Advertisement

ଭୋର ୪ଟା ୪୧ରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ

କୋଣାର୍କ,୧୪।୧(ଡି.ଏନ୍‌.ଏ.): କୋଣାର୍କର ଚନ୍ଦ୍ରଭାଗାରେ ଆସନ୍ତା ୨୮ରେ ମାଘସପ୍ତମୀ ବୁଡ଼ ହେବ। ଏଥି ନିମନ୍ତେ ତ୍ରିଶମ୍ଭୁଙ୍କ ସ୍ନାନ କାର୍ଯ୍ୟ ଓ ପୂଜାର୍ଚ୍ଚନାର ନୀତି ନିର୍ଦ୍ଧାରଣ ଲାଗି ସମ୍ପାଦନ ସବ୍‌ କମିଟି ବୈଠକ କୋଣାର୍କ ଯାତ୍ରୀନିବାସ ସମ୍ମେଳନ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାଧିପୁର ଗ୍ରାମର ମହାଦେବ ତ୍ରିବେଣୀଶ୍ବର, ସନ୍ଥପୁରର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ବର ମହାଦେବଙ୍କ ଚନ୍ଦ୍ରଭାଗା ମାଘସପ୍ତମୀ ଅବସରରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କାର୍ଯ୍ୟ, ପୂଜାର୍ଚ୍ଚନା ବିଷୟରେ ତିନିଠାକୁରଙ୍କ ସେବାୟତଙ୍କ ସହିତ ଆଲୋଚନା କରାଯାଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ତ୍ରିଶମ୍ଭୁ ନିଜ ନିଜର ପୀଠରେ ଥିବା ବିମାନରେ ଷଷ୍ଠୀ ଦିନ ରାତି ୮ଟା ୧୦ରେ ବିଜେ କରି ଆଲୋକ ବ୍ୟବସ୍ଥା ଓ ସାଂସ୍କୃତିକ ନାଚର ତାଳେ ତାଳେ ନିଜର ପୀଠରୁ ବାହାରି ରାତି ୧୦ଟା ୩୦ରେ କୋଣାର୍କ ଏନ୍‌ଏସି ପୂଜା ମଣ୍ଡପରେ ପହଞ୍ଚତ୍ବେ। ସେଠାରେ ତ୍ରିଶମ୍ଭୁଙ୍କ ନିକଟରେ ଭୋଗ ଲାଗି ନୀତି ନିର୍ଘଣ୍ଟ ହେବ। ପରେ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ କୋଣାର୍କ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ଭୋଗ ଲାଗି ପରେ ରାତ୍ର ୧. ୩୦ମିନିଟ ସମୟରେ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ସ୍ଥିର ହୋଇଛି। ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆଣି ବାବା ତ୍ରିବେଣୀଶ୍ବର, ଈଶାଣେଶ୍ୱର ଓ ଦକ୍ଷିଣେଶ୍ବର ମହାଦେବଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଭୋର ୪ଟା ୪୧ମିନିଟରେ ଶ୍ରଦ୍ଧାଳୁ ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘସପ୍ତମୀ ବୁଡ଼ ପକାଇବେ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ତୀର୍ଥ ପୁଷ୍କରିଣୀ ଖନନ, ଶ୍ରଦ୍ଧାଳୁଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟଗୁଡିକ ବିଷୟରେ ଉପଜିଲାପାଳ ସାହୁ ସମୀକ୍ଷା କରିବା ସହ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଏଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋପ ତହସିଲଦାର ଏସ୍‌.କେ.ସାଗିର, କାକଟପୁର ତହସିଲଦାର ବିରଞ୍ଚତ୍ ନାରାୟଣ ବେହେରା, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, କୋଣାର୍କ ଏନ୍‌ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିରୋସିନ ଡିପୋରେ ଚଢ଼ାଉ

ସୋରଡ଼ା,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାର ଗୁରୁମୂର୍ତ୍ତି ନାମକ ଏକ କିରୋସିନ ଡିପୋରେ ଓଡ଼ିଶା ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ...

ଲାଗିଲା ସଚେତନତା ପୋଷ୍ଟର, ବୁଲିଲା ପ୍ରଚାର ଗାଡ଼ି

ଫୁଲବାଣୀ ଅଫିସ୍‌,୨ା୨-ଫୁଲବାଣୀରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ବାହାରିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଉଠିଛି। ରବିବାର ଜିଲାର ବିଭିନ୍ନ ସ୍ଥାନରେ କରୋନା ରୋଗର...

ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା...

ଚଳନ୍ତା ଟ୍ରେନ୍‌ରେ ଚଢ଼ି ଜଳିଗଲେ ଯୁବକ

ରାୟଗଡ଼ା ଅଫିସ,୨୪ା୪: ଚଳନ୍ତା ଟ୍ରେନ୍‌ରେ ହଠାତ ଚଢ଼ିଗଲେ ଯୁବକ। ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାରୁ ଟ୍ରେନ୍‌ ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା...

ଲକ୍‌ଡାଉନ୍‌ରେ ଫି ମାଗୁଛନ୍ତି ଘରୋଇ ସ୍କୁଲ, କଲେଜ

ବ୍ରହ୍ମପୁର ଅଫିସ,୫ା୬- କୋଭିଡ୍‌-୧୯କୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ କେତେକ ଘରେଇ ସ୍କୁଲ ଓ କଲେଜ ଫି ପାଇଁ ଅବିଭାବକଙ୍କ...

ପୁଣି ଘୁଞ୍ଚିଲା ବର୍ଷା-ଅନୁଭବଙ୍କ ବିବାଦ ମାମଲାର ଶୁଣାଣି

କଟକ ଅଫିସ,୨୮ା୭: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ହୋଇପାରୁନି। ତାରିଖ ପରେ...

ଉପଯୁକ୍ତ ହିତାଧିକାରୀ ଚୟନ ଲାଗି ଭାଜପାର ଦାବି

ଭଦ୍ରକ ଅଫିସ,୧୩ା୫: ରାଶନକାର୍ଡ ଚୟନରେ ଉପଯୁକ୍ତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯିବା ଲାଗି ଭାଜପା ଦାବି କରିଛି। ଏଥିରୁ ଜିଲା ପ୍ରଶାସନ ଦୂରେଇ ଗଲେ ଭାଜପା ଆନ୍ଦୋଳନାତ୍ମକ...

ଧୁମ୍‌ଧାମ୍‌ରେ ୭୩ତମ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଛିା ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ସକାଳୁ ଛାତ୍ରୀଛାତ୍ରମାନେ ପହଞ୍ଚିଥିଲେ।...

Advertisement
Archives

Model This Week