ଜଳଛତ୍ର ଅଛି, ପାଣି ଦେବାକୁ ଲୋକ ନାହାନ୍ତି

ବ୍ରହ୍ମପୁର,୧୪ା୪(ସ୍ମୃତି ରଞ୍ଜନ ମହାଲିକ): ଖରାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ନେଇ ପଦକ୍ଷେପ ନିଆଯାଇଛି। ସେହି ଅନୁସାରେ କେତେକ ସ୍ଥାନରେ ଜଳଛତ୍ର ବି ଖୋଲିଛି। କିନ୍ତୁ ଜଳଛତ୍ର ଥିଲେ ବି ପାଣି ଦେବାକୁ ଲୋକ ନ ଥିବା ଦେଖିବାକୁ ମିଳିଛି। ଲାଞ୍ଜିପଲୀ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସହରରେ ପଥଚାରୀଙ୍କୁ ପାଣି ମିଳୁନଥିବା ଅଭିଯୋଗ ପରେ ଡେରିରେ ହେଲେ ବି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପରେ ସହରରେ ୨୦ଟି ସ୍ଥାନରେ ଜଳଛତ୍ର ଖୋଲାଯିବାକୁ ଗତ ୫ ତାରିଖରେ ବିଇଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ କରି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଖୋଲାଯାଇଥିଲା। ଏଠାରେ ପାଣି ଯୋଗାଇବା ପାଇଁ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ସହରର ଅନ୍ୟାନ୍ୟ ସ୍ଥାନରେ ଜଳଛତ୍ର ଖୋଲିବା ଆରମ୍ଭ ହୋଇଛି। ଜଳଛତ୍ରଗୁଡିକର ଦାୟିତ୍ୱ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ପ୍ରଦାନ କରାଯିବ। ସେମାନେ ଜଳ ଛତ୍ର ନିମନ୍ତେ ଟେଣ୍ଟ, ପାଣି, ମାଠିଆ ଓ ଗ୍ଲାସର ବ୍ୟବସ୍ଥା କରିବେ। ଏଥିନିମନ୍ତେ ସମସ୍ତ ଖର୍ଚ୍ଚ ନିଗମ ବହନ କରିବ। ଏଥିସହ ପଥଚାରୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଜଣେ ଲୋକଙ୍କୁ ନିୟୋଜିତ କରାଯିବ। ଯାହାକୁ ଦୈନିକ ୪୬୦ ଟଙ୍କା ପ୍ରଦାନ କରାଯିବ ବୋଲି ନିଗମର ଗୋଷ୍ଠୀ ସଂଯୋଜିକା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଜକୁ ସପ୍ତାହେ ବିତିଲାଣି ଏଯାଏଁ ସମସ୍ତ ଜଳଛତ୍ର ଖୋଲାଯାଇନାହିଁ। ଯେଉଁ ସ୍ଥାନରେ ଖୋଲିଛି କେଉଁଠି ପାଣି ଦେବାକୁ ଲୋକ ନାହାନ୍ତି ତ ଆଉ କେଉଁଠି ହାଣ୍ଡିରେ ପାଣି ନାହିଁ। ସହରର ୩୮ ନଂ. ଓ୍ବାର୍ଡ ଲାଞ୍ଜିପଲ୍ଲୀ ଫାଣ୍ଡି ସମ୍ମୁଖରେ ଖୋଲାଯାଇଥିବା ଜଳଛତ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବା ପରେ ବିଇଏମ୍‌ସିର ଅସଲ ଚିତ୍ର ପଦାକୁ ଆସିଛି। ଏଠାକୁ ପଥଚାରୀମାନେ ପାଣି ପିଇବାକୁ ଆସୁଥିବାବେଳେ ହାଣ୍ଡି ସହିତ ଗ୍ଲାସ ଥିଲା। କିନ୍ତୁ ପାଣି ଦେବାକୁ କେହି ନଥିଲେ। ଲୋକେ ନିଜେ ପାଣି ଆଣିବାକୁ ଯାଉଥିବାବେଳେ ହାଣ୍ଡିରେ ବି ପାଣି ନଥିବା ଦେଖିବାକୁ ମିଳିଥିଲା। ଲାଞ୍ଜିପଲ୍ଲୀ ଫାଣ୍ଡି ଇଲାକା ଏକ ଜନଗହଳିପୂର୍ଣ୍ଣ ସ୍ଥାନ। ତାହା ଚାରିଛକ ହୋଇଥିବାବେଳେ ସେଠାକୁ ବିଭିନ୍ନ ଆଡୁ ପଥଚାରୀମାନେ ଆସୁଛନ୍ତି। ଜଳଛତ୍ରରେ ପାଣି ନଥିବା ଦେଖି ପଥଚାରୀମାନେ ଅସନ୍ତୋଷ ପ୍ରକାଶ କରି ନିରାଶରେ ଫେରୁଥିବା ଦେଖାଯାଇଛି। ତେବେ ଅନ୍ୟାନ୍ୟ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରଗୁଡିକର ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ। ବିଇଏମସିର ନିଷ୍ପତ୍ତି ପାଣିର ଗାର ସଦୃଶ ହୋଇଛି। ଜଳ ଛତ୍ର ଖୋଲାଯିବା ପରେ ନିଗମର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା, ସ୍ଥାନୀୟ ଲୋକ ପ୍ରତିନିଧି ଓ ଏସଏଚଜି ସଦସ୍ୟାଙ୍କ ମନମୁଖୀ କାରବାର ହିଁ ଏହାର କାରଣ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ନିଗମ ପକ୍ଷରୁ କର୍ମଚାରୀ ନିୟୋଜନ କରି ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣର ନିର୍ଦ୍ଦେଶ ରହିଥିବା ବେଳେ ଏଠାରେ ନିୟମ ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରତି ବର୍ଷ ଏଭଳି ଅବ୍ୟବସ୍ଥା କାରଣରୁ ଜଳଛତ୍ର ସ୍ଥାନରେ ଖାଲି ମାଠିଆ ଗଡୁଥିବା ନଜିର ରହିଛି। ଏ ନେଇ ଉକ୍ତ ୱାର୍ଡର କର୍ପୋରେଟର ସ୍ବର୍ଣ୍ଣଲତା ସାବତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କର୍ମଚାରୀ ରହୁଛନ୍ତି। ପାଣି ମଧ୍ୟ ସଠିକ ଭାବେ ରଖାଯାଉଥିବା ସେ କହିଛନ୍ତି। କିନ୍ତୁ ଦୃଶ୍ୟ ଅଲଗା କହୁଛି। ଏଣୁ ଜଳଛତ୍ର ଖୋଲିବା ପରେ ନିଗମର ଗୋଷ୍ଠୀ ସଂଯୋଜିକାମାନେ ତଦାରଖ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?