ଗଛ ପ୍ରେମରେ ରବିନାରାୟଣ

ବାଲିକୁଦା,୧୯।୨(ସ୍ବ.ପ୍ର.): ଆଧୁନିକ ମଣିଷ ଏବେ ବଣଜଙ୍ଗଲ କାଟି ଧ୍ୱଂସକରି ଚାଲିଥିବାବେଳେ ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ପଞ୍ଚାୟତ ଭୁଆସୁଣୀ ଗ୍ରାମର ରବିନାରାୟଣ ପରିଡ଼ା (୪୫) ଗଛ ପ୍ରେମରେ ପଡ଼ିଯାଇଛନ୍ତି। ସେ ନିଜ ବାଡ଼ିରେ ଶତାଧିକ ଜାତିର ଫୁଲ, ଫଳ, ପରିବା ଏବଂ ଔଷଧୀୟ ଗଛ ଲଗାଇଛନ୍ତି ା ଯେଉଁଥିରେ ସେ ଦୈନିକ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିନିଯୋଗ କରିଥାନ୍ତି। ଯଦିଓ ସେଥିରୁ ତାଙ୍କର ନିଜସ୍ବ କୌଣସି ରୋଜଗାର ହେଉନାହିଁ କିନ୍ତୁ ବିଭିନ୍ନ ଜାତିର ଗଛ ଦେଖିଲେ ସେ ବଜାରରୁ କିଣି ତା’ର ଯତ୍ନ ନେଇଥାନ୍ତି ା ଏଥିପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ ମଧ୍ୟ କରିଛନ୍ତି। ଲଗାଇଥିବା ଗଛର ଫୁଲ, ଫଳ ଓ ପରିବା ଇତ୍ୟାଦିକୁ ତାଙ୍କ ବଗିଚା ଦେଖିବାକୁ ଆସୁଥିବା ଲୋକଙ୍କୁ ବାଣ୍ଟିଥାନ୍ତି ା ସେଥିରେ ବହୁତ ଖୁସି ମିଳେ ବୋଲି କୁହନ୍ତି ରବି ା ପ୍ରତିଦିନ ସକାଳେ ୩ ଘଣ୍ଟା, ଅପରାହ୍ନରେ ୨ ଘଣ୍ଟା ଓ ରାତିରେ ୮ଟାରୁ ୯ଟା ପର୍ଯ୍ୟନ୍ତ ସେ ଏସବୁ ଗଛ ପାଇଁ କାର୍ଯ୍ୟ କରିଥାନ୍ତି ା ପ୍ର୍ରତ୍ୟେକ ଗଛରେ ଜୈବିକ ଖତ ପ୍ରୟୋଗ କରାଯାଇଛି। ଏହା ମଧ୍ୟରେ ମାଟି ଗୋବର ଖତ ରହିଛି ା ରବିଙ୍କ ବଗିଚାରେ ୨୦ରୁ ଊର୍ଦ୍ଧ୍ୱ ଜାତିର ଫୁଲ ରହିଛି ା ସେଗୁଡିକ ମଧ୍ୟରେ ବିଭିନ୍ନ ରଙ୍ଗର ପ୍ରାୟ ୧୨ ପ୍ରକାର ଗୋଲାପ ରହିଛି ା ସେଭଳି ୧୦ ପ୍ରକାର ମନ୍ଦାର ଥିବାବେଳେ ୩୦ ପାଖୁଡାବିଶିଷ୍ଟ ମନ୍ଦାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଏହାଛଡ଼ା କୁସୁମ, ସୁଗନ୍ଧରାଜ, ସଦାବିହାରୀ ଓ ବିଭିନ୍ନ ପ୍ରକାର କନିଅର ଫୁଲ ରହିଛି ା ସେହିପରି ବିଭିନ୍ନ ଫଳଗଛ ମଧ୍ୟରେ ୩ ପ୍ରକାର କମଳା, ୫ ପ୍ରକାର ଲେମ୍ବୁ ଯଥା ବାରମାସୀ, ଦେଶୀ, କାଗେଜି ଲେମ୍ବୁ, ଅଷ୍ଟ୍ରେଲିଆନ ଲେମ୍ବୁ , କାଶୀ ବରକୋଳି, ପିଜୁଳି, ପଣସ, ଆମ୍ବ, ନଡ଼ିଆ, ସପେଟା, ବେଲ, ଡାଳିମ୍ବ ସହ ଚଳିତବର୍ଷ ସେଓଗଛ ମଧ୍ୟ ଲଗାଇଛନ୍ତି ା ଏହାଛଡ଼ା ସେ ବାଡ଼ିରେ ବିଭିନ୍ନ ପରିବା ଗଛ ମଧ୍ୟ ଲଗାଇଛନ୍ତି। ସେଗୁଡ଼ିକ ମଧ୍ୟରେ ବିଭିନ୍ନ ଜାତିର ବିଲାତି ବାଇଗଣ, ପିଆଜ, ଲଙ୍କା, କାପ୍‌ସିକମ୍‌, ଅମୃତଭଣ୍ଡା, ସଜନା, ଭୃଷଙ୍ଗ ଆଦି ରହିଛି ା ତାଙ୍କର ଯଦିଓ ସ୍ଥାନୀୟ ଅନନ୍ତପୁର ବଜାରରେ ମୋବିଲ ଦୋକାନ ରହିଛି ମାତ୍ର ଅଧିକାଂଶ ସମୟ ସେ ଏହି ଗଛ ପାଇଁ ଦେଇଥାନ୍ତି ା ଏହି ବାଡ଼ିରେ କୌଣସି ଅପରିଷ୍କାର ଦେଖିବାକୁ ମିଳି ନ ଥାଏ, ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ଗଛଗୁଡିକୁ ଦେଖିବା ପାଇଁ ଆସିବା ସହ ବିଭିନ୍ନ ଫଳ ଓ ଫୁଲ ଆଦି ନେଇଥାନ୍ତି ା ସ୍ଥାନୀୟ ଖଡ଼ିକାଦଣ୍ଡା ଗ୍ରାମର ପୀତବାସ ସ୍ବାଇଁ କୁହନ୍ତି, ରବି ବାଡ଼ିରେ ବିଭିନ୍ନ ଫୁଲ, ଫଳ, ପରିବା ଏବଂ ଔଷଧୀୟ ବୃକ୍ଷ ଆଦି ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେଠାରେ ଅତିକମ୍‌ରେ ୨ ଘଣ୍ଟା ନ ବୁଲିଲେ ଆସିବାକୁ ଇଚ୍ଛା ହୁଏନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri