ଶସ୍ତା ପ୍ଲାଏରେ ଝରକା, କବାଟ ନିର୍ମିତ

ପାରାଦୀପ ,୩୦।୧୦(ସ୍ବ.ପ୍ର.): ପାରାଦୀପର ଏକମାତ୍ର କଲେଜ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମରାମତି ବାବଦ ଖର୍ଚ୍ଚକୁ ନେଇ ମାସେ ହେବ ବିବାଦ ଲାଗିରହିଛି। ୨୩ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ମରାମତି କରାଯାଇଛି। ମାତ୍ର କାର୍ଯ୍ୟ ଶେଷ ହେବା ପରେ ତାହା କାମରେ ଲାଗୁନାହିଁ ବୋଲି କଲେଜର ୪ ଜଣିଆ ଅଧ୍ୟାପକ ଟିମ୍‌ ଅଭିଯୋଗ କରିଛନ୍ତି। ଠିକାସଂସ୍ଥା ପକ୍ଷରୁ କରାଯାଇଥିବା କାମ ନିମ୍ନମାନର ହୋଇଛି ବୋଲି ସେମାନେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ପାରାଦୀପ କଲେଜ ଅଫିସ କକ୍ଷକୁ ଲାଗି ସମ୍ମିଳନୀ କକ୍ଷ ରହିଛି। ସେଠାରେ ପ୍ରାୟତଃ ବୈଠକ ଓ ସେମିନାର କରାଯାଏ। ପାରାଦୀପ ବନ୍ଦର ଅର୍ଥରେ ନିର୍ମିତ ଏହି କୋଠା ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ଝରକା କବାଟଠାରୁ ଆରମ୍ଭ କରି ଟେବୁଲ ବେଞ୍ଚ ଆଦି ଭାଙ୍ଗିଯାଇଥିଲା। ଏହାକୁ ମରାମତି କରିବା ପାଇଁ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ପରେ ଆର ଆଣ୍ଡ ବି (ରୋଡ ଆଣ୍ଡ ବିଲ୍ଡିଂ ) ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ମରାମତି ପାଇଁ ଟେଣ୍ଡର କରାଯାଇଥିଲା। ଏହି କାର୍ଯ୍ୟ ପାଇଁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ବୋଲି କଲେଜ ଅଧ୍ୟାପକ ଅକ୍ଷୟ ମିଶ୍ର କହିଛନ୍ତି। ପରେ ମରାମତି କାର୍ଯ୍ୟ ଯାଞ୍ଚ ନିମନ୍ତେ କଲେଜ ପକ୍ଷରୁ ୪ ଜଣିଆ ଟିମ୍‌ ଗଠନ କରାଯାଇଥିଲା। କାମ ଶେଷ ହେବା ପରେ ଦେଖାଗଲା, ଯେଉଁ କବାଟ, ଝରକା ଲାଗିଛି ସେଗୁଡ଼ିକ ପ୍ଲାଏରେ ନିର୍ମିତ। ସାମାନ୍ୟ ଧକ୍କା ଦେଲେ ତାହା ଗଳି ପଡ଼ୁଛି। ଏପରିକି ମରାମତି ହେବାର ଅଳ୍ପ ଦିନ ମଧ୍ୟରେ କାଚ ଝରକା ଫବନରେ ଭାଙ୍ଗିଯାଇଛି। ଏମିତି କାମ ଦେଖି ଯାଞ୍ଚ ଟିମ୍‌ କଲେଜର ତତ୍କାଳୀନ ଅଧ୍ୟକ୍ଷା ସୁପ୍ରେମା କାନୁନଗୋ ନିକଟରେ ଗତ ସେପ୍ଟେମ୍ବରରେ ଅଭିଯୋଗ କରିଥିଲେ। ତେବେ କାନୁନଗୋ ୩୦ ସେପ୍ଟେମ୍ବରରେ ଅବସର ନେବା ପୂର୍ବରୁ ମରାମତି କାର୍ଯ୍ୟ ଠିକ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ କାନୁନଗୋଙ୍କୁ ପଚରାଯିବାରୁ ସେ କିଛି କହିବା ପାଇଁ ମନା କରିଦେଇଥିଲେ। ଆର ଆଣ୍ଡ ବି ବିଭାଗର ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସଙ୍କୁ ଏ ବିଷୟରେ ଏକାଧିକ ବାର ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ରୁ ଭାଜପା ପାଳିବ ସେବା ସପ୍ତାହ

ଭୁବନେଶ୍ୱର,୫।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରିବ ଭାଜପା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଛି। ତେଣୁ...

ପୂଜାକୁ ଫେରିଲା ବାଜା

ବଅଁରପାଳ,୧୮ା୧(ଉପେନ୍ଦ୍ର ରାଉତ): ଆଧ୍ୟାତ୍ମିକ ଆୟୋଜନ ହେଉ କି ସାଂସ୍କୃତିକ ଅବା ମାଙ୍ଗଳିକ, ବାଦ୍ୟ ବିନା ଏହାର କଳ୍ପନା କଷ୍ଟକର। ଶାସ୍ତ୍ରରେ ମଧ୍ୟ ବାଦ୍ୟକୁ ସର୍ବଦା ଶୁଭର...

ଧାନକିଣାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ବାରିପଦା ଅଫିସ, ୧୯ା୬-ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏଥିରେ ସରକାରୀ କର୍ମଚାରୀ, ମିଲର, ଦଲାଲମାନେ...

ସୁସ୍ଥ ହେଲେ ଆଉ ୩୪୫୫ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରେ ସର୍ବାଧିକ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୭୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୯୨, ପୁରୀରୁ ୨୫୪,...

ଅଗସ୍ତିନୂଆଗାଁ ଗ୍ରାମରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି ।...

ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ

ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍‌ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ...

ସକ୍ରିୟ ହେଲେଣି ଶିକାରୀ

ଢେଙ୍କାନାଳ ଅଫିସ, ୪।୪:  ତମାମ ଯୋଜନା, ଆବଶ୍ୟକ ପଦକ୍ଷେପ ସତ୍ତ୍ୱେ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଶିକାରୀ ମୁକ୍ତ ହୋଇପାରୁନାହିଁ। ଜୀବଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ...

ଆସନ୍ତା ୨ରେ କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର,୩୧।୧୦(ବ୍ୟୁରୋ): ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲା ଗସ୍ତ କରିବେ। ଏ ନେଇ ସରକାରୀ ଭାବେ ସୂଚୀ ଜାରି କରାଯାଇଛି ।...

Advertisement
Archives

Model This Week