କେନ୍ଦୁଝରରେ ମହାବଳ ପ୍ରସଙ୍ଗ: ଅସ୍ବୀକାର କଲେ ଡିଏଫ୍‌ଓ

କେନ୍ଦୁଝର,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଏକ ସିସିଟିଭି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହା କେଉଁ ସ୍ଥାନର ଫଟୋ ସଠିକ ଜଣାପଡୁ ନ ଥିବା ବେଳେ ଏଭଳି ଘଟଣାକୁ ଡିଏଫଓ, କେନ୍ଦୁଝର ଧନରାଜ ଏଚ.ଡି ଅସ୍ବୀକାର କରଛନ୍ତି।
ପ୍ରକାଶ ଯେ, ପାଟଣା ରେଞ୍ଜ ଅଞ୍ଚଳରେ ଗତମାସରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ବାଘ ଆକ୍ରମଣରେ ମୃତ୍ୟୁ ଘଟିଥିବା ନେଇ ପୋଲିସ ମାମଲା ରୁଜୁ କରିଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଡିଏଫ୍‌ଓ କହିଥିବା ବେଳେ ଘଟଗାଁ ଏସ୍‌ଡିପିଓ ଏହାକୁ ବାଘ ଆକ୍ରମଣ ଯୋଗୁ ମରିଥିବା ସୂଚନା ଦେଇଥିଲେ। ଉକ୍ତ ସମୟରେ ବନ ବିଭାଗ ପକ୍ଷରୁ ପାଟଣା ଅଞ୍ଚଳରେ ବାଘର ପାଦଚିହ୍ନ ବିଭିନ୍ନ ସ୍ଥାନରେ ମିଳିବା ପରେ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଅଦ୍ୟାବଧି କୌଣସି ବାଘର ଚିତ୍ର ସିସିଟିଭିରେ କଏଦ୍‌ ହୋଇ ନ ଥିବା ବେଳେ ବର୍ତ୍ତମାନ ଘଟଗାଁ ରେଞ୍ଜ ଅଟେଇ ଅଞ୍ଚଳରେ ବାଘ ବୁଲୁଥିବା ଏକ ସିସିଟିଭି ଚିତ୍ର ସାମ୍ନାକୁ ଆସିଛି।
ବାଘର ବୟସ ପାଖାପାଖି ୨/୩ ବର୍ଷ ହେବ ବୋଲି କୁହାଯାଉଛି। ଏହି ବାଘଟି ଶିମିଳିପାଳ ଅଞ୍ଚଳରୁ ସାତକୋଶିଆ ଦେଇ କେନ୍ଦୁଝର ପାଟଣା ଓ ଘଟଗାଁ ରେଞ୍ଜ ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଚାଲିଆସୁଥିବା କୁହାଯାଉଛି। ତେବେ ଏହି ଘଟଣାକୁ ନେଇ ବନ ବିଭାଗ ସୋମବାର ଜଣେ ମହିଳାଙ୍କ ସମେତ ୨ ଜଣ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ମିଶାଇ ତିନି ଜଣଙ୍କୁ ଘଟଗାଁ ରେଞ୍ଜକୁ ବଦଳି କରିଥିବା ଜଣାପଡିଛି ା ସେମାନେ ହେଲେ ପୂର୍ଣଚନ୍ଦ୍ର ମହାନ୍ତ, ମଧୂସ୍ମିତା ଦୋରା ଓ ଖଗେଶ୍ୱର ରାଉତ।ସେମାନଙ୍କ ମଧ୍ୟରୁ ପୂର୍ଣଚନ୍ଦ୍ର ମହାନ୍ତଙ୍କୁ ସ୍ବତନ୍ତ୍ର ଡ୍ୟୁଟିରେ ବାଘର ଗତିବିଧି ନୀରିକ୍ଷଣ ପାଇଁ ବଦଳି କରାଯାଇଛି। ଅନ୍ୟପକ୍ଷରେ ବାଘ ଚଳପ୍ରଚଳକୁ ନେଇ ଜଙ୍ଗଲ ମଧ୍ୟରେ ରାସ୍ତାରେ ପୋଲିସ ବାରିକେଡ୍‌ ଲଗାଇ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?