Posted inଖେଳ

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ ଆଗରେ ବଡ଼ ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ୩ ଥର ଆଇପିଏଲ ଚାମ୍ପିୟନକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାର କାରଣ ଦଳ ଅଷ୍ଟ୍ରେଲିଆନ ପେସର ଜୋସ ହାଜେଲଉଡ୍‌ଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି। ଏହା ସ୍ବୀକାର କରିଛନ୍ତି ଦଳୀୟ କୋଚ୍‌ ଷ୍ଟିଫେନ ଫ୍ଲେମିଂ।

ଆଇପିଏଲରୁ ହାଜେଲଉଡ୍‌ ଓହରି ଯିବାରୁ ସିଏସ୍‌କେକୁ ଲାଗିଛି ଶକ୍ତ ଧକ୍କା। ଆଉ ଦଳ ପାଖରେ ଉପଲବ୍ଧ ଥିବା ବିଦେଶୀ ପେସର ଜାସନ ବେହେରେଣ୍ଡର୍ଫ ଓ ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନ୍‌ଗିଡି ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ଖେଳିପାରିବେ ନାହିଁ। ବ୍ୟକ୍ତିଗତ କାରଣ ଯୋଗୁ ହାଜେଲଉଡ୍‌ ଅନ୍ତିମ ସମୟରେ ଓହରିବାକୁ ଘୋଷଣା କରିଥିଲେ। ତାଙ୍କ ବଦଳରେ ସିଏସ୍‌କେ ବାଛିଥିଲା ଅନ୍ୟତମ ଅଷ୍ଟ୍ରେଲିଆନ ପେସର ବେହେରେଣ୍ଡର୍ଫ। କିନ୍ତୁ ସେ ଏ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ନାହାନ୍ତି। ଅନ୍ୟପକ୍ଷରେ କ୍ୱାରେଣ୍ଟିନରେ ଅଛନ୍ତି ଏନ୍‌ଗିଡି।

ଏନ୍‌ଗିଡି ଉପଲବ୍ଧ ନ ଥିବାବେଳେ ହାଜେଲଉଡ୍‌ଙ୍କୁ ହରାଇଥିଲୁ। ଏହା ଆମ ଯୋଜନାର ଅଂଶ ନ ଥିଲା। ଏନ୍‌ଗିଡି ଖୁବ୍‌ ଶୀଘ୍ର ଦଳରେ ଯୋଗଦେବେ। ବୋଲିଂ ହିଁ ଏକମାତ୍ର ବିଭାଗ ଯେଉଁଠାରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିବ। କିନ୍ତୁ ଆମେ ଭାରତୀୟ ବୋଲରଙ୍କ ଉପରେ ଭରସା କରୁଛୁ ଓ ଆମ ପାଖରେ ସାମ କୁରାନଙ୍କ ଭଳି ଅନ୍ତର୍ଜାତୀୟ ପେସର ଅଛନ୍ତି ବୋଲି ଫ୍ଲେମିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଟ୍‌ନେସ୍‌ ଟେଷ୍ଟବେଳେ ଅକମଲଙ୍କ ଅସଦାଚରଣ

କରାଚୀ,୩।୨- ଦୀର୍ଘଦିନ ହେଲା ପାକିସ୍ତାନ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଉମର ଅକମଲ ଶୃଙ୍ଖଳାଗତ ଦଣ୍ଡାଦେଶର ସମ୍ମୁଖୀନ ହୋଇପାରନ୍ତି। ସେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ଅପମାନିତ...

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ସୂର୍ଯ୍ୟକୁମାର

ମୁମ୍ବାଇ,୯।୫: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଗତ ୬ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷ...

ପାଣ୍ଡ୍ୟାଙ୍କୁ ଭାବପ୍ରବଣ ମେସେଜ୍‌ ଦେଲେ ସାକ୍ଷୀ

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫଟୋ ଶେୟାର...

ଡାଇମଣ୍ଡ ଲିଗ୍‌: ଅନୁ ରାଣୀଙ୍କୁ ୭ମ ସ୍ଥାନ

ଲାଉସାନେ, ୬।୭ (ପି.ଟି.): ଜାତୀୟ ରେକର୍ଡର ଅଧିକାରିଣୀ ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜର ପ୍ରଥମ ଡାଇମଣ୍ଡ ଲିଗ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏଠାରେ...

ହରମନପ୍ରୀତ୍‌, ରିଜଓ୍ବାନ ହେଲେ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୦।୧୦: ଭାରତ ଅଧିନାୟିକା ହରମନପ୍ରୀତ୍‌ କୌର ଏବଂ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସେପ୍ଟେମ୍ବର ମାସ ପାଇଁ ମହିଳା ଓ ପୁରୁଷ ବିଭାଗରେ ଆଇସିସି...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି।...

ବାଂଲାଦେଶର ଐତିହାସିକ ବିଜୟ

ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮...

୩୯ ବର୍ଷ ବୟସରେ ଏହି ଭାରତୀୟ ଫୁଟବଲ ଖେଳାଳିଙ୍କ ପରଲୋକ

କୋଲକାତା,୯।୮(ପି.ଟି.): ପୂର୍ବତନ ଭାରତୀୟ ଡିପେଣ୍ଡର ତଥା ଜଣାଶୁଣା କ୍ଲବ ମୋହନ ବାଗାନ ଅଧିନାୟକ ମାନିଟୋମ୍ବି ସିଂ ମାତ୍ର ୩୯ ବର୍ଷରେ ପରଲୋକ ଗମନ କରିଛନ୍ତି। ଉତ୍ତରପୂର୍ବାଞ୍ଚଳ...

Advertisement
Archives

Model This Week