ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି ପ୍ରାରମ୍ଭିକ ତୁର୍କୀ ଶାସକମାନେ ଖଲିଫାଙ୍କ ମାଧ୍ୟମରେ କ୍ଷମତା ଦାବି କରୁଥିଲେ। ମୋଗଲମାନେ ରାଜକୀୟ କ୍ଷମତା କୌଣସି ଖଲିଫାଙ୍କ ଅନୁମତି ବିନା ସିଧାସଳଖ ଈଶ୍ୱରଙ୍କଠାରୁ ପାଇଥିବା ଦାବି କରିଥିଲେ ଏବଂ ଏହି ଆଧ୍ୟାତ୍ମିକ ଭାବନା ପ୍ରାୟତଃ ସୁଫି ସନ୍ଥମାନଙ୍କର ଥିଲା। ଏଭଳି ଛୋଟ ତଥ୍ୟଟିକୁ ଅଣଦେଖା କରାଯାଏ ଏବଂ ଏହି ପରିବର୍ତ୍ତନର ସମ୍ପର୍କ ବିଶେଷ କରି ତିବ୍ଦତର ତାନ୍ତ୍ରିକ ବୌଦ୍ଧ ଧର୍ମ ସହିତ ରହିଛି। ମୋଗଲ ପ୍ରତିଷ୍ଠାତା ବାବର ଥିଲେ ତାଙ୍କ ମାତୃ ପକ୍ଷରୁ ଚେଙ୍ଗିଜ୍‌ ଖାନ୍‌ଙ୍କ ୧୦ମ ପିଢ଼ିର ବଂଶଧର। ମୋଗଲ ଶବ୍ଦଟି ପର୍ସିଆନ୍‌ ଭାଷାରେ ମଙ୍ଗୋଲର ଅପଭ୍ରଂଶ, ଯାହା ଏହି ବଂଶଗତ ସମ୍ପର୍କକୁ ଦର୍ଶାଏ। ମଙ୍ଗୋଲମାନେ ୧୩ଶ ଶତାବ୍ଦୀରେ ଇସ୍‌ଲାମର କେନ୍ଦ୍ର ବାଗ୍‌ଦାଦକୁ ଧ୍ୱଂସ କରିଦେଇଥିଲେ। ପରେ ଇସ୍‌ଲାମ ଆଇନକୁ କମ୍‌ ଗୁରୁତ୍ୱ ଦେବା ସହ ଅଧିକ ଆଧ୍ୟାତ୍ମିକ ହେବାକୁ ଲାଗିଲା।
ଚେଙ୍ଗିଜ୍‌ ଖାନ୍‌ଙ୍କ ନାତି ହୁଲାଗୁ ଖାନ୍‌ଙ୍କ ନେତୃତ୍ୱରେ ବାଗ୍‌ଦାଦକୁ ଧ୍ୱଂସ କରିଥିବା ମଙ୍ଗୋଲୀୟମାନେ ନିଜ ସହିତ ତାନ୍ତ୍ରିକ ବୌଦ୍ଧ ଦେବତା ‘ମହାକାଳ’ଙ୍କ ମୂର୍ତ୍ତି ଆଣିଥିଲେ। ଚେଙ୍ଗିଜ୍‌ ଖାନ୍‌ଙ୍କ ଅନ୍ୟ ଜଣେ ନାତି କୁବଲାଇ ଖାନ୍‌ ହିନ୍ଦୁ ଦେବତାଙ୍କୁ ଚାଇନାକୁ ମଧ୍ୟ ନେଇଥିଲେ। ଚାଇନାରେ ବିଂଶ ଶତାବ୍ଦୀରେ କମ୍ୟୁନିଜମର ଆଗମନ ପର୍ଯ୍ୟନ୍ତ ରାଜ ପରିବାର ଦ୍ୱାରା ମହାକାଳଙ୍କୁ ପୂଜା କରାଯାଉଥିଲା। ତ୍ରୟୋଦଶ ଶତାବ୍ଦୀରେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ମହାକାଳଙ୍କୁ ପୂଜା କରୁଥିବା ବୌଦ୍ଧମାନେ ବାଗ୍‌ଦାଦରେ ମଙ୍ଗୋଲ ରାଜାମାନଙ୍କ ସେବାରେ ଥିଲେ। ଶେଷରେ ଇସ୍‌ଲାମିକ ଧର୍ମଗୁରୁମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ ମଧ୍ୟ ବୌଦ୍ଧ ଧର୍ମର ପ୍ରଭାବ ରହିଗଲା। ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସ୍ବୟଂ ବୁଦ୍ଧଙ୍କୁ ନେଇ ଘଟିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧୩୧୦ ମସିହାରେ ଇଲଖାନିଦ ଶାସନ ସମୟରେ ରଚିତ ରସିଦ ଅଲ୍‌-ଦିନ୍‌ଙ୍କ ‘କମ୍ପେଣ୍ଡିୟମ୍‌ ଅଫ୍‌ ହିଷ୍ଟ୍ରିଜ୍‌’ (ଇତିହାସର ସଂଗ୍ରହ)ରେ ବୁଦ୍ଧଙ୍କୁ ଭାରତକୁ ପଠାଯାଇଥିବା ଜଣେ ଏକେଶ୍ୱରବାଦୀ ପୈଗମ୍ବର ବା ଦୂତ ଭାବରେ ଦର୍ଶାଯାଇଥିଲା। ସେ ନିଜ ଧର୍ମର ପୁନରୁଦ୍ଧାର ପାଇଁ ସମୟ ସମୟରେ ଆସୁଥିବା ଦୂତମାନଙ୍କ ମଧ୍ୟରେ ସବୁଠାରୁ ଶେଷ ବ୍ୟକ୍ତି ଥିଲେ, ଯାହା ଇସଲାମିକ ପୈଗମ୍ବର ଇତିହାସ ସହିତ ସମ୍ପୂର୍ଣ୍ଣ ସମାନ ଥିଲା। ଦୈବୀ ବାଣୀ ଧାରିତ ଶାସ୍ତ୍ର (ଅଭିଧର୍ମ ଏବଂ ନୋମ)ରେ ବୁଦ୍ଧଙ୍କୁ ମୂର୍ତ୍ତି ଭାଙ୍ଗିବା ଅଭିଯାନ ସହିତ ଯୋଡ଼ାଯାଇଥିଲା। ଭାରତର ଦେବତାମାନଙ୍କୁ ଦେବଦୂତ (ଫରିସ୍ତା) କିମ୍ବା ‘ଶୟତାନର ପ୍ରତିନିଧି’ ଭଳି ନିମ୍ନ ସ୍ତରରେ ରଖାଯାଇଥିଲା। ଏହି ‘କ୍ରମିକ ଅନ୍ତର୍ଭୁକ୍ତୀକରଣ’ ପ୍ରକ୍ରିୟା ମାଧ୍ୟମରେ ଏକେଶ୍ୱରବାଦ ସହିତ ସାଲିସ ନ କରି ଶିବ, ବିଷ୍ଣୁ ଓ ବ୍ରହ୍ମାଙ୍କ ଭଳି ହିନ୍ଦୁ ଏବଂ ବୌଦ୍ଧ ଦେବତାମାନଙ୍କୁ ସ୍ବୀକାର କରାଗଲା। କିନ୍ତୁ ସେମାନଙ୍କୁ ଦେବଦୂତ ଭାବରେ ରଖାଗଲା।
ଲେକ୍ସିକାଲ୍‌ (ଶବ୍ଦକୋଷ ସମ୍ବନ୍ଧୀୟ) ଏବଂ ରହସ୍ୟବାଦୀ ଅନୁବାଦ ଏହାଠାରୁ ଆହୁରି କିଛି ପ୍ରକାଶ କରିଥିଲା। ବୌଦ୍ଧ ଧର୍ମର ‘ନିର୍ବାଣ’କୁ ସୁଫି ସମ୍ପ୍ରଦାୟର ‘ଫନା’ (ଈଶ୍ୱରଙ୍କ ମଧ୍ୟରେ ଅହଂକାରର ବିନାଶ) ଭାବରେ ପ୍ରତିପାଦନ କରାଯାଇଥିଲା। ବୌଦ୍ଧ ଶିଷ୍ୟମାନେ ‘ମୁରିଦ୍‌’ ବା ସୁଫି ଶିଷ୍ୟ ପାଲଟିଗଲେ; ମାରା ରାକ୍ଷସକୁ ‘ଇବ୍ଲିସ୍‌’ ବା ଶୈତାନ ଭାବେ ଚିହ୍ନଟ କରାଗଲା ଏବଂ କେନ୍ଦ୍ର ଶ୍ରୀଲଙ୍କାର ସରନ୍ଦୀବ ପର୍ବତ ଉପରେ ଥିବା ବୁଦ୍ଧଙ୍କ ପଦଚିହ୍ନକୁ ସ୍ବର୍ଗରୁ ପୃଥିବୀ ପୃଷ୍ଠରେ ଆଦମଙ୍କ ପଦ ସ୍ଥାପନର ସ୍ଥାନ ବୋଲି ଦର୍ଶାଗଲା। ପ୍ରଚଳିତ ଲୋକକଥାରେ ଭାରତକୁ ଆରବୀୟ ପ୍ରତିମା ପୂଜାର ମୂଳସ୍ଥାନ ଭାବରେ ପୁନର୍ବାର କଳ୍ପନା କରାଗଲା। ଏପରିକି କାବାର ମୂର୍ତ୍ତିଗୁଡ଼ିକୁ ମହମ୍ମଦଙ୍କ ଦ୍ୱାରା ଧ୍ୱଂସ ହେବା ପୂର୍ବରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସଦୃଶ ଥିଲା। ବୌଦ୍ଧ ‘ଚକ୍ରବର୍ତ୍ତୀ’-ଯେଉଁ ଚକ୍ରଧାରୀ ରାଜାଙ୍କ ସାଂସାରିକ କ୍ଷମତା ନୈତିକତା ଉପରେ ଆଧାରିତ ଥିଲା। ଇଲ୍‌ାନଙ୍କ ଶାସନକାଳରେ ଉପଦେଷ୍ଟା ରସିଦ ଅଲ୍‌-ଦିନ୍‌ଙ୍କୁ ମଙ୍ଗୋଲ ଶାସକଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ସୁଯୋଗ ପ୍ରଦାନ କରିଥିଲେ। ମଙ୍ଗୋଲୀୟଙ୍କର ସ୍ବର୍ଗୀୟ ଧାରଣାକୁ ଇସ୍‌ଲାମର ନ୍ୟାୟପୂର୍ଣ୍ଣ ଶାସନ ପ୍ରଣାଳୀରେ ରୂପାନ୍ତରିତ କରାଗଲା। ଏହା ଶାସକଙ୍କ ବୈଧତାକୁ ନୈତିକ ଆଚରଣ ସହିତ ଯୋଡ଼ିଦେଲା। ପବିତ୍ର ରାଜତନ୍ତ୍ରର ମଡେଲ ଥିଲା ବୌଦ୍ଧ ଧର୍ମର ସବୁଠାରୁ ଦୀର୍ଘସ୍ଥାୟୀ ଅବଦାନ। ଏହା ମଙ୍ଗୋଲ ପରବର୍ତ୍ତୀ ଇସଲାମୀୟ ରାଜନୈତିକ ଚିନ୍ତାଧାରାରେ ପ୍ରବେଶ କରିଥିଲା।
ପ୍ରାରମ୍ଭିକ ଅବ୍ବସିଦ ଶାସନ କାଳ (ଖ୍ରୀଷ୍ଟାବ୍ଦ ୮୦୦)ର ବରମାକିଦ୍‌ ମନ୍ତ୍ରୀ ବା ଉପଦେଷ୍ଟାମାନେ ଏସିଆର ବୌଦ୍ଧ ମଠାଧୀଶଙ୍କ ବଂଶଧର ଥିଲେ। ସେମାନେ ଚିକିତ୍ସା ବିଜ୍ଞାନ ଏବଂ ବିଜ୍ଞାନ ଉପରେ ଆଧାରିତ ସଂସ୍କୃତ ଗ୍ରନ୍ଥଗୁଡ଼ିକର ଅନୁବାଦ କରିଥିଲେ। ବୁଦ୍ଧଙ୍କ ଜୀବନୀ ମୁସଲମାନମାନଙ୍କ ମଧ୍ୟରେ ବିଲାୱାର ଏବଂ ବୁଦାସାଫର ଏକ ଲୋକପ୍ରିୟ କାହାଣୀ ହୋଇଥିଲା। ବିଶେଷକରି ଶିୟା ଏବଂ ଇସ୍‌ମାଇଲି ପାଠକମାନେ ଏହାକୁ ବହୁତ ଆଦର କରୁଥିଲେ, କାରଣ ଏହାର କ୍ରମିକ ଦୀକ୍ଷା ଗ୍ରହଣର ଶୈଳୀ ସେମାନଙ୍କ ନିଜସ୍ବ ପରମ୍ପରା ସହିତ ସାମଞ୍ଜସ୍ୟ ରଖୁଥିଲା। ମଙ୍ଗୋଲ ଶାସନର ପରବର୍ତ୍ତୀ ଇରାନ (ଖ୍ରୀଷ୍ଟାବ୍ଦ ୧୪୦୦) ରେ ସୁଫି ସନ୍ଥମାନେ ତିବ୍ଦତୀୟ ଅବତାରବାଦର ଯୁକ୍ତିକୁ ଆଧାର କରି ଇଲଖାନ୍‌ଙ୍କୁ ‘ଅଲ୍ଲୀ’ଙ୍କ ଅବତାର ବୋଲି ଘୋଷଣା କରିଥିଲେ। ଆରବୀ ବ୍ଲକ୍‌-ପ୍ରିଣ୍ଟେଡ୍‌ କବଚଗୁଡ଼ିକ ଭାରତୀୟ ଏବଂ ତିବ୍ଦତୀୟ ପାଣ୍ଡୁଲିପିର ଲମ୍ବା ତଥା ସଂକୀର୍ଣ୍ଣ ପୁସ୍ତକ ଶୈଳୀକୁ ଆପଣେଇଥିଲେ। ଜୀବନଚକ୍ର ଭଳି ଚିତ୍ର ମାଧ୍ୟମରେ ଧର୍ମୀୟ ଶିକ୍ଷା ଦେବାର ବୌଦ୍ଧ ପ୍ରଣାଳୀ ମଧ୍ୟ ମଙ୍ଗୋଲ ଇରାନରେ ସୁନ୍ନି ଓ ଶିୟା ଗୋଷ୍ଠୀମାନଙ୍କୁ ନିଜସ୍ବ ଧର୍ମୀୟ ଧାରଣା ବୁଝାଇବା ପାଇଁ ଚିତ୍ରକଳା ବିକଶିତ କରିବା ଲାଗି ପ୍ରେରିତ କରିଥିଲା।
ଏହି ଇତିହାସ ଆମକୁ ସୂଚାଉଛି ଯେ, ବୌଦ୍ଧଧର୍ମ ଇସଲାମ୍‌କୁ କୌଣସି ମତବାଦ ପ୍ରଦାନ କରିବା ଅପେକ୍ଷା ବିଭିନ୍ନ ରୂପ ବା ଶୈଳୀ ଦେଇ ଅଧିକ ପ୍ରଭାବିତ କରିଥିଲା। ପୈଗମ୍ବର (ନବୀ), ରହସ୍ୟବାଦୀ (ସୁଫି ସାଧକ), ରାଜା, ମୂର୍ତ୍ତି, ପ୍ରତିମା ଓ ଚିତ୍ର ତଥା ପାଣ୍ଡୁଲିପି – ଏସବୁ ଇସ୍‌ଲାମରେ ଏପରି ରୂପ ନେଲା, ଯାହା ଭିତରେ ବୌଦ୍ଧର ଛାପ ଥିଲା। ଦୁଇଟିଯାକ ପରମ୍ପରା ଅଧିକ ଧର୍ମତାନ୍ତ୍ରିକ ହେବା ପରେ ଶେଷରେ ପରସ୍ପରଠାରୁ ଦୂରେଇ ଗଲେ।
ଆମେ ପ୍ରାୟତଃ ଭୁଲିଯାଉ ଯେ ମଧ୍ୟଯୁଗୀୟ ଭାରତ ପଶ୍ଚିମ ଏସିଆର ମୁସଲମାନ ଜଗତ ଏବଂ ପୂର୍ବ ଏସିଆର ବୌଦ୍ଧ ଜଗତ ମଧ୍ୟରେ ଥିଲା। ମୋଗଲମାନେ ଏହି ଦୁଇଟିଯାକ ପ୍ରଭାବ ସହିତ ଭାରତକୁ ଆସିଥିଲେ। ପ୍ରାୟ ୩୦୦ ବର୍ଷ ପୂର୍ବର ଚେଙ୍ଗିଜ୍‌ ଖାନ୍‌ଙ୍କ ପରି ଆକବର ମଧ୍ୟ ଜଣେ ବ୍ୟବହାରିକ ଶାସକ ଥିଲେ । ରାଜପୁତମାନଙ୍କ ସହ ସହଯୋଗ କରିବାରେ ତାଙ୍କର କୌଣସି ସଂକୋଚ ନ ଥିଲା, ଯାହା ପୂର୍ବତନ ମୁସଲିମ ଶାସକମାନଙ୍କ ପାଇଁ ସହଜ ହୋଇ ନ ଥିଲା। ଅନ୍ୟ ଚିନ୍ତାଧାରା ସହିତ ସହଯୋଗ କରିବାର ଏହି ଦକ୍ଷତା ହିଁ ତାଙ୍କୁ ‘ମହାନ’ କରିଥିଲା। ଆମେ କହିପାରିବା ଯେ, ଏହି ବଡ଼ ପରିବର୍ତ୍ତନ ପଛରେ ବାଗ୍‌ଦାଦରେ ମହାକାଳଙ୍କ ପ୍ରବେଶର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?