ବନ୍ୟା କ୍ଷୟକ୍ଷତି ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ଓଡ଼ିଶାର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ ମୁକାବିଲା ବ୍ୟାପାର) ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ଅନ୍ତଃ ମନ୍ତ୍ରଣାଳୟ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଆସିଛନ୍ତି। ଏହି ଟିମ୍‌ ଦୁଇଦିନ ରାଜ୍ୟର ଅଧିକ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ। ବନ୍ୟାରେ କ୍ଷତିଗ୍ରସ୍ତ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ପୁରୀ ଜିଲା ପରିଦର୍ଶନ କରିବେ। ବନ୍ୟା ପ୍ରଭାବିତ ୪ ଜିଲାକୁ କେନ୍ଦ୍ରୀୟ ଟିମ୍‌ ଦୁଇଟି ଭାଗରେ ବିଭକ୍ତ ହୋଇ ଗସ୍ତ କରିଛନ୍ତି । ଗୋଟିଏ ଟିମ୍‌ ଭଦ୍ରକ ଓ ଯାଜପୁର ଗସ୍ତ କରିଥିବା ବେଳେ ଅନ୍ୟ ଟିମ୍‌ କେନ୍ଦ୍ରାପଡ଼ା ଓ ପୁରୀ ଜିଲା ଗସ୍ତ କରିଛନ୍ତି ।
ବଶିଷ୍ଠଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବୁଧବାର ଭଦ୍ରକ ଜିଲା ପ୍ରଶାସନ ସହ ଧାମନଗର ବ୍ଲକର ବୟାଙ୍ଗଡିହୀ, କୋଠାର ଅଞ୍ଚଳ ବୁଲି ଦେଖିଥିଲେ। କେତେ ଜଣ ଚାଷୀଙ୍କ ସହ ଅନୁଧ୍ୟାନକାରୀ ଟିମ୍‌ ଆଲୋଚନା କରିଥିଲେ। ପରେ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ସ୍ଥାନୀୟ ପାନ୍ଥଶାଳା ସଭାଗୃହରେ ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ଗାଧୋଇବାକୁ ଯାଇଥିଲେ, ଆଉ ଫେରିଲେନି: ପୋଖରୀରେ ବୁଡ଼ି ୨ ନାବାଳିକା…

କଲ୍ୟାଣସିଂହପୁର, ୭/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତର ବଡ଼ନାୟକଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶାନ୍ତିନଗର ପୋଖରୀରେ…

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?