ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ଧର୍ମଶାଳା, (ଡି.ଏନ.ଏ.)୨୧।୩: ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ପୋଲିସର ତଦନ୍ତକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ସହଯୋଗୀଙ୍କୁ ପୋଲିସ ଧରିପାରୁ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଏକମାତ୍ର ରୋଜଗାରିଆ ପୁଅ ମାନସଙ୍କୁ ହରାଇ ମା’ ଯମୁନା ସ୍ବାଇଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ନ୍ୟାୟ ପାଇଁ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରି କରିଛନ୍ତି। ଯମୁନା କହିଛନ୍ତି, ଆମେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛୁ। ସେ ଆମର ମୁଖ୍ୟମନ୍ତ୍ରୀ। ଆମର ସେ କ’ଣ ବୁଝିଲେ। ମୋ ପୁଅକୁ ନ୍ୟାୟ କିପରି ସେମାନେ ଦେବେ। ମୁଖ୍ୟମନ୍ତ୍ରୀ କ’ଣ ଜାଣିନାହାନ୍ତି ମୋ ପୁଅ କିପରି ନ୍ୟାୟ ପାଇବ। ନବୀନ ବାବୁ ହିଁ ବୁଝନ୍ତୁ ବୋଲି ସେ କହିଛନ୍ତି।
ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ସହଯୋଗୀମାନେ ଫେରାର ଅଛନ୍ତି। ପୋଲିସର ୩ଟି ଟିମ୍‌ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ସେମାନଙ୍କୁ ଖୋଜିପାଉ ନାହାନ୍ତି। ସେପଟେ ପୋଲିସ ଟିମ୍‌ ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମର ଆଖପାଖରେ ଲାଗିଥିବା ସିସିଟିଭି ହାର୍ଡଡିସ୍କକୁ ଜବତ କରି ଯାଞ୍ଚ କରୁଛି। ଅନ୍ୟପଟେ ଧର୍ମଶାଳା ଅଞ୍ଚଳରୁ ମାନସଙ୍କ ମୋବାଇଲକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଗତ ଏକମାସ ତଳେ ସ୍ଥାନୀୟ ଜାଲଶୁଖା ଗ୍ରାମର ଶ୍ରମିକ ସୁରେଶ ନାଏକ କାମ କରିବାକୁ ଯାଉଥିବାବେଳେ ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥ ଶଙ୍ଖାରିଡ଼ିହ ନିକଟ ରାସ୍ତା ପାର୍ଶ୍ୱରୁ ଉକ୍ତ ମୋବାଇଲ ପାଇଥିଲେ। ପରେ ତାହାକୁ ସେ ସେଠାରେ ପାନ ଦୋକାନ କରିଥିବା ସୁଶାନ୍ତ ଗୁରୁଙ୍କୁ ଦେଇଥିଲେ। ପରେ ଚାନ୍ଦବାଲି ପୋଲିସ ପହଞ୍ଚତ୍ ମୋବାଇଲ ପାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ଧର୍ମଶାଳା ପୋଲିସ ଉପସ୍ଥିତିରେ ମୋବାଇଲ ଫୋନଟିକୁ ଜବତ କରିଛି। ସିସିଟିଭି ଓ ମୋବାଇଲ ଫୋନ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ଆଶା ରଖିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଟପିଲା ମାଙ୍କଡ଼ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ବସ୍ତା,୨୭।୭(ସ୍ବ.ପ୍ର.)-ବସ୍ତା ବ୍ଲକ କୁଳିଦା ପଞ୍ଚାୟତର କୁଳିଦା, ଆଗ୍ରଡ଼ା, ତେନ୍ତୁଳିଆ ଆଦି ଗ୍ରାମରେ ଗତ କିଛିଦିନ ହେଲା ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ମାଙ୍କଡ଼ ଗାଁରେ...

ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ

ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍‌ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫...

ଚୌଦ୍ୱାର ଜେଲରେ କଏଦୀଙ୍କୁ ହତ୍ୟା

କଟକ ଅଫିସ୍‌/ ଚୌଦ୍ୱାର, (ଡି.ଏନ.ଏ.),୨୫।୬: ଚୌଦ୍ୱାର ଜେଲ ଭିତରେ ସୋମବାର ଜଣେ କଏଦୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କଟକ ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର...

ଜଳାଶୟରେ ମଲାମାଛ ଭାସୁଛନ୍ତି

ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା...

ପୁଅ, ୩ ସହଯୋଗୀ ଗିରଫ

ଅନୁଗୋଳ ଅଫିସ,୧୦।୧୦ – ବାପାଙ୍କୁ ମାଡ଼ ମାରି ଟଙ୍କା ଲୁଟିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣେ ପୁଅ ସହ ତାଙ୍କର ୩ ସହଯୋଗୀଙ୍କୁ ସୋମବାର ଗିରଫ...

ଭଦ୍ରକ ଉପଜିଲାପାଳଙ୍କୁ କରୋନା: କିଏ ନେଲେ ତାଙ୍କ ଦାୟିତ୍ୱ ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶନିବାର ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ ଯୋଗେ...

ଖବରକାଗଜ ବିତରକରୁ ହେଲେ ସରପଞ୍ଚ

ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

ସବୁଦିନ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ବତନ୍ତ୍ର ଏକ୍ସପ୍ରେସ ଶୁକ୍ରବାରଠାରୁ ସପ୍ତାହରେ ୫ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି।...

Advertisement
Archives

Model This Week