ଜଙ୍କ୍‌ସନରେ ଯାଉଛି ଜୀବନ, ମାସକରେ ରିପୋର୍ଟ ଦିଅ: ୨୦୨୦ରେ ଦୁର୍ଘଟଣାରେ ଯାଇଛି ୧୧୬୪ ଜୀବନ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବା ଦ୍ୱାରା ଅନେକଙ୍କ ଜୀବନ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସେତେଟା ସୁଫଳ ମିଳୁନାହିଁ। ଏପରିକି ଗତ ୬ ବର୍ଷରେ ମୃତ୍ୟୁସଂଖ୍ୟା ୨୧ ପ୍ରତିଶତ ବଢ଼ିଛି। ବିଶେଷକରି ବିଭିନ୍ନ ଜାତୀୟ ରାଜପଥର ଜଙ୍କ୍‌ସନଗୁଡ଼ିକରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ୨୦୨୦ରେ ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୨୫ପ୍ରତିଶତ କେବଳ ଜଙ୍କସନ୍‌ଗୁଡ଼ିକରେ ଘଟିଛି। ବାରମ୍ବାର ଦୁର୍ଘଟଣା ଘଟିବାର କାରଣ କ’ଣ, ସେନେଇ ଜଙ୍କ୍‌ସନଗୁଡ଼ିକ ପରିଦର୍ଶନ କରି ୨ ମାସରେ ରିପୋର୍ଟ ଦେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ସଂକ୍ରାନ୍ତରେ ଏଯାବତ୍‌ କୌଣସି ରିପୋର୍ଟ ସରକାର ପାଇ ନ ଥିବା ଜଣାପଡ଼ିଛି। ଏନେଇ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ପୂର୍ତ୍ତ ବିଭାଗ କମିଶନର ତଥା ସଚିବ ଏବଂ ଏନ୍‌ଏଚ୍‌ଏଆଇ, ଓଡ଼ିଶାର ସିଜିଏମ୍‌ଙ୍କୁ ଚିଠି ଲେଖିଛନ୍ତି। ଏପରି କି ଏସମ୍ପର୍କରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ବିଭାଗକୁ ମାସେ ମଧ୍ୟରେ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ସୂଚନା ପ୍ରଦାନ କରିବାକୁ କୁହାଯାଇଛି। ଏହାର ଏକ ଫର୍ମାଟ୍‌ ମଧ୍ୟ ବିଭାଗ ତରଫରୁ ପଠାଯାଇଛି।
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଓଡ଼ିଶାରେ ୫ ବର୍ଷରେ ୫୦ ପ୍ରତିଶତ ମୃତ୍ୟୁ ହାର କମାଇବା ଦିଗରେ ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟଙ୍କ କମିଟି ନିର୍ଦ୍ଦେଶ ଦେଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ରାଜ୍ୟରେ ମୃତ୍ୟୁ ହାର ପ୍ରାୟ ୨୧ ପ୍ରତିଶତ ବଢ଼ିଛି। ୨୦୧୪ରେ ଏହି ସଂଖ୍ୟା ୩,୯୩୧ ରହିଥିବାବେଳେ ୨୦୨୦ରେ ୪,୭୩୮କୁ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ କମାଇବାକୁ ଇଞ୍ଜିନିୟରିଂ, ଶିକ୍ଷା ଏବଂ ଏମର୍ଜେନ୍ସି କେୟାର ଆଦି ଉପରେ ପଦକ୍ଷେପ ନେବାକୁ କମିଟି ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ରାଜପଥ(ଏନ୍‌ଏଚ୍‌) ଏବଂ ରାଜ୍ୟ ରାଜପଥ(ଏସ୍‌ଏଚ୍‌)ରେ ମେନ୍‌ କ୍ୟାରେଜ୍‌ ୱେକୁ ସଂଯୋଗ କରୁଥିବା ଫିଡର ରାସ୍ତା ଜଙ୍କ୍‌ସନରେ ଟ୍ରାଫିକ୍‌ କାଲ୍‌ମିଂ ପଦକ୍ଷେପ ନେବା ପାଇଁ କମିଟିଙ୍କ ନିର୍ଦ୍ଦେଶ ରହିଥିଲା। ତେଣୁ ଜଙ୍କ୍‌ସନଗୁଡ଼ିକ ଚିହ୍ନଟ କରିବା ସହ ମେନ୍‌ କ୍ୟାରେଜ୍‌ ୱେ ଏବଂ ନିମ୍ନ ରାସ୍ତାଗୁଡ଼ିକରେ ଟ୍ରାଫିକ୍‌ କାଲ୍‌ମିଂ ପଦକ୍ଷେପ ନେବାକୁ ସଡ଼କ ନିର୍ମାଣ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏନ୍‌ଏଚ୍‌ ମୁଖ୍ୟଯନ୍ତ୍ରୀ, ଡିପିଆଇ ଏବଂ ସଡ଼କ ମୁଖ୍ୟଯନ୍ତ୍ରୀ ଏବଂ ଏନ୍‌ଏଚ୍‌ଏଆଇ ସିଜିଏମ୍‌ଙ୍କ ରିପୋର୍ଟ ଅନୁସାରେ, ରାଜ୍ୟରେ ୮,୧୦୨ ଜଙ୍କ୍‌ସନ ରହିଥିବାବେଳେ ସବୁଥିରେ ଟ୍ରାଫିକ୍‌ କାଲ୍‌ମିଂ ପଦକ୍ଷେପ ନିଆଯାଇଛି। କିନ୍ତୁ କ୍ରାଇମବ୍ରାଞ୍ଚଠାରୁ ହସ୍ତଗତ ହୋଇଥିବା ୨୦୨୦ର ସଡ଼କ ଦୁର୍ଘଟଣା ତଥ୍ୟ କହୁଛି, ୨,୫୯୪ ଦୁର୍ଘଟଣା ଜଙ୍କ୍‌ସନଗୁଡ଼ିକରେ ଘଟିଛି। ଏଥିରେ ୧,୧୬୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧,୩୨୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତ ୩୧ ଅଗଷ୍ଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍କ୍‌ସନଗୁଡ଼ିକୁ ସଡ଼କ କର୍ତ୍ତୃପକ୍ଷ ପରିଦର୍ଶନ କରି ବାରମ୍ବାର ଦୁର୍ଘଟଣା ଘଟିବାର କାରଣ ଖୋଜିବା ସହ ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏନେଇ କୌଣସି ରିପୋର୍ଟ ଆସି ନ ଥିବାରୁ ପୁଣିଥରେ ମାସକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?