ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ରେଭେନ୍‌ ପୂର୍ବରୁ ସିକ୍ୟୁରିଟି ଗାର୍ଡ(ସୁରକ୍ଷାକର୍ମୀ) ଭାବେ କାମ କରୁଥିଲେ। ୨୦୧୯ ଡିସେମ୍ବରରେ ତାଙ୍କ ଚାକିରି ଚାଲିଯାଇଥିଲା। ଏହାପରେ ଜୁନ ୨୦୨୦ରେ ସେ ନିଜର ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିଲେ। ଏବେ ମାସକୁ ତାଙ୍କର ୫୦ହଜାର ଟଙ୍କା ଲାଭ ହେଉଛି। ଏବେ ସେ ୫ଜଣ କର୍ମଚାରୀ ରଖିଛନ୍ତି। ସେମାନେ ଦିନକରେ ୭୦୦ କପ୍‌ ଚା ବିକ୍ରି କରିଥାନ୍ତି।

ଛଅ ବର୍ଷ ପୂର୍ବେ କାମ ଅନ୍ବେଷଣରେ ରେଭେନ୍‌ ପୁଣେ ଆସିଥିଲେ। ପରେ ସୁରକ୍ଷାକର୍ମୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେଥିରୁ ତାଙ୍କୁ ମାସକୁ ୧୨ହଜାର ଟଙ୍କା ମିଳୁଥିଲା। ହେଲେ ଡିସେମ୍ବରରେ ଚାକିରି ଚାଲିଯାଇଥିଲା। ପରେ ସେ ଏକ ଜାଗା ଭଡ଼ାରେ ନେଇ ସେଠାରେ ଚା’ ଏବଂ ସ୍ନାକ୍ସର ଦୋକାନ ଖୋଲିଥିଲେ। ହେଲେ ଲକ୍‌ଡାଉନ୍‌ ତାଙ୍କୁ ଅସୁବିଧାରେ ପକାଇଥିଲା। ଜୁନ୍‌ରୁ ଧିରେ ଧିରେ ସବୁକିଛି ସ୍ବାଭାବିକ ହେବା ପରେ ଏବେ ବିକ୍ରି ପୂର୍ବଭଳି ହେଉଛି। ବିଶେଷକରି ସରକାରୀ/ବେସରକାରୀ କାର୍ଯ୍ୟାଳୟକୁ ମାଗଣା ଚା’ ପଠାଇ ସେ କାମ ଆରମ୍ଭ କରିଥିଲେ। ଧିରେ ଧିରେ ଚା’କୁ ଲୋକେ ଭଲପାଇବା ପରେ ସେ ଟଙ୍କା ନେଉଛନ୍ତି। ଅଦା ଚା’ ସହ କଫି ଏବଂ ଗରମ କ୍ଷୀର ମଧ୍ୟ ସେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି।

ଚା’ର ଛୋଟ କପ୍‌ ପିଛା ୬ ଟଙ୍କା ଏବଂ ବଡ୍‌ କପ୍‌ର ମୂଲ୍ୟ ୧୦ ଟଙ୍କା ରହିଛି। ଏବେ ତାଙ୍କର ପାଖାପାଖି ୭୦୦ କପ୍‌ ବିକ୍ରି ହେଉଛି। ଏହିପରି ଦୈନିକ ୨୦୦୦ ଟଙ୍କା ଲାଭ ହେଉଛି। ଏପରିକି ମାସକୁ ୨ ଲକ୍ଷ ରୋଜଗାର ହେଉଛି। ସେଥିରୁ ୫୦ହଜାର ଲାଭ ରହିଥିବା ରେଭେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?