![](https://www.dharitri.com/wp-content/uploads/2024/04/0a0f102f-b6c1-4088-af21-30f345f1f5d4.jpg)
ଭୋଗରାଇ,୧୦ା୪(ପ୍ରଦୀପ ଦାସ): ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାରେ ବୁଧବାର ଜୀଉଙ୍କ ୩ ଅର୍ଘ୍ୟରେ ଚନ୍ଦନେଶ୍ୱର ମହାଦେବ ସୁନ୍ଦରୀ ଅସୁରୁଣୀ କାମିନୀକୁ ବରଣମାଳା ଦେଇଛନ୍ତି। ଏହି ବିରଳ ଦୃଶ୍ୟ ଦେଖିବା ନିମନ୍ତେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆସନ୍ତାକାଲି ଜୀଉଙ୍କ ପ୍ରସିଦ୍ଧ ମହାନୀଳ ଉତ୍ସବରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ସମାଗମ ହେବାର ସମ୍ଭାବନା ରହିଥିବା ଟ୍ରଷ୍ଟବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି।