି ଯେ ସେ ସତ କହୁଛନ୍ତି, କିନ୍ତୁ ଗଣମାଧ୍ୟମ କହିବା ଆରମ୍ଭ କରିଛି ଯେ ମୁଁ ଶାନ୍ତ ହୋଇ ଯାଇଛି।

ଗଣତନ୍ତ୍ର ଏବଂ ସ୍ବାଧୀନତା ଆଉ ନାହିଁ, ବର୍ତ୍ତମାନ କେବଳ ଏହାର ନାମ ବାକି ଅଛି। ରାଜନୀତିରେ ଜହର ବ୍ୟାପୁଛି। ବ୍ରିଟିଶ ଶାସନ କାଳରେ ଏଭଳି ହୋଇ ନ ଥିଲା। ଦିଲ୍ଲୀର ଆଜିର ଶାସକମାନେ ଆଜି ନିଜ ପସନ୍ଦର କଥା ଶୁଣିବାକୁ ଚାହୁଁଛନ୍ତି। ଯେଉଁମାନେ ତାଙ୍କ ପସନ୍ଦର କଥା କୁହନ୍ତି ନାହିଁ ସେମାନଙ୍କୁ ଦିଲ୍ଲୀରେ ବସିଥିବା ନେତା ଶତ୍ରୁ ଭାବରେ ବିବେଚନା କରନ୍ତି। ଦେଶର ସ୍ଥିତି ଏଭଳି ହୋଇଛି ଚାଇନା, ପାକିସ୍ତାନ ଦିଲ୍ଲୀର ଶତ୍ରୁ ନୁହଁନ୍ତି, କିନ୍ତୁ ଯେଉଁମାନେ ସତ କୁହନ୍ତି ସେମାନଙ୍କୁ ସିଧା ସଳଖ ଶତ୍ରୁ ଭାବରେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri