ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ପ୍ରଭୁ ବଳଭଦ୍ର ବାମପାର୍ଶ୍ୱରେ କଳା ଓ ଡାହାଣ ପାର୍ଶ୍ୱରେ ଧଳା ରଙ୍ଗ ବସ୍ତ୍ର ପରିଧାନ ସହ ୩୨ରୁ ଊର୍ଦ୍ଧ୍ୱ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥିଲେ। ବଳଭଦ୍ରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ହରିଙ୍କ ସହ ହରଙ୍କ ଆତ୍ମୀୟତା ଏହି ବେଶରେ ପ୍ରକଟିତ ହୋଇଥାଏ। ଶାସ୍ତ୍ରରେ ହରି ଓ ହର ଅଭିନ୍ନ ବୋଲି ଉଲ୍ଲେଖ ରହିଛି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧାଦାମୋଦର ବେଶରେ ଦର୍ଶନ ଦେଇଥିଲେ। ଦୀପାବଳି ଅମାବାସ୍ୟା ପରଠାରୁ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ରାଜ୍ୟସଭା ଏମ୍‌ପିମାନଙ୍କୁ ନବୀନ ଦେଲେ ମେସେଜ୍‌, କହିଲେ ଏଥର…

ଭୁବନେଶ୍ୱର,୨୪।୬: ୨୪ ବର୍ଷ ପରେ ଓଡ଼ିଶାରେ ବିଜେଡିର ପତନ ଘଟିଛି। ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାଜପା ପ୍ରଥମ ଥର କ୍ଷମତାକୁ ଆସିଛି।...

ମୁଖ୍ୟମନ୍ତ୍ରୀଙ୍କୁ କିଏ ଯାଚିଥିଲେ ଖଣି? ବଡ଼ ଖୁଲାସା କଲେ ମୋହନ ମାଝି

ଭୁବନେଶ୍ୱର,୨୪।୬: ୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀତଦାସ ବୋଲାଉଥିବା ଲୋକେ ମୋତେ ନିଜ ସପକ୍ଷକୁ...

ଦେବୀ ପ୍ରସାଦ ମିଶ୍ରଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୬: ଦେବୀ ପ୍ରସାଦ ମିଶ୍ରଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପ ସଚିବ ଭାବେ ନୁଯୁକ୍ତ କରାଯାଇଛି। ଏନେଇ ସୋମବାର ସରକାରଙ୍କ ପକ୍ଷରୁ...

ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୪ା୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ...

ବିନା ବିଦ୍ୟୁତ୍‌, ଯନ୍ତ୍ରରେ ହେବେ ଜଳ ସେଚନ

ରାଇକିଆ,୨୪।୬(ପ୍ରଦୀପ ବେହେରା): ଚାଷୀଙ୍କୁ ବିନା ବିଦ୍ୟୁତ୍‌ ଏବଂ ଯନ୍ତ୍ରରେ ଜଳ ସେଚନର ସୁବିଧା ମିଳିବ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକ ଗୁମାମହା ପଞ୍ଚାୟତର ବାନ୍ଦା...

ଛତିଶା ନିଯୋଗ ବୈଠକରେ ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେବେଳେ ଆରମ୍ଭ ରଥଟଣା

ପୁରୀ,୨୪।୬: ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା...

କର୍ମଚାରୀଙ୍କୁ ପୁରସ୍କୃତ କଲେ ଜିଲାପାଳ

ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲା ମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪-ମାର୍ଚ୍ଚ ପୁରସ୍କାର ପୁରସ୍କାର...

ସର୍ପ ଦଂଶନରେ ଚାଲିଗଲା ସାପ ଧରାଳିଙ୍କ ଜୀବନ

ବୀରମହାରାଜପୁର,୨୪।୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ସାପ ଧରାଳି ଜଣକ ଥାନା ଭିତରେ ଲୋକଙ୍କୁ ସାପ ଦେଖାଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri