ପ୍ରେମୀଯୁଗଳଙ୍କ ଯୁଦ୍ଧ ତାଲିମ

କ୍ୱିଭ୍‌, ୨୧ା୩: ଯୁଦ୍ଧ ବିଷୟରେ ଇତିହାସରୁ ପଢ଼ିଥିବା ତଥା ନିଜ ଅଜା ଆଈଙ୍କ କାହାଣୀରେ ଶୁଣିଥିବା ୟୁକ୍ରେନ୍‌ର ଯୁବପିଢ଼ି ଆଜି ନିଜେ ଜଣେ ଜଣେ ଯୋଦ୍ଧା ପାଲଟିଛନ୍ତି। ପାର୍ଟନରଙ୍କ ସହ ଜୀବନ ଆରମ୍ଭ କରିବାକୁ ଯାଉଥିବା ପ୍ରେମୀଯୁଗଳ ଏବେ ଯୁଦ୍ଧାସ୍ତ୍ର ଧରି ଦେଶ ରକ୍ଷା ପାଇଁ ରୁଷିଆ ବିରୋଧରେ ଲଢ଼ିବା ନିମନ୍ତେ ତାଲିମ ଦେଉଛନ୍ତି। କଫି ପିଇ ସାଙ୍ଗମାନଙ୍କ ସହ ସମୟ କାଟିବାକୁ ଯାଉଥିବା ସ୍ଥାନରେ ୟୁକ୍ରେନ୍‌ ଯୁବଗୋଷ୍ଠୀ ଅସ୍ତ୍ର ଧରି ଯୁଦ୍ଧ କୌଶଳ ଶିଖୁଛନ୍ତି। ଦକ୍ଷିଣ ୟୁକ୍ରେନ୍‌ର ଓଡେଶା ସହରରେ ଥିବା ଏହି ଟ୍ରେନିଂ ସେଣ୍ଟରରେ ସେମାନେ ଯୁଦ୍ଧାସ୍ତ୍ର ଚଳାଇବା ସହ କ୍ଷତାକ୍ତ ହେଲେ ଶୀଘ୍ର ଉପଶମ ନିମନ୍ତେ ଏମର୍ଜେନ୍ସି ଫାଷ୍ଟଏଡ୍‌ ବା ପ୍ରାଥମିକ ଚିକିତ୍ସା ପଦ୍ଧତି ଶିକ୍ଷା ମଧ୍ୟ ନେଉଛନ୍ତି।
ଗ୍ରୀଷ୍ମ ଋତୁରେ ନିଜ ବିବାହ ଯୋଜନା କରିସାରିଥିବା ପ୍ରେମୀଯୁଗଳ ୨୬ ବର୍ଷୀୟା ଗ୍ରାଫିକ୍‌ ଡିଜାଇନର ଓଲ୍‌ଗା ମୋରୋଜ୍‌ ଏବଂ ତାଙ୍କ ପ୍ରେମିକ ୩୨ ବର୍ଷୀୟ ସେଲ୍‌ସ ମ୍ୟାନେଜର ମାକ୍ସିମ୍‌ ୟାଭ୍‌ତୁଶେଙ୍କୋ ଦିନକୁ ପ୍ରାୟ ୮୦ରୁ ୧୫୦ ଲୋକଙ୍କୁ ଯୁଦ୍ଧ କୌଶଳ ଏବଂ ଫାଷ୍ଟଏଡ୍‌ ଟ୍ରେନିଂ ଦେଉଛନ୍ତି। ଉଭୟେ ୟୁକ୍ରେନ୍‌ କ୍ଷେତ୍ରୀୟ ପ୍ରତିରକ୍ଷା ବାହିନୀରେ ସ୍ବେଚ୍ଛାକୃତ ଭାବେ ଯୋଗ ଦେବା ପରେ ଅନ୍ୟମାନଙ୍କୁ ଅସ୍ତ୍ରଚାଳନା ଶିଖାଉଛନ୍ତି। ସମ୍ପ୍ରତି ସ୍ଥିତିରେ ୟୁକ୍ରେନ୍‌ର ପ୍ରତ୍ୟେକ ବ୍ୟକ୍ତି ଲଢ଼ିବା ଜାଣିବା ଉଚିତ। ଏଥିସହ ଔଷଧ ପ୍ରସ୍ତୁତି, ପରିବାର ଲୋକ ଓ ଅନ୍ୟମାନଙ୍କ ଚିକିତ୍ସା ଶିଖିବା ଜରୁରୀ ବୋଲି ଓଲଗା ମୋରୋଜ କହିଛନ୍ତି। ଏହି କେନ୍ଦ୍ରରେ ନାଗରିକଙ୍କୁ ମୌଳିକ ପ୍ରତିରକ୍ଷା ତାଲିମ୍‌ ଦିଆଯାଉଥିଲେ ହେଁ ଏହା ଦ୍ୱାରା ସେମାନେ ଆଗକୁ ଆସିବାକୁ ଥିବା ସ୍ଥିତି ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଟ୍ରେନିଂ ନେଉଥିବା ଜଣେ ୨୬ ବର୍ଷୀୟ ଇଣ୍ଟରନେଟ୍‌ ମାର୍କେଟିଂ ମ୍ୟାନେଜର ମୁରାଗର୍‌ ଶାରିପୋଭ୍‌ କହିଛନ୍ତି, ଆମକୁ ଯୁଦ୍ଧର ଭୟାବହତାକୁ ବୁଝିବାକୁ ପଡ଼ିବ। ଚାରିଆଡ଼େ ଆମ ଦେଶର ଲୋକଙ୍କ ଜୀବନ ଯାଉଛି। ତେଣୁ ନିଜ ପରିବାର, ସମ୍ପର୍କୀୟ , ସାଙ୍ଗସାଥିଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ...

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ଚିଠି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଉଦାରତାପୂର୍ଣ୍ଣ ଚିଠି ଲେଖିଛନ୍ତି। ଏ ନେଇ ବାଇଡେନ୍‌ ହ୍ବାଇଟ ହାଉସ୍‌ ପରିସରରେ ଖବରଦାତାଙ୍କୁ...

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ବନ୍ଧକ

ବାମାକୋ, ୧୯।୮: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏବେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି। ସୈନ୍ୟ ବାହିନୀ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧ ବିଦ୍ରୋହ କରିଛନ୍ତି।...

ଇମ୍ରାନଙ୍କ ଦଳ ସମସ୍ତ ବିଧାନସଭାରୁ ଦେବେ ଇସ୍ତଫା, ଘୋଷଣା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ ।୧୧: ପିଟିଆଇର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି କି ତାଙ୍କ ଦଳ ସମସ୍ତ ବିଧାନସଭାରୁ ଇସ୍ତଫା ଦେବାକୁ...

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରୟୁଥ ଚାନ୍‌-ଓକା

ବ୍ୟାଙ୍କକ୍‌,୧୨ା୬(ଆଇଏଏନ୍‌ଏସ୍‌): ସେନାମୁଖ୍ୟ ଜେନେରାଲ ପ୍ରୟୁଥ ଚାନ୍‌-ଓକା ମଙ୍ଗଳବାର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସାମରିକ ଶାସନର ଦୀର୍ଘ ୫ବର୍ଷ ପରେ ଦେଶରେ ଏକ...

ପୁଣି ଚିନ୍ତା ବଢ଼ାଇବ ନୂଆ ଭାରିଆଣ୍ଟ: ଓମିକ୍ରନଠାରୁ ୧୦ଗୁଣା ଅଧିକ ସଂକ୍ରମଣ

ଜେନେଭା,୨।୪: କରୋନା ଭାଇରସ୍‌ର ଏକ ନୂଆ ଭାରିଆଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇବାକୁ ଯାଉଛି। କରୋନାର ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍‌ଭାରିଆଣ୍ଟ ବିଏ-୨...

ଡୋନେସ୍କରେ ୫ ବିସ୍ଫୋରଣ, ରୁଷିଆ ଆକ୍ରମଣ କରିଥିବା ଆଶଙ୍କା !…

କ୍ୱିଭ୍‌/ମସ୍କୋ,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ବିଦ୍ରୌହୀଙ୍କ ଦଖଲରେ ଥିବା ୟୁକ୍ରେନର ପୂର୍ବ ଡୋନେସ୍କ ସହରରେ ପାଞ୍ଚ...

Advertisement
Archives

Model This Week