Posted inଖେଳ

ଛକା ମାରି ଲକ୍ଷ୍ନୌକୁ ଜିତାଇଲେ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଦିଲ୍ଲୀକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଚଳିତ ଆଇପିଏଲ୍‌ ସିଜନରେ ଲକ୍ଷ୍ନୌ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୪୯ ରନ୍‌ରେ ଅଟକି ଯାଇଥିଲା। ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇଁ ୧୫୦ ରନ୍‌ର ଟାଗେର୍ଟ ରଖିଥିଲା ଦିଲ୍ଲୀ।

ଲକ୍ଷ୍ନୌର ଦୁଇ ଓପନର ଅଧିନାୟକ କେ.ଏଲ୍‌ ରାହୁଲ ଏବଂ କ୍ୱିଣ୍ଟନ ଡି କକ୍‌ ଦଳକୁ ଭଲ ଷ୍ଟାଟ ଦେଇଥିଲେ। ୯.୪ ବଲରେ ରାହୁଲ ଏବଂ ଡି କକ୍‌ ୭୩ ରନ୍‌ ଯୋଡିଥିଲେ। ରାହୁଲ ୨୫ ବଲରେ ୨୪ ରନ୍‌ କରି ପ୍ରଥମ ଉଇକେଟ ଭାବେ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଇଭିନ ଲୁଇସ ୫ ରନ୍‌ କରି ଆଉଟ ହୋଇଯାଇଥିଲେ। ହେଲେ ଡି କକ୍‌ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ସେ ୫୨ବଲ୍‌ରେ ୮୦ରନ୍‌(୯ ଚଉକା ଏବଂ ୨ ଛକା) କରି ଦଳର ବିଜୟ ପଥ ପରିଷ୍କାର କରିଥିଲେ। ଶେଷ ଆଡକୁ ଦୀପକ ହୁଡା ଏବଂ କ୍ରୁନାଲ ପାଣ୍ଡ୍ୟା ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ ଆୟୁଷ ବଦୋନି ଛକା ମାରି ଲକ୍ଷ୍ନୌକୁ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍‌

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ...

ଇଣ୍ଡିଆନ ସୁପର ଲିଗ୍‌: କଳିଙ୍ଗରେ ଓଡ଼ିଶା ଏଫ୍‌ସିର ହ୍ୟାଟ୍ରିକ ବିଜୟ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ହୋମ୍‌ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ପ୍ରଦର୍ଶନ ଜାରିରଖି କ୍ରମାଗତ ୩ୟ ମ୍ୟାଚ୍‌ରେ ବାଜିମାତ୍‌ କରି ହ୍ୟାଟ୍ରିକ ବିଜୟ ହାସଲ...

ଯନ୍ତ୍ରଣା ବଖାଣିଲେ ଅଶ୍ୱିନ୍‌: ୮-୯ ରାତି ନ ଶୋଇ ମ୍ୟାଚ୍‌ ଖେଳିଥିଲେ ଅଶ୍ୱିନ୍‌

ମୁମ୍ବାଇ,୨୮।୫: କରୋନା ମହାମାରୀ ହେତୁ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ଏବେ ଏହି ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବରରେ କରିବାକୁ...

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…

ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ନିଜର ଦବ୍‌ଦବା ଜାହିର କରିଛି। ଦଳର ବୋଲର୍‌ ଜେମ୍ସ ଆଣ୍ଡରସନ, କ୍ରେଗ୍‌ ଓଭରଟନ, ଓଲି...

ନେତା ଲୁକ୍‌ରେ ଧୋନୀ

ନୂଆଦିଲ୍ଲୀ,୨୩।୮(ପିଟି): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଯବାନଙ୍କ ସହ ଟ୍ରେନିଂରୁ ଫେରିିବା ପରେ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଏକ ବିଜ୍ଞାପନରେ ଧୋନୀ...

ଯମଜ ସନ୍ତାନର ବାପା ହେଲେ ଏହି କ୍ରିକେଟର୍‌

ମୁମ୍ବାଇ: କ୍ରିକେଟର୍‌ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଯମଜ ସନ୍ତାନର ବାପା ,ମା’ ହୋଇଛନ୍ତି। ସେ ଏହି ଖୁସି ଖବର...

ଆଜିଠୁ ଝୁଲଣଙ୍କ ବିଦାୟୀ ଦିନିକିଆ ସିରିଜ

ହୋଭ୍‌,୧୮ା୯: ରବିବାର ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଭାରତ ତଥା ବିଶ୍ୱର ସର୍ବାଧିକ ଉଇକେଟ ହାସଲକାରୀ ଝୁଲଣ...

ବିସିସିଆଇ ବୈଠକରେ ବଡ଼ ନିଷ୍ପତ୍ତି: ଏହି ଦେଶରେ ଖେଳାଯିବ ଆଇପିଏଲ୍‌-୨୦୨୧ର ବାକି ମ୍ୟାଚ୍‌

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ର ଚଳିତ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକିଥିବା ମ୍ୟାଚ୍‌ ଖେଳାଯିବାନେଇ ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂ(ଏସ୍‌ଜିଏମ୍‌)ରେ...

Advertisement
Archives

Model This Week