ପ୍ରେମୀଯୁଗଳଙ୍କ ଯୁଦ୍ଧ ତାଲିମ

କ୍ୱିଭ୍‌, ୨୧ା୩: ଯୁଦ୍ଧ ବିଷୟରେ ଇତିହାସରୁ ପଢ଼ିଥିବା ତଥା ନିଜ ଅଜା ଆଈଙ୍କ କାହାଣୀରେ ଶୁଣିଥିବା ୟୁକ୍ରେନ୍‌ର ଯୁବପିଢ଼ି ଆଜି ନିଜେ ଜଣେ ଜଣେ ଯୋଦ୍ଧା ପାଲଟିଛନ୍ତି। ପାର୍ଟନରଙ୍କ ସହ ଜୀବନ ଆରମ୍ଭ କରିବାକୁ ଯାଉଥିବା ପ୍ରେମୀଯୁଗଳ ଏବେ ଯୁଦ୍ଧାସ୍ତ୍ର ଧରି ଦେଶ ରକ୍ଷା ପାଇଁ ରୁଷିଆ ବିରୋଧରେ ଲଢ଼ିବା ନିମନ୍ତେ ତାଲିମ ଦେଉଛନ୍ତି। କଫି ପିଇ ସାଙ୍ଗମାନଙ୍କ ସହ ସମୟ କାଟିବାକୁ ଯାଉଥିବା ସ୍ଥାନରେ ୟୁକ୍ରେନ୍‌ ଯୁବଗୋଷ୍ଠୀ ଅସ୍ତ୍ର ଧରି ଯୁଦ୍ଧ କୌଶଳ ଶିଖୁଛନ୍ତି। ଦକ୍ଷିଣ ୟୁକ୍ରେନ୍‌ର ଓଡେଶା ସହରରେ ଥିବା ଏହି ଟ୍ରେନିଂ ସେଣ୍ଟରରେ ସେମାନେ ଯୁଦ୍ଧାସ୍ତ୍ର ଚଳାଇବା ସହ କ୍ଷତାକ୍ତ ହେଲେ ଶୀଘ୍ର ଉପଶମ ନିମନ୍ତେ ଏମର୍ଜେନ୍ସି ଫାଷ୍ଟଏଡ୍‌ ବା ପ୍ରାଥମିକ ଚିକିତ୍ସା ପଦ୍ଧତି ଶିକ୍ଷା ମଧ୍ୟ ନେଉଛନ୍ତି।
ଗ୍ରୀଷ୍ମ ଋତୁରେ ନିଜ ବିବାହ ଯୋଜନା କରିସାରିଥିବା ପ୍ରେମୀଯୁଗଳ ୨୬ ବର୍ଷୀୟା ଗ୍ରାଫିକ୍‌ ଡିଜାଇନର ଓଲ୍‌ଗା ମୋରୋଜ୍‌ ଏବଂ ତାଙ୍କ ପ୍ରେମିକ ୩୨ ବର୍ଷୀୟ ସେଲ୍‌ସ ମ୍ୟାନେଜର ମାକ୍ସିମ୍‌ ୟାଭ୍‌ତୁଶେଙ୍କୋ ଦିନକୁ ପ୍ରାୟ ୮୦ରୁ ୧୫୦ ଲୋକଙ୍କୁ ଯୁଦ୍ଧ କୌଶଳ ଏବଂ ଫାଷ୍ଟଏଡ୍‌ ଟ୍ରେନିଂ ଦେଉଛନ୍ତି। ଉଭୟେ ୟୁକ୍ରେନ୍‌ କ୍ଷେତ୍ରୀୟ ପ୍ରତିରକ୍ଷା ବାହିନୀରେ ସ୍ବେଚ୍ଛାକୃତ ଭାବେ ଯୋଗ ଦେବା ପରେ ଅନ୍ୟମାନଙ୍କୁ ଅସ୍ତ୍ରଚାଳନା ଶିଖାଉଛନ୍ତି। ସମ୍ପ୍ରତି ସ୍ଥିତିରେ ୟୁକ୍ରେନ୍‌ର ପ୍ରତ୍ୟେକ ବ୍ୟକ୍ତି ଲଢ଼ିବା ଜାଣିବା ଉଚିତ। ଏଥିସହ ଔଷଧ ପ୍ରସ୍ତୁତି, ପରିବାର ଲୋକ ଓ ଅନ୍ୟମାନଙ୍କ ଚିକିତ୍ସା ଶିଖିବା ଜରୁରୀ ବୋଲି ଓଲଗା ମୋରୋଜ କହିଛନ୍ତି। ଏହି କେନ୍ଦ୍ରରେ ନାଗରିକଙ୍କୁ ମୌଳିକ ପ୍ରତିରକ୍ଷା ତାଲିମ୍‌ ଦିଆଯାଉଥିଲେ ହେଁ ଏହା ଦ୍ୱାରା ସେମାନେ ଆଗକୁ ଆସିବାକୁ ଥିବା ସ୍ଥିତି ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଟ୍ରେନିଂ ନେଉଥିବା ଜଣେ ୨୬ ବର୍ଷୀୟ ଇଣ୍ଟରନେଟ୍‌ ମାର୍କେଟିଂ ମ୍ୟାନେଜର ମୁରାଗର୍‌ ଶାରିପୋଭ୍‌ କହିଛନ୍ତି, ଆମକୁ ଯୁଦ୍ଧର ଭୟାବହତାକୁ ବୁଝିବାକୁ ପଡ଼ିବ। ଚାରିଆଡ଼େ ଆମ ଦେଶର ଲୋକଙ୍କ ଜୀବନ ଯାଉଛି। ତେଣୁ ନିଜ ପରିବାର, ସମ୍ପର୍କୀୟ , ସାଙ୍ଗସାଥିଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri