ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ଧର୍ମଶାଳା, (ଡି.ଏନ.ଏ.)୨୧।୩: ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ପୋଲିସର ତଦନ୍ତକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ସହଯୋଗୀଙ୍କୁ ପୋଲିସ ଧରିପାରୁ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଏକମାତ୍ର ରୋଜଗାରିଆ ପୁଅ ମାନସଙ୍କୁ ହରାଇ ମା’ ଯମୁନା ସ୍ବାଇଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ନ୍ୟାୟ ପାଇଁ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରି କରିଛନ୍ତି। ଯମୁନା କହିଛନ୍ତି, ଆମେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛୁ। ସେ ଆମର ମୁଖ୍ୟମନ୍ତ୍ରୀ। ଆମର ସେ କ’ଣ ବୁଝିଲେ। ମୋ ପୁଅକୁ ନ୍ୟାୟ କିପରି ସେମାନେ ଦେବେ। ମୁଖ୍ୟମନ୍ତ୍ରୀ କ’ଣ ଜାଣିନାହାନ୍ତି ମୋ ପୁଅ କିପରି ନ୍ୟାୟ ପାଇବ। ନବୀନ ବାବୁ ହିଁ ବୁଝନ୍ତୁ ବୋଲି ସେ କହିଛନ୍ତି।
ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ସହଯୋଗୀମାନେ ଫେରାର ଅଛନ୍ତି। ପୋଲିସର ୩ଟି ଟିମ୍‌ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ସେମାନଙ୍କୁ ଖୋଜିପାଉ ନାହାନ୍ତି। ସେପଟେ ପୋଲିସ ଟିମ୍‌ ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମର ଆଖପାଖରେ ଲାଗିଥିବା ସିସିଟିଭି ହାର୍ଡଡିସ୍କକୁ ଜବତ କରି ଯାଞ୍ଚ କରୁଛି। ଅନ୍ୟପଟେ ଧର୍ମଶାଳା ଅଞ୍ଚଳରୁ ମାନସଙ୍କ ମୋବାଇଲକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଗତ ଏକମାସ ତଳେ ସ୍ଥାନୀୟ ଜାଲଶୁଖା ଗ୍ରାମର ଶ୍ରମିକ ସୁରେଶ ନାଏକ କାମ କରିବାକୁ ଯାଉଥିବାବେଳେ ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥ ଶଙ୍ଖାରିଡ଼ିହ ନିକଟ ରାସ୍ତା ପାର୍ଶ୍ୱରୁ ଉକ୍ତ ମୋବାଇଲ ପାଇଥିଲେ। ପରେ ତାହାକୁ ସେ ସେଠାରେ ପାନ ଦୋକାନ କରିଥିବା ସୁଶାନ୍ତ ଗୁରୁଙ୍କୁ ଦେଇଥିଲେ। ପରେ ଚାନ୍ଦବାଲି ପୋଲିସ ପହଞ୍ଚତ୍ ମୋବାଇଲ ପାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ଧର୍ମଶାଳା ପୋଲିସ ଉପସ୍ଥିତିରେ ମୋବାଇଲ ଫୋନଟିକୁ ଜବତ କରିଛି। ସିସିଟିଭି ଓ ମୋବାଇଲ ଫୋନ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ଆଶା ରଖିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?