Posted inରାଜ୍ୟ

୨୦ରେ ଲଘୁଚାପ : ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖ ପାଖ ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେକେତ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ବୁଧବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୫୦ରୁ ୫୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖରୁ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ୨୦ ତାରିଖ ପୂର୍ବରୁ ଫେରିଆସିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ: ବଢ଼ିଲା ଅବଧି

ସମ୍ବଲପୁର ୧୫।୪(ବ୍ୟୁରୋ): ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ ସେବା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା...

ରାଜ୍ୟରେ ଅସହ୍ୟ ଶୀତ, ଅନୁଗୋଳ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦...

ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ପାଇଁ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬କୋଟି ମଞ୍ଜୁର

ଭୁବନେଶ୍ୱର,୫।୭(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆହୁରି ସୁଦୃଢ଼ ହେବ । ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଆଶ୍ରୟ ସ୍ଥଳୀଗୁଡ଼ିକ ଲୋକଙ୍କୁ...

ଭୂତ ଛଡ଼ାଇବା ନାଁରେ ନାବାଳକଙ୍କୁ ଜୋତାଧୂଆଁ ଦେବା ଘଟଣା: ଗିରଫ ହେଲେ ଗୁଣିଆ ଦମ୍ପତି

ଭୋଗରାଇ, ୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ମହାଗବ ଅଞ୍ଚଳର ଜଣେ ରୋଗଗ୍ରସ୍ତ ନାବାଳକଙ୍କୁ ଭୂତ ଲାଗିଥିବା କହି ଗୁଣିଆ ଦମ୍ପତି ଜୋତାପୋଡ଼ି...

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍‌ ପୋଲିସ। ବର୍ତ୍ତମାନ...

ସ୍ବାଭାବିକ ହୋଇପାରୁନି ଗୃହ

ଭୁବନେଶ୍ୱର,୩ା୧୨(ବ୍ୟୁରୋ):କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ...

କଂଗ୍ରେସ ନ ଛାଡ଼ିବାକୁ କହିଲେ ପିସିସି ସଭାପତି

ଭୁବନେଶ୍ୱର,୯।୮(ବ୍ୟୁରୋ): କ୍ରାନ୍ତି ଦିବସରେ ୩୦ରୁ ଅଧିକ ନେତା କଂଗ୍ରେସ ଛାଡ଼ିଛନ୍ତି। ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୋ...

ଶୋଷରେ ନୟାପଲ୍ଲୀବାସୀ

ଭୁବନେଶ୍ୱର,୨।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନ ଓ୍ବାର୍ଡ ନଂ.୩୭ର ନୟାପଲ୍ଲୀ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଲାଗି ରହିଛି। ବିଶେଷକରି ନୟାପଲ୍ଲୀର ବେହେରାସାହି, ଆଖଣ୍ଡଳମଣି...

Advertisement
Archives

Model This Week