ଜଙ୍କ୍‌ସନରେ ଯାଉଛି ଜୀବନ, ମାସକରେ ରିପୋର୍ଟ ଦିଅ: ୨୦୨୦ରେ ଦୁର୍ଘଟଣାରେ ଯାଇଛି ୧୧୬୪ ଜୀବନ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବା ଦ୍ୱାରା ଅନେକଙ୍କ ଜୀବନ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସେତେଟା ସୁଫଳ ମିଳୁନାହିଁ। ଏପରିକି ଗତ ୬ ବର୍ଷରେ ମୃତ୍ୟୁସଂଖ୍ୟା ୨୧ ପ୍ରତିଶତ ବଢ଼ିଛି। ବିଶେଷକରି ବିଭିନ୍ନ ଜାତୀୟ ରାଜପଥର ଜଙ୍କ୍‌ସନଗୁଡ଼ିକରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ୨୦୨୦ରେ ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୨୫ପ୍ରତିଶତ କେବଳ ଜଙ୍କସନ୍‌ଗୁଡ଼ିକରେ ଘଟିଛି। ବାରମ୍ବାର ଦୁର୍ଘଟଣା ଘଟିବାର କାରଣ କ’ଣ, ସେନେଇ ଜଙ୍କ୍‌ସନଗୁଡ଼ିକ ପରିଦର୍ଶନ କରି ୨ ମାସରେ ରିପୋର୍ଟ ଦେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ସଂକ୍ରାନ୍ତରେ ଏଯାବତ୍‌ କୌଣସି ରିପୋର୍ଟ ସରକାର ପାଇ ନ ଥିବା ଜଣାପଡ଼ିଛି। ଏନେଇ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ପୂର୍ତ୍ତ ବିଭାଗ କମିଶନର ତଥା ସଚିବ ଏବଂ ଏନ୍‌ଏଚ୍‌ଏଆଇ, ଓଡ଼ିଶାର ସିଜିଏମ୍‌ଙ୍କୁ ଚିଠି ଲେଖିଛନ୍ତି। ଏପରି କି ଏସମ୍ପର୍କରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ବିଭାଗକୁ ମାସେ ମଧ୍ୟରେ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ସୂଚନା ପ୍ରଦାନ କରିବାକୁ କୁହାଯାଇଛି। ଏହାର ଏକ ଫର୍ମାଟ୍‌ ମଧ୍ୟ ବିଭାଗ ତରଫରୁ ପଠାଯାଇଛି।
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଓଡ଼ିଶାରେ ୫ ବର୍ଷରେ ୫୦ ପ୍ରତିଶତ ମୃତ୍ୟୁ ହାର କମାଇବା ଦିଗରେ ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟଙ୍କ କମିଟି ନିର୍ଦ୍ଦେଶ ଦେଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ରାଜ୍ୟରେ ମୃତ୍ୟୁ ହାର ପ୍ରାୟ ୨୧ ପ୍ରତିଶତ ବଢ଼ିଛି। ୨୦୧୪ରେ ଏହି ସଂଖ୍ୟା ୩,୯୩୧ ରହିଥିବାବେଳେ ୨୦୨୦ରେ ୪,୭୩୮କୁ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ କମାଇବାକୁ ଇଞ୍ଜିନିୟରିଂ, ଶିକ୍ଷା ଏବଂ ଏମର୍ଜେନ୍ସି କେୟାର ଆଦି ଉପରେ ପଦକ୍ଷେପ ନେବାକୁ କମିଟି ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ରାଜପଥ(ଏନ୍‌ଏଚ୍‌) ଏବଂ ରାଜ୍ୟ ରାଜପଥ(ଏସ୍‌ଏଚ୍‌)ରେ ମେନ୍‌ କ୍ୟାରେଜ୍‌ ୱେକୁ ସଂଯୋଗ କରୁଥିବା ଫିଡର ରାସ୍ତା ଜଙ୍କ୍‌ସନରେ ଟ୍ରାଫିକ୍‌ କାଲ୍‌ମିଂ ପଦକ୍ଷେପ ନେବା ପାଇଁ କମିଟିଙ୍କ ନିର୍ଦ୍ଦେଶ ରହିଥିଲା। ତେଣୁ ଜଙ୍କ୍‌ସନଗୁଡ଼ିକ ଚିହ୍ନଟ କରିବା ସହ ମେନ୍‌ କ୍ୟାରେଜ୍‌ ୱେ ଏବଂ ନିମ୍ନ ରାସ୍ତାଗୁଡ଼ିକରେ ଟ୍ରାଫିକ୍‌ କାଲ୍‌ମିଂ ପଦକ୍ଷେପ ନେବାକୁ ସଡ଼କ ନିର୍ମାଣ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏନ୍‌ଏଚ୍‌ ମୁଖ୍ୟଯନ୍ତ୍ରୀ, ଡିପିଆଇ ଏବଂ ସଡ଼କ ମୁଖ୍ୟଯନ୍ତ୍ରୀ ଏବଂ ଏନ୍‌ଏଚ୍‌ଏଆଇ ସିଜିଏମ୍‌ଙ୍କ ରିପୋର୍ଟ ଅନୁସାରେ, ରାଜ୍ୟରେ ୮,୧୦୨ ଜଙ୍କ୍‌ସନ ରହିଥିବାବେଳେ ସବୁଥିରେ ଟ୍ରାଫିକ୍‌ କାଲ୍‌ମିଂ ପଦକ୍ଷେପ ନିଆଯାଇଛି। କିନ୍ତୁ କ୍ରାଇମବ୍ରାଞ୍ଚଠାରୁ ହସ୍ତଗତ ହୋଇଥିବା ୨୦୨୦ର ସଡ଼କ ଦୁର୍ଘଟଣା ତଥ୍ୟ କହୁଛି, ୨,୫୯୪ ଦୁର୍ଘଟଣା ଜଙ୍କ୍‌ସନଗୁଡ଼ିକରେ ଘଟିଛି। ଏଥିରେ ୧,୧୬୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧,୩୨୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତ ୩୧ ଅଗଷ୍ଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍କ୍‌ସନଗୁଡ଼ିକୁ ସଡ଼କ କର୍ତ୍ତୃପକ୍ଷ ପରିଦର୍ଶନ କରି ବାରମ୍ବାର ଦୁର୍ଘଟଣା ଘଟିବାର କାରଣ ଖୋଜିବା ସହ ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏନେଇ କୌଣସି ରିପୋର୍ଟ ଆସି ନ ଥିବାରୁ ପୁଣିଥରେ ମାସକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତିରେ କାଇଟ୍‌ ଫେଷ୍ଟିଭାଲ୍‌

ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍‌ ଫେଷ୍ଟିଭାଲ୍‌ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ...

ବିହାର ବନ୍ୟା : ମୁଖ୍ୟମନ୍ତ୍ରୀ ରଖିଲେ ସହାୟତା ପ୍ରସ୍ତାବ

ଭୁବନେଶ୍ୱର,୩।୧୦(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତି ସମ୍ପର୍କରେ ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ଓଡ଼ିଶା ପକ୍ଷରୁ...

ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫

ବ୍ରହ୍ମପୁର ଅଫିସ୍‌,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା...

ଆଜି ଆସୁଛନ୍ତି ଶାହା

ଭୁବନେଶ୍ୱର,୭।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ଭାଜପା ପକ୍ଷରୁ ତାଙ୍କୁ...

ନୂଆ ମୋଟର ଯାନ ଆଇନ: ଆଜିଠୁ କଡ଼ାକଡ଼ି ଯାଞ୍ଚ, ଖସିପାରିବେନି ଉଲ୍ଲଂଘନକାରୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁହେବ ନୂଆ ମୋଟର ଯାନ ଆଇନ। କେବଳ ଗାଡ଼ି କାଗଜପତ୍ର ଯାଞ୍ଚକୁ ୩ ମାସ କୋହଳ କରାଯାଇଥିବାବେଳେ ଅନ୍ୟ ୧୦...

ଅଚଳାବସ୍ଥାରେ ହୋମିଓପାଥିକ ଡାକ୍ତରଖାନା

ଖଇରା,୧୪ ।୧୧: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀଠାରେ ଥିବା ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ଗତ ୯ମାସ ଧରି ଅଚଳାବସ୍ଥା ଲାଗି ରହିଛି। ଡାକ୍ତର...

ସ୍ବମନ୍ଦିର ଫେରିଲେ ଦେବଦମ୍ପତି

ପୁରୁଣା ଭୁବନେଶ୍ୱର, ୧୭ା୬ (ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମହାଦେବଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀଜୀଉ ବୁଧବାର ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ନେଇ ପ୍ରାତଃରୁ...

ଦୁର୍ଦ୍ଦିନରେ କୁମ୍ଭକାର ପରିବାର

ଲଙ୍ଗଳେଶ୍ୱର, ୧୦।୫(ଡି.ଏନ.ଏ.)-ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ଓଡ଼ିଶାରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ଯେପରି ଅଧିକ ନ...

Advertisement
Archives

Model This Week