Posted inଜାତୀୟ

ଅନ୍‌ଲାଇନରେ ଆମେରିକା ପୁଅଙ୍କୁ ବିବାହ କରିବେ ଭାରତୀୟ ଝିଅ: କୋର୍ଟ ଦେଲେ ଅନୁମତି

ଚେନ୍ନାଇ,୧।୮: ଭାରତୀୟ ଝିଅ ଅନଲାଇନରେ ଆମେରିକାର ପୁଅକୁ ବିବାହ କରିବାକୁ ଅନୁମୋଦନ ପାଇଛନ୍ତି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ତାମିଲନାଡୁର କନ୍ୟାକୁମାରୀ ନିବାସୀ ଭାସମି ସୁଦର୍ଶନୀଙ୍କ ଅନଲାଇନ ବିବାହକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତିରେ ଉଭୟେ ବହୁତ ଖୁସି ଅଛନ୍ତି। ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ଏହି ବିବାହ କରିବାକୁ ଜଷ୍ଟିସ ଜି.ଆର ସ୍ବାମୀନାଥନ ନିର୍ଦ୍ଦେଶ ଦେଇଛନ୍ତି।
ଅନଲାଇନ ବିବାହ ସମ୍ପର୍କରେ ଭାସମୀ କିଛି ଦିନ ପୂର୍ବରୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଭାସମୀ କୋର୍ଟଙ୍କୁ କହିଥିଲେ ଯେ, ସେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ରାହୁଲ ଏଲ ମଧୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏବଂ ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ତାଙ୍କର ନିକଟରେ ଆମେରିକାର ନାଗରିକତା ଅଛି। ଆମେ ବିବାହ ରେଜିଷ୍ଟ୍ରାରଙ୍କ ନିକଟରେ ହାଜର ହୋଇଥିଲୁ। କିନ୍ତୁ ୩୦ ଦିନିଆ ସର୍ତ୍ତ କାରଣରୁ ଆମକୁ ଅପେକ୍ଷା କରିବାକୁ ପଡୁଥିଲା। ଗୋଟିଏ ମାସ ପରେ ମଧ୍ୟ ଆମ ବିବାହ ଆବେଦନ ଉପରେ କିଛି କରାଯାଇ ନ ଥିଲା। ରାହୁଲଙ୍କ ଛୁଟି ନ ଥିଲା ତେଣୁ ସେ ଫେରିଗଲେ। ଆମେରିକା ଯିବା ପୂର୍ବରୁ ରାହୁଲ ଏକ ଆଫିଡେଭିଟ ଦେଇଛନ୍ତି ଯେ, ବିବାହ ପଞ୍ଜୀକରଣ ସହ ଜଡିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତାଙ୍କ ତରଫରୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ୧୯ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା: ଡେପସଙ୍ଗ-ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ…

ଲେହ,୧୪।୮ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଅବରୋଧକୁ ନେଇ ସୋମବାର ୧୯ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି।...

କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ

ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି...

କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି...

ସାପ କାମୁଡ଼ିବାରୁ ୨ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ୨ଶିକ୍ଷକ ନିଲମ୍ବିତ

ଜଶପୁର,୨୭।୭: ଛତିଶଗଡ଼ର ଜଶପୁର ଜିଲାର ଏକ ପ୍ରାଥମିକ ସ୍କୁଲରେ ସାପ କାମୁଡ଼ିବାରୁ ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୨ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।...

ସୁସ୍ଥ ହେଲେ ଦିଲ୍ଲୀର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୨ରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋଭିଡ- ୧୯ରେ ପୀଡ଼ିତ ଥିବା ପ୍ରଥମେ ଚିହ୍ନଟ କରାଯାଇଥିଲା।...

କମଳନାଥଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ, ୨୨ା୧୦: ମଧ୍ୟପ୍ରଦେଶର ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କ ବିରୋଧରେ ‘ଆଇଟମ୍‌’ ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥଙ୍କୁ ନିର୍ବାଚନ ଆୟୋଗ (ଇସି)...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ

ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ...

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ...

Advertisement
Archives

Model This Week