Posted inଜାତୀୟ

ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରୁଥିଲେ ସ୍ବାମୀ: ଜଣାପଡିବା ପରେ…

ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ପୋଲିସ ଷ୍ଟେଶନକୁ ନିଜେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଘରେ ତଙ୍କୁ ବହୁତ ହଇରାଣ କରୁଛନ୍ତି। ପୋଲିସ ମାମଲା ସମାଧାନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଥାନାକୁ ଡାକିଥିଲା। ଘଟଣା ନେଇ ପ୍ରଥମେ ସ୍ତ୍ରୀଙ୍କୁ ପଚରା ଯିବାରୁ ସେ ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ପାଲଟା ଅଭିଯୋଗ କରି କହିଥିଲେ, ମୋ ସ୍ବାମୀ ମୋତେ ସନ୍ଦେହ କରୁଛନ୍ତି। ଘରର ଦାୟିତ୍ୱ ନେଉନାହାନ୍ତି। ମୋ ଉପରେ ଅତ୍ୟାଚାର କରୁଛନ୍ତି। ପୋଲିସ ଏହାଶୁଣି ସ୍ବାମୀଙ୍କ ମୋବାଇଲ୍‌କୁ ନିଜ କବ୍ଜାକୁ ନେଇ ଯାଞ୍ଚ୍‌ କରିଥିଲେ। ଏହାପରେ ବ୍ୟକ୍ତିଙ୍କ ମୋବାଇଲ୍‌ ଗ୍ୟାଲୋରିରୁ ନିcଜ ସ୍ତ୍ରୀଙ୍କ ଅଶ୍ଲୀଳ ଭିଡିଓ ରଖିଥିବା ଦେଖାଯାଇଥିଲା। ଏହାପରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରି କହିଥିଲେ, ଗତ ମେ ୨୧ ତାରିଖରେ ସ୍ତ୍ରୀ ଗାଧୋଇବାକୁ ଯାଇଥିବାବେଳେ ମୁଁ ଲୁଚିଛପି ଭିଡିଓ କରିଥିଲି। ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇପିସି ଧାରା ୩୪୫-ଏ ଅନୁଯାୟୀ ଗିରଫ କରିଥିଲା। ସୂଚନାଯୋଗ୍ୟ, ଏହି ଦମ୍ପତିଙ୍କ ୨ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ…

ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ, ଡିଜେଲକୁ ନେଇ ବଡ଼ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୫।୫: ସୋମବାର, ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ପଶ୍ଚିମ ଏସିଆରେ ଉତ୍ତେଜନା ସତ୍ତ୍ୱେ, ଘରୋଇ LPG ଏବଂ ଇନ୍ଧନର ଯୋଗାଣ ସ୍ଥିର ଏବଂ ନିରବଚ୍ଛିନ୍ନ ରହିଛି। ପେଟ୍ରୋଲ,…

ଏହି ଦିନ ପର୍ଯ୍ୟନ୍ତ ବର୍ଷା-ପବନ: ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର, ୫ା୫(ବନ୍ଦନା ସେଠୀ):ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। କେବଳ ବୌଦ୍ଧ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିଥିବାବେଳେ…

ଓଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୫।୫(ସୁନିତ୍‌ ମିଶ୍ର):ଓଏଏସ୍‌ ଅଫିସରସ୍ତରରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଏଏସ୍‌ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ…

ବଡ଼ ଦୁଃଖଦ ଘଟଣା! କୋଠାରେ ପିଟିହେଲା ବିମାନ, VIDEO ଦେଖିଲେ ଥରି ଉଠିବ ଛାତି

ବ୍ରାସିଲିଆ,୫।୫ : ବ୍ରାଜିଲରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଏକ ବିମାନ ହଠାତ୍ ସେଠାରେ ଏକ କୋଠା ସହିତ ଧକ୍କା ହୋଇଛି । ବ୍ରାଜିଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri