ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ଖାସ୍‌ ଦିନରେ ରାଜୀବ ଏବଂ ସୋନିଆ ଗାନ୍ଧୀଙ୍କ ପ୍ରେମ କାହାଣୀ ବିଷୟରେ ଜାଣନ୍ତୁ।
ଏହି ପ୍ରେମ କାହାଣୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏକ ଗ୍ରୀକ୍‌ ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିଲା। ଏଠାରେ ରାଜୀବ ଗାନ୍ଧୀ ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ଦେଖିଥିଲେ। ପ୍ରଥମ ଦେଖାରେ ରାଜୀବ ସୋନିଆଙ୍କୁ ଭଲ ପାଇ ବସିଥିଲେ। କେବଳ ଏତିକି ନୁହେଁ, ସେ ସୋନିଆଙ୍କ ପ୍ରତି ଏତେ ଆକର୍ଷିତ ହୋଇଯାଇଥିଲେ ଯେ, ସେ ସୋନିଆଙ୍କୁ ତାଙ୍କ ପାଖରେ ସିଟ୍‌ ଦେବାକୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଅନୁରୋଧ କରିଥିଲେ।

ଏକ ସାକ୍ଷାତକାରରେ ରେଷ୍ଟୁରାଣ୍ଟ ମାଲିକ ଏକଥା କହିଥିଲେ। ସେ କହିଥିଲେ, ଯେତେବେଳେ ମୁଁ ରାଜୀବଙ୍କୁ କହିଥିଲି ଯଦି ଆପଣ ଏହା ଚାହାନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଦୁଇଗୁଣ ଅର୍ଥ ଦେବାକୁ ପଡ଼ିବ ଏବଂ ସେ ତୁରନ୍ତ ରାଜି ହୋଇଯାଇଥିଲେ।

ସେହିଦିନ ରାଜୀବ ରେଷ୍ଟୁରାଣ୍ଟରେ ଥିବା ଏକ କାଗଜ ରୁମାଲ ଉପରେ ସୋନିଆଙ୍କ ପାଇଁ ଏକ ଚିଠି ଲେଖିଥିଲେ। ପ୍ରଥମ ଦେଖାରେ ରାଜୀବ ସୋନିଆଙ୍କୁ ଜଣେ ଭଲ ଝିଅ ଭାବେ ଗ୍ରହଣ କରି ନେଇଥିଲେ। ସେ ବହୁତ ସହଯୋଗୀ ଏବଂ କୌଣସି କଥାକୁ ଲୁଚାନ୍ତି ନାହିଁ। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରାଜୀବ ଏବଂ ସୋନିଆଙ୍କ ଏହି ସାକ୍ଷାତ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ତିନି ବର୍ଷ ଧରି ଦୁହିଁଙ୍କର ଦେଖା ସାକ୍ଷାତ ହୋଇଥିଲା।

ସୋନିଆ ୯ ଡିସେମ୍ବର ୧୯୪୬ରେ ଇଟାଲୀର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଏଡ୍‌ୱିଗ ଆଣ୍ଟୋନିଆ ଆଲବିନା ମେନୋ। ସୋନିଆ ଜଣେ ସାଧାରଣ ପରିବାରର ଥିଲେ। କେମ୍ବ୍ରିଜରେ ପଢ଼ିବା ସହିତ ସେ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ କାମ ମଧ୍ୟ କରୁଥିଲେ। ରାଜୀବଙ୍କ ପ୍ରେମରେ ସୋନିଆ ଏତେ ପାଗଳ ହୋଇଯାଇଥିଲେ ଯେ, ସେ ନିଜ ପରିବାର ସଦସ୍ୟଙ୍କୁ ରାଜୀବଙ୍କ ବିଷୟରେ ଚିଠି ଲେଖିଥିଲେ। ସୋନିଆ ଚିଠିରେ ଲେଖିଥିଲେ, ମୁଁ ଜଣେ ଭାରତୀୟ ଯୁବକକୁ ଭଲ ପାଏ, ସେ ଜଣେ କ୍ରୀଡ଼ାବିତ୍‌। ମୁଁ ଏପରି ଜରାଜକୁମାରଙ୍କୁ ଅପେକ୍ଷା କରିଥିଲି।

୧୯୬୮ ମସିହାରେ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ଭାରତ ଆସିଥିଲେ କିନ୍ତୁ ରାଜୀବ ଗାନ୍ଧୀଙ୍କ ଘରେ ରହି ନ ଥିଲେ। ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏଭଳି ପରିସ୍ଥିତିରେ ସୋନିଆଙ୍କୁ ତାଙ୍କ ଘରେ ରଖିବା ଇନ୍ଦିରାଙ୍କ ପାଇଁ ଠିକ୍‌ ନ ଥିଲା। ତେଣୁ ଅମିତାଭ ବଚ୍ଚନଙ୍କ ଘରେ ସୋନିଆଙ୍କ ରହଣି ବ୍ୟବସ୍ଥା କରାଯାଇଥିଲା।

ବଚ୍ଚନ ପରିବାର ଏବଂ ଗାନ୍ଧୀ ପରିବାର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା। ରାଜୀବ ଗାନ୍ଧୀ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବନ୍ଧୁତା ଏହି ସମ୍ପର୍କକୁ ଆଗକୁ ବଢ଼ାଇଲା। ୧୯୬୮ ଜାନୁୟାରୀ ୧୩ ଶୀତୁଆ ସକାଳରେ ଅମିତାଭ ବଚ୍ଚନ ସୋନିଆ ଗାନ୍ଧୀଙ୍କୁ ନେବା ପାଇଁ ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ। ତା’ପରେ ସୋନିଆ ରାଜୀବଙ୍କ ଫ୍ୟାନ୍ସ ବା ପ୍ରଶଂସକ ଭାବରେ ଭାରତ ଆସିଥିଲେ। ସେତେବେଳେ ସୋନିଆ ଅମିତାଭଙ୍କ ଘରେ ରହୁଥିଲେ। ଅମିତାଭଙ୍କ ମା’ ତେଜି ବଚ୍ଚନ ସୋନିଆଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ବୁଝାଇଥିଲେ।

ଯେତେବେଳେ ରାଜୀବ ସୋନିଆଙ୍କୁ ବିବାହ କରିବାକୁ ଚାହିଁଥିଲେ, ତେଜି ବଚ୍ଚନ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ରାଜୀବ ଏବଂ ସୋନିଆଙ୍କ ବିବାହ ବିରୋଧରେ ଥିଲେ। ତେବେ ଇନ୍ଦିରାଙ୍କୁ ବୁଝାଇଥିଲେ ଅମିତାଭଙ୍କ ମା’।

ଶେଷରେ ୧୯୬୯ ମସିହାରେ ରାଜୀବ ଏବଂ ସୋନିଆ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେଣୁ କିଛିଦିନ ସୋନିଆ ତାଙ୍କ ପରିବାର ସହିତ ୱିଲିଙ୍ଗଡନ କ୍ରେସେଣ୍ଟରେ ଥିବା ବଚ୍ଚନ ପରିବାରର ବାସଭବନରେ ରହିଥିଲେ। ୧୯୮୩ରେ ସୋନିଆଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri