ମାଧବଙ୍କ ପାଇଁ ଅଗ୍ନି ପରୀକ୍ଷା

କେନ୍ଦୁଝର,୧୪ା୪(ଦୀପକ ମିଶ୍ର)ନିର୍ବାଚନ ଆସିଲେ କେନ୍ଦୁଝର ଜିଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ବହୁ ବିବାଦୀୟ ଘଟଣା ଘଟେ। ଗତ ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଇଂ. ପ୍ରେମାନନ୍ଦ ନାଏକ ନିର୍ବାଚିତ ହୋଇ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ କୋଣଠେସାର ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଇ ସେ ଭାଜପାରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ପଦରେ ଥାଇ ସୁଦ୍ଧା ତେଲକୋଇ ଅଞ୍ଚଳର ବିଶେଷ କିଛି ଉନ୍ନତି କରି ନ ଥିବା ଅନେକ ଅଭିଯୋଗ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ ନ କରିିବା ଆଶଙ୍କାରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ଆଲୋଚନା ହେଉଛି। ଏହା ବ୍ୟତିତ ୨୦୧୯ ନିର୍ବାଚନରେ ଭାଜପାରୁ ଧନୁର୍ଜୟ ସିଦ୍ଧୁ ପ୍ରାର୍ଥୀ ହୋଇ ୫୯୨୦ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ସେ ତେଲକୋଇରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାକରି ଯୋରସୋର ପ୍ରଚାର ଚଳାଇଥିଲେ। ତେବେ ସେ ତେଲକୋଇ ନିର୍ବାଚନ ମଣ୍ଡଳୀର ଲୋକ ନୁହଁନ୍ତି ବୋଲି ବିଜେଡି କର୍ମୀମାନେ ତାଙ୍କୁ ସେଠାରେ ପ୍ରବଳ ବିରୋଧ କରିଥିଲେ। ଯେଉଁଥିପାଇଁ ଦଳ ତାଙ୍କୁ ତେଲକୋଇରୁ ପ୍ରାର୍ଥୀ ନ କରି ଏମ୍‌ପି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଛି। ବିଜେଡି ପକ୍ଷରୁ ଏହି ନିର୍ବାଚନ ମଣ୍ଡଳୀରେ ମାଟିର ପୁଅକୁ ପ୍ରାର୍ଥୀ କରିବା ପାଇଁ ଦାବି ଜୋର ଧରିଥିବାବେଳେ ହଠାତ୍‌ ଦଳର ଜିଲା ସଭାପତି ମାଧବ ସର୍ଦ୍ଦାର (ଯାହାଙ୍କ ଘର ସଦର ନିର୍ବାଚନ ମଣ୍ଡଳୀର ଝୁମ୍ପୁରା ବ୍ଲକ ଅଞ୍ଚଳରେ)ଙ୍କୁ ବିଜେଡି ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅସନ୍ତୁଷ୍ଟ ଦଳୀୟ ନେତା ଓ କର୍ମୀଙ୍କୁ ବୁଝାଇ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ଆଲୋଚନା ହେଉଛି। ମାଧବ ସଦର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଯୋରଦାର ଲବି କରୁଥିଲେ। ମାତ୍ର ତାଙ୍କ ସ୍ଥାନରେ ଦଳ ପୂର୍ବତନ ନଗରପାଳ ମୀନା ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଗତ ୨୦୧୯ ନିର୍ବାଚନରେ ସେ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ୧୧୨୪ ଭୋଟରେ ହାରିଥିଲେ। ତେବେ ୧୫ ବର୍ଷ ଧନୁର୍ଜୟ ସିଦ୍ଧୁୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ ସଂଗଠନ କରି ମଧ୍ୟ ଜିତି ପାରୁ ନ ଥିବାବେଳେ ମାତ୍ର ଦେଢମାସ ଥିବା ନିର୍ବାଚନ ପାଇଁ ମାଧବ ସର୍ଦ୍ଦାର ସଂଗଠନ କରି କିପରି ନିର୍ବାଚନକୁ ସମ୍ମୁଖୀନ ହେବେ ତାହା ଚର୍ଚ୍ଚା ହେଉଛି। ଅପରପକ୍ଷେ ଏହି ନିର୍ବାଚନ ମଣ୍ଡଳୀରେ ମାଟିର ପୁଅକୁ ଟିକେଟ ଦେବାର ନାରାକୁ ପ୍ରତିହତ କରି ଦଳ ଭିତରେ ଥିବା ଅସନ୍ତୋଷକୁ କିପରି ପ୍ରଶମିତ କରିବେ ତାହା ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି। ତେଲକୋଇ ଅଞ୍ଚଳର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାଏକ ବିଜେଡି ଟିକେଟ ଟିକେଟ ଆଶୟୀ ଥିଲେ। ଅଞ୍ଚଳରଲ୍ରନେକ ବିଜେଡି ନେତା ଓ କର୍ମୀ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହୁଁଥିଲେ। ମାତ୍ର ମାଧବଙ୍କୁ ପ୍ରାର୍ଥୀ କରାଯିବା କେତେ ଦୂର ଗ୍ରହଣୀୟ ହେବ ତାହା ଆଗାମୀ ନିର୍ବାଚନ ଫଳାଫଳରୁ ଜଣାପଡ଼ିବ। ସଦାନନ୍ଦ ଗତ ୧୨ ତାରିଖରେ ବିଜେଡ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାଜପାରୁୁ ଡାକ୍ତର ଫକିର ନାଏକ ଏବଂ ମାନସ ନାଏକ ମଧ୍ୟ ଦଳୀୟ ଟିକେଟ ଆଶାୟୀ ଅଛନ୍ତି। ଏହା ବ୍ୟତୀତ ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାଏକ ଓ ତାଙ୍କ ପୁଅ ନିର୍ମଳ ନାଏକ କଂଗ୍ରେସରେ ଯୋଗ ଦେଇଥିବାରୁ ନିର୍ମଳ ତେଲକୋଇରୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri