ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ ଅନିମିତତାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କୋ-ଅପରେଟିଭ୍‌ ସୋସାଇଟି ରେଜିଷ୍ଟାର ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୨୪୯/୩ା୪ା୨୦୨୪ରେ ଡେପୁଟୀ ରେଜିଷ୍ଟାର(ଡିଆର୍‌ସିଏସ୍‌) କୋ-ଅପରେଟିଭ ସୋସାଇଟି ବାରିପଦାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତେବେ ଡିଆର୍‌ସିଏସ୍‌ଙ୍କ ନାମରେ ଅନିୟମିତତା ଅଭିଯୋଗ କରାଯାଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ତଦନ୍ତ ଦାୟିତ୍ୱ ଦେବା କେତେ ଦୂର ଯଥାର୍ଥ ବୋଲି ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଦୋଷ ଦୁର୍ବଳତା ଓ ଦୁର୍ନୀତିକୁ ଚପାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି।

ନିବନ୍ଧକ ସମବାୟ ସମିତି ସମୂହ ଓଡ଼ିଶାଙ୍କ ଚିଠି ନଂ.୧୨୮୨୯/ ୫ା୭ା୨୦୧୮ ଗାଇଡ୍‌ ଲାଇନ ଅନୁଯାୟୀ ୫ବର୍ଷ ଧରି କାର୍ଯ୍ୟରତ ଏମ୍‌ଡି(ଗ୍ରେଡ୍‌-୧) ଓ ବ୍ରାଞ୍ଚ ଇନଚାର୍ଜ(ଗ୍ରେଡ୍‌-୨)ଙ୍କର ଗ୍ରେଡେସନ ତାଲିକା ପ୍ରସ୍ତୁତ କରାଯାଇଥିଲା। ୨୦୨୨ ଡିସେମ୍ବର ୩୧ରେ ଉକ୍ତ ତାଲିକାରେ ୪୫ଜଣଙ୍କ ନାମ ପ୍ରକାଶ ପାଇବା ପରେ ୨୦୨୩ ମେ ୩୦ରେ ଏହାକୁ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଥିଲା। ମାତ୍ର ତାଲିକା ଓ ନିୟମାନୁଯାୟୀ ପଦୋନ୍ନତି ଦିଆଯିବା ପରିବର୍ତ୍ତେ ୩ ବର୍ଷ କାର୍ଯ୍ୟ କରିଥିବା ଏମ୍‌ଡିମାନଙ୍କୁ ଦକ୍ଷତା ଭିତ୍ତିକ ପରୀକ୍ଷା ପୂର୍ବକ ସାକ୍ଷାତକାର(ଇଣ୍ଟରଭ୍ୟୁ) ଆଧାରରେ ୧୪ଜଣଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି ପଦୋନ୍ନତିରେ ୨ ଜଣ ଏମ୍‌ଡିଙ୍କର ୫ବର୍ଷ ପୂରଣ ହୋଇ ନ ଥିବା ବେଳେ ତାଙ୍କୁ କିପରି ପଦୋନ୍ନତି ଦିଆଯାଇଛି ତାହାକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାତ୍ର ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବାଧ୍ୟହୋଇ ପଦୋନ୍ନତି ପାଇବାକୁ ଦାବିଦାର ଥିବା ୬ ଜଣ ଏମ୍‌ଡି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଡବ୍ଲ୍ୟୁପି(ସି) ନଂ. ୧୧୧୪ରେ ଏକ ମାମଲା ରୁଜୁ କରିଥିଲେ। ପଦୋନ୍ନତିରେ ବ୍ୟାପକ ଅନିୟମିତତା ଏବଂ ସର୍ଭିସ ରୁଲ୍‌ର ଅବମାନନା କରାଯାଇଥିବା ନେଇ ମାମଲାର ତଦନ୍ତ କରି ୬ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସମବାୟ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକୁ ଭିିତ୍ତି କରି ସମବାୟ ବିଭାଗର କମିଶନର, ରେଜିଷ୍ଟାର, ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୟୂରଭଞ୍ଜ ଜିଲାପାଳ ତଥା ଅତିରିକ୍ତ ରେଜିଷ୍ଟାର ଏବଂ ଡେପୁଟୀ ରେଜିଷ୍ଟାରଙ୍କ ସହ ପଦୋନ୍ନତି ପାଇଥିବା ୧୪ଜଣଙ୍କୁ ମିଶାଇ ମୋଟ ୨୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟ ପକ୍ଷରେ ଏଭଳି ଦୁର୍ନୀତିକୁ ନେଇ ଭିଜିଲାନ୍ସ ବିଭାଗ କଟକ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ କାର୍ଯ୍ୟାଳୟ ଚିଠି ସଂଖ୍ୟା ୪୫୨୫/୧୨ା୩ା୨୦୨୪ରେ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଓଡ଼ିଶା କୋ-ଅପରେଟିଭ୍‌ ସୋସାଇଟି ରେଜିଷ୍ଟାର ଭୁବନେଶ୍ୱରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶା ସମବାୟ ବିଭାଗ ପକ୍ଷରୁ ତଦନ୍ତ ଦାୟିତ୍ୱ ବାରିପଦା ଡିଆର୍‌ସିଏସ୍‌ଙ୍କୁ ପ୍ରଦାନ କରାଯାଇଛି। ଦୁର୍ନୀତିରେ ଛନ୍ଦି ହୋଇଥିବା ଅଧିକାରୀମାନେ ନିଜକୁ ସୁହାଇଲା ଭଳି ତଦନ୍ତ ରିପୋର୍ଟ ଦେଇ ଖସିଯିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି। ଏଚ୍‌ଆର ପଲିସି-୨୦୧୧ ଅନୁଯାୟୀ ସିନିଅରିଟି କମ୍‌ ମେରିଟ୍‌ରେ ପଦୋନ୍ନତି ଦିଆଯାଇ ନ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି ା ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ପୂର୍ବତନ ବିଧାୟକଙ୍କ ସମ୍ପର୍କୀୟ ରହିଥିବାରୁ ମାମଲାକୁ ରଫାଦଫା କରିବାକୁ ହୀନ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri