ନିମ୍ନମାନର ଛତୁଆରେ କମୁନି ପୁଷ୍ଟହୀନତା

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୧ା୬: ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିହୀନତା ତଥା ରକ୍ତହୀନତା ରୋଗ ହ୍ରାସ ଲକ୍ଷ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଉକ୍ତ ଛତୁଆ ପ୍ୟାକେଟରେ ଆବଶ୍ୟକ ପରିମାଣର ସାମଗ୍ରୀ ନ ମିଶାଇ ନିର୍ମାଣକାରୀ ସଂସ୍ଥା ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଅଣ୍ଡା,ଖଜୁରୀ, ସୋଲା, ବାଦାମ ଲଡୁ ଇତ୍ୟାଦି ସାମଗ୍ରୀ ଉପଯୁକ୍ତ ମାନର ହେଉ ନ ଥିବାରୁ ପିଲାମାନେ ମୁହଁ ଫେରାଇ ନେଉଥିବା ମତପ୍ରକାଶ ପାଇଛି। ବିଶେଷ କରି ଯାଜପୁର ଜିଲାର କୋରେଇ ଓ ବରୀ ବ୍ଲକରେ ଛତୁଆ ତିଆରି ନାମରେ ବ୍ୟାପକ ହରିଲୁଟ ଚାଲିଥିବା କେତେଜଣ ପ୍ରସୂତି ଓ ଗର୍ଭବତୀ ମହିଳା ଅଭିଯୋଗ କରିଛନ୍ତି। ଜିଲା ସମାଜ କଲ୍ୟାଣ ବିଭାଗ(ଡିଏସ୍‌ଡବ୍ଳ୍ୟୁଓ) ଅଧିକାରୀ ଓ ଛତୁଆ ତିଆରି ଦାୟିତ୍ୱରେ ଥିବା ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) କର୍ମକର୍ତ୍ତାଙ୍କ ଅସାଧୁମେଣ୍ଟ ଯୋଗୁ ଏଥିରେ ବାର୍ଷିକ ବିପୁଳ ଅର୍ଥ ଲୁଟ୍‌ ହେଉଛି। ଫଳରେ ଏବେ ବି ଜିଲାରେ ପୁଷ୍ଟିହୀନତା ଓ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇ ପାରି ନ ଥିବା ସୂଚନା ମିଳିଛି।
ଯାଜପୁର ଜିଲାର ଧର୍ମଶାଳା ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୮ା୫ା୨୦୨୩ରେ ରୋଜି ସାହୁ ନାମ୍ନୀ ଜଣେ ମହିଳା ଏକ ଛତୁଆ ଓ ହାଲୁଆ ପ୍ୟାକେଟ ଧରି ସିଡିପିଓଙ୍କ ନିକଟରେ ନିମ୍ନମାନର ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସେ ସିଡିପିଓଙ୍କ ଅଫିସ ସାମ୍ନାରେ ସାଧାରଣ ଲୋକଙ୍କ ସମ୍ମୁଖରେ ଚଲା ମାଧ୍ୟମରେ ଛତୁଆ ପ୍ୟାକେଟ ଖୋଲି ଚଲେଇ ଥିଲେ। ସେଥିରୁ ଚୋକଡ଼ ଓ ଖଦଡ ଆଦି ଅଖାଦ୍ୟ ବାହାରିଥିବା ଦେଖା ଯାଇଥିଲା। ସେ କହିଥିଲେ ଏଭଳି ଖାଦ୍ୟ ପାଟିକୁ ଯାଉନାହିଁ, ତେଣୁ ଗାଈ ବଳଦକୁ ଦେଇ ଦେଉଛୁ। ତେବେ ଏହି ଅଭିଯୋଗର ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସଂପୃକ୍ତ ଛତୁଆ ତିଆରି ଅନୁଷ୍ଠାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ବରଂ ମୋଟା ଅଙ୍କର ଅର୍ଥ କାରବାର କରି ମାମଲାକୁ ଚାପି ଦିଆଗଲା ବୋଲି ଚର୍ଚ୍ଚା ହୋଇଛି। ତେବେ ବର୍ତ୍ତମାନ କୋରେଇ ଓ ବରୀ ବ୍ଲକ ଅଞ୍ଚଳରେ ମହିଳାମାନେ ନିମ୍ନମାନର ଛତୁଆ ଉପରେ ଏଭଳି କହୁଥିବା ଶୁଣିବାକୁ ମିଳିଛି।
ଅଭିଯୋଗ ଅନୁଯାୟୀ, କୋରେଇ ବ୍ଲକର ୨୪୦ ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନ ସମସ୍ତ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା, ଖଜୁରୀ, ସୋଲା, ବାଦାମ ଲଡୁ, ହାଲୁଆ ଇତ୍ୟାଦି ସାମଗ୍ରୀ ଯୋଗାଇ ଦେବାକୁ ୨ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ମିଳିଛି। ମକୁନ୍ଦୁପୁର ପଞ୍ଚାୟତ କଡମିଆ ଓ ତୁଳତୀ ପଞ୍ଚାୟତ ଖଇରା ଗ୍ରାମରେ ଛତୁଆ ପ୍ରସ୍ତୁତି କେନ୍ଦ୍ର ରହିଛି। ଏହି ୨ ପ୍ରସ୍ତୁତି କେନ୍ଦ୍ରରୁ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯାଇ କୋରେଇ ଅଞ୍ଚଳର ସମସ୍ତ ଗର୍ଭବତୀ ଓ ଶିଶୁମାନଙ୍କୁ ବିତରଣ କରାଯାଉଛି । ବାସ୍ତବରେ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ କେତେଜଣ ବ୍ୟକ୍ତି ଏହାର ପରିଚାଳନା କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିମାନେ ଅଧିକ ଲାଭ ଆଶାରେ ବିଭିନ୍ନ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ଅଙ୍ଗନୱାଡ଼ି ସେଣ୍ଟରରୁ ପଠାଉଥିବାର ଅଭିଯୋଗ ହୋଇଛି । ମିଳିଥିବା ତଥ୍ୟ ଅନୁଯାୟୀ, ୧ କୁଇଣ୍ଟାଲ ଗହମରେ ୧୫ କିଲୋ ବାଦାମ, ୨୦ କିଲୋ ବୁଟ, ୨୫ କିଲୋ ଚିନି ମିଶାଇ ଛତୁଆ ପ୍ରସ୍ତୁତ କରିବା କଥା । ହେଲେ ବାସ୍ତବରେ ଅତ୍ୟଧିକ ଗହମରେ ଅଳ୍ପ ଚିନି, ବୁଟ, ବାଦାମ ମିଶାଇ ଏହାକୁ ପ୍ରସ୍ତୁତ କରାଯାଉଛି । ଏଥିସହିତ ଛତୁଆରୁ ଅତି ମାତ୍ରାରେ ଚୋକଡ଼ ବାହାରୁଥିବା ଦେଖିବାକୁ ମିଳୁଛି । ସେହିପରି ବାଦାମ ଲଡୁ ଓ ଖଜୁରୀ କୋଳିରେ ବ୍ୟାପକ ମାତ୍ରାରେ ବାଲି ଗୋଡ଼ି ବାହାରୁଛି । ମହିଳାମାନେ ଏହି ଛତୁଆକୁ ନିଜେ ନ ଖାଇ ଗାଈଗୋରୁଙ୍କୁ ଦେଉଥିବା ଦେଖିବାକୁ ମିଳୁଛି । ସେହିପରି ୬ ମାସରୁ ୩ ବର୍ଷ ସାଧାରଣ ଶିଶୁଙ୍କ ପାଇଁ ହାଲୁଆ ପ୍ରସ୍ତୁତି କରାଯାଇ ବଣ୍ଟନ ହେଉଛି। ଦେଢ କିଲୋ ବିଶିଷ୍ଟ ଗୋଟିଏ ପ୍ୟାକେଟ ହାଲୁଆରେ ୭୬୦ ଗ୍ରାମ ସୁଜି, ୨୬୦ ଗ୍ରାମ ବେସନ, ୪୦୦ ଗ୍ରାମ ଚିନି ଓ ୮୦ ଗ୍ରାମ ତେଲ ମିଶିବାର ନିୟମ ରହିଛି। କିନ୍ତୁ ବରୀ ବ୍ଲକ ଅଲ୍ଲୀପୁର ଗ୍ରାମରେ ହାଲୁଆ ପ୍ରସ୍ତୁତ ଦାୟିତ୍ୱ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଭାଗମାପକୁ ନ ମାନି ବହୁ ପରିମାଣର ସୁଜି ଦେଇ ସ୍ବାଦ ବିହୀନ ହାଲୁଆ ପ୍ୟାକେଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି। ଫଳରେ ଶିଶୁମାନେ ଉକ୍ତ ହାଲୁଆକୁ ଖାଇବାକୁ ପସନ୍ଦ କରୁନାହାନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ ନ କରି ପ୍ରସ୍ତୁତକାରୀ ବ୍ୟକ୍ତିଙ୍କୁ ଓଲଟା ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ କୋରେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓ ଶକୁନ୍ତଳା ନାୟକଙ୍କୁ ପଚାରିବାରେ ସେ ଏଥିପ୍ରତି ଯନତ୍ବାନ ହେବେ ଏବଂ ଆବଶ୍ୟକ ତଦନ୍ତ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?