Advertisement
Posted inଖେଳ

ହାତରେ କଳା ପଟି ବାନ୍ଧି ଫାଇନାଲ ଖେଳୁଛନ୍ତି ଇଂଲଣ୍ଡ ଖେଳାଳି

ମେଲବୋର୍ନ,୧୩।୧୧: ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମୁକାବିଲା ଖେଳୁଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ଖେଳୁଥିବା ଦେଖାଯାଇଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇଂଲଣ୍ଡ ଖେଳାଳିମାନେ ପୂର୍ବତନ କିମ୍ବଦନ୍ତୀ ଖେଳାଳି ଡେଭିଡ୍‌ ଇଂଲିଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଇଂଲଣ୍ଡ ଫାଇନାଲ ଖେଳିବାର ଗୋଟିଏ ଦିନ ପୂର୍ବରୁ ଡେଭିଡ୍‌ଙ୍କ ପରଲୋକ ଘଟିଛି। ୭୬ ବର୍ଷରେ ହୃଦ୍‌ଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଡେଭିଡ୍‌ ଇଂଲଣ୍ଡ କ୍ରିକେଟରେ ବଡ ଯୋଗଦାନ ଦେଇଛନ୍ତି। ୧୫ ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତା ବନବୁରୀ ଫେଷ୍ଟିଭାଲ ମାଧ୍ୟମରେ ସେ ଅନେକ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା ଇଂଲଣ୍ଡକୁ ୧୦୦୦ରୁ ଅଧିକ ଘରୋଇ ଏବଂ ୧୨୫ ଅନ୍ତର୍ଜାତୀୟ କ୍ରିକେଟର ଦେଇଛି। ବିଶେଷକରି ଚଳିତ ବିଶ୍ୱକପ୍‌ ଖେଳୁଥିବା ଟିମ୍‌ରେ ସମାନ ଇଭେଣ୍ଟରେ ଆଗକୁ ବଢ଼ିଥିବା କିଛି ଖେଳାଳି ମଧ୍ୟ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ର଼୍ୟାଙ୍କିଙ୍ଗ୍‌: ଆଜମ୍‌ଙ୍କୁ ହଟାଇଲେ ମଲନ

ଦୁବାଇ, ୧୦।୯(ପି.ଟି.)- ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଦାଓ୍ବିଦ ମଲନ। ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ...

ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି

ଲଣ୍ଡନ,୨୫।୫- ଭାରତୀୟ ଦଳକୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ତାଙ୍କ ରିଷ୍ଟର ସ୍କାନ କରାଯିବା...

ରାହୁଲଙ୍କ ଚମତ୍କାର ଶତକ:ମୁମ୍ବାଇକୁ ୧୬୯ ରନ୍‌ର ଟାର୍ଗେଟ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା...

କୋଲେମାନଙ୍କୁ ୧୦୦ ମି. ସ୍ବର୍ଣ୍ଣ

ଦୋହା,୨୯।୯(ଏଏଫ୍‌ପି): ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସର ସବୁଠୁ ଲୋକପ୍ରିୟ ଇଭେଣ୍ଟ ପୁରୁଷ ୧୦୦ ମିଟରରେ ଆମେରିକୀୟ ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲେମାନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି...

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ଲଣ୍ଡନ,୧୧।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ୧୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ କିନ୍ତୁ ତିନି ମ୍ୟାଚ...

କୋର୍ଟରେ ମିଥ୍ୟା କହିଥିଲେ ପୁଏର୍ଟା

ବୁଏନ୍‌ସ୍ସଏୟାର୍ସ, ୫ା୮ (ଏପି)-ବାସନ୍ଦ ଦଣ୍ଡ ହ୍ରାସ କରିବା ପାଇଁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମିଥ୍ୟା ବୟାନ ଦେଇଥିବା ସ୍ବୀକାର କରିଛନ୍ତି ଦୁଇଥର...

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ରିଷ୍ଟ ସ୍ପିନରଙ୍କ ଅନୁପସ୍ଥିତି ଚିନ୍ତାଜନକ: କାନେରିଆ

ନୂଆଦିଲ୍ଲୀ,୧୨।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ (ଡବ୍ଲ୍ୟଟିସି) ଫାଇନାଲ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ କୌଣସି ରିଷ୍ଟ ସ୍ପିନର ସ୍ଥାନ...

Advertisement
Archives

Model This Week