ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର,୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ତୃତୀୟ ପାଳି ଯାତ୍ରା କରୋନା କଟକଣା ମଧ୍ୟରେ ଚାଲିଛି। ସୋମବାର ରାତି ସାଢେ ୧ଟାରେ ମନ୍ଦିର ଦ୍ୱାର ଫିଠା ଯାଇଥିଲା। ପରେ ପରମ୍ପରା ଅନୁସାରେ ମା’ଙ୍କ ଅବକାଶ ନୀତି, ମଙ୍ଗଳ ଆଳତି, ମାଜଣା ଆଦି ପୂଜାର୍ଚ୍ଚନା କରାଯାଇଥିଲା। ପରେ ସେବାୟତମାନେ ମା’ ତାରାତାରିଣୀଙ୍କୁ ସରସ୍ବତୀ ବେଶରେ ସଜ୍ଜିତ କରିଥିଲେ। ରାଜସ୍ବ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ମା’ଙ୍କ ଦର୍ଶନ କରିଛନ୍ତି।

ଭୋର ସାଢେ ୪ଟାରେ ସାହାଣ ମେଲା ହୋଇ ମା’ତାରାତାରିଣୀ ସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ଜିଲା ଓ ଜିଲା ବାହାରୁ ମାନସୀକଧାରୀ ଆସି ପିଲାଙ୍କ ମୁଣ୍ଡନ କରିିଥିଲେ। ତୃତୀୟ ପାଳିରେ ମା’ଙ୍କ ଦର୍ଶନ ପାଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛନ୍ତି। ମା’ଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ୧୫ଟି ବସ୍‌ର ନିୟୋଜିତ କରାଯାଇଛି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ତପନ କୁମାର ରଣା, ଧ୍ରୁବ ରଣାଙ୍କ ସମେତ ସମସ୍ତ ସେବାୟତ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେମୁଣା ମାର୍କେଟ୍‌ରୁ ଜବରଦଖଲ ଉଚ୍ଛେଦ

ରେମୁଣା, ୭।୮(ଡି.ଏନ.ଏ.)-ଦୀର୍ଘଦିନ ପରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ରେମୁଣା ମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ରେମୁଣା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।...

ନକଲି ମଦ କାରଖାନା ଠାବ

ଖୋର୍ଦ୍ଧା ଅଫିସ/ ବେଗୁନିଆ,୨୫ା୪(ଡି.ଏନ.ଏ.): ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ରାସୋଳ ଗଁ। ନିକଟ ଏକ ନିଛାଟିଆ ଘରେ ଚାଲିଥିବା ନକଲି ମଦ କାରଖାନା...

ବୋହି ନେବାକୁ ବସିଥିଲେ ମନ୍ଦିରର ହୁଣ୍ଡି

ପାତ୍ରପୁର,୧ା୧୧(ଡି.ଏନ.ଏ): ଜରଡ଼ା ଥାନା ତୁରୁବୁଡି ପଞ୍ଚାୟତ ନୂଆଗଡଠାରେ ଥିବା କୁରେଇଶୁଣିଙ୍କ ହୁଣ୍ଡି ସୋମବାର ରାତିରେ ଚୋରମାନେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି। ମଙ୍ଗଳବାର ପୀଠରୁ...

ପୂଜାମଣ୍ଡପ ଉଚ୍ଛେଦ ପ୍ରତିବାଦ: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ବନ୍ଧକଟିଆ ପଞ୍ଚାୟତ କେଶୁଲ ଗ୍ରାମ ହରିଜନ ସାହିରେ ଗୋଚର ଜମିରେ ଏକ ପୂଜା ମଣ୍ଡପ ରହିଛି ।...

ଜଳେଶ୍ୱର ସହର ଜଳଖିଆ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ

ଜଳେଶ୍ୱର, ୨୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର...

‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର...

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ...

୯୮ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦଶଭୁଜା

ଝାରସୁଗୁଡ଼ା ଅଫିସ,୫ା୧୦- ଶିଳ୍ପସମୃଦ୍ଧ ଝାରସୁଗୁଡା ଜିଲାରେ ଚଳିତବର୍ଷ ମୋଟ ୯୮ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ଝାରସୁଗୁଡ଼ା ଥାନା ଅଞ୍ଚଳରେ ୨୦, ବ୍ରଜରାଜନଗରରେ ୧୬,...

Advertisement
Archives

Model This Week