୨୭ରୁ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର ଦୁଇଦିନ ପୂର୍ବରୁ ଅଧିବେଶନରେ ଯୋଗ ଦେଉଥିବା ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯିବ। ଅଧିବେଶନର ପଞ୍ଚମ ଦିନ ଅର୍ଥାତ୍‌ ଅକ୍ଟୋବର ୪ରେ ପୁଣିଥରେ ବିଧାୟକ, ସେମାନଙ୍କର ସୁରକ୍ଷା କର୍ମୀ ଓ ବିଧାନସଭା ସଚିବାଳୟର କର୍ମଚାରୀମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଗୃହ ଚାଲୁଥିବା ବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରିବେ ତେବେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ବିଧାନସଭା ସଚିବାଳୟ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସିକୁ ଆଗୁଆ ବିଧାୟକ, କର୍ମଚାରୀମାନଙ୍କର ତାଲିକା ପ୍ରଦାନ କରାଯିବ। ଏ ନେଇ ବୁଧବାର ବିଧାନସଭା ସଚିବାଳୟ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଓ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାବାସୀଙ୍କୁ ଗଣେଶ ପୂଜା ମନା

ଛତ୍ରପୁର,୧୮।୮(ଡି.ଏନ.ଏ): ଆସନ୍ତା ଶନିବାର ପଡ଼ୁଛି ଗଣେଶ ପୂଜା। ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଅନାଇ ବସିଛନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ...

ପ୍ରକାଶିତ ଖବରକୁ ଖଣ୍ଡନ

୧୯ା୧୨ା୨୦୨୦ ଧରିତ୍ରୀର ୫ମ ପୃଷ୍ଠାରେ ପ୍ରକାଶିତ ‘ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ’ ଶୀର୍ଷକ ଖବରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ...

ଜଗତ୍‌ସିଂହପୁରରେ ଦୁର୍ଗାପୂଜା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୪ା୮-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାରେ ସାର୍ବଜନୀନ ଦୁର୍ଗାପୂଜା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଏନେଇ ମା’ଦୁର୍ଗା ଓ ହରପାର୍ବତୀ...

ପିପିଲି ଉପନିର୍ବାଚନ: ଅଧିକ ୭୭ ବୁଥ୍‌ ହେବ

ପୁରୀ ଅଫିସ,୧୩।୧୧: ଆଗକୁ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲିପଡ଼ିଛି। ୬ମାସ ଭିତରେ ନିର୍ବାଚନ...

ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବରଗଡ଼ ଅଫିସ, ପଦ୍ମପୁର, ୩୦।୯(ଡି.ଏନ୍‌.ଏ.): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ...

ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା...

୩ ବଖରା ଜଳିଗଲା, ୪ ଛେଳି ଦଗ୍ଧ

ଦିଗପହଣ୍ଡି,୧୨ା୧୧(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଗଡ ସାମନ୍ତରାପୁର ଗଁାରେ ସୋମବାର ଅପରାହ୍ନ ସାଢ଼େ ୩ ଟାରେ ଅଗ୍ନିକାଣ୍ଡ ଘଟି କ୍ରିଷ୍ଣା ପାତ୍ର ଓ ନାଇନା ଗୌଡଙ୍କ ୩...

ପିଆଜ, ପନିପରିବା ଦର ଆକାଶଛୁଆଁ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଆକାଶ ଛୁଆଁ ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି। ଗୋଦାମରେ ହୋଲସେଲ ଦର ୬୦ ଟଙ୍କା ହୋଇଥିବା ବେଳେ ଖୁଚୁରା ବଜାରରେ ୬୫କୁ ଟପିଲାଣି। ଏହି ଦର...

Advertisement
Archives

Model This Week