ବିଶ୍ୱ ଦେଖ ମଧୁମୟ

କିଶୋର ମହାନ୍ତି

ଜୀବନ ପରି ଜୀବନ ନେଇ ବଞ୍ଚତ୍ବା ସ୍ବପ୍ନ ସାର୍ଥକ ହୁଏ ଏହି ପୃଥିବୀରେ। ପୃଥିବୀଠାରୁ ସୁନ୍ଦର ତଥା ମନୋରମ ସୁରକ୍ଷିତ ଆଶ୍ରୟସ୍ଥଳ ଆଉ ସତରେ କାହିଁ। କେଉଁ ମନ୍ବନ୍ତର କାଳରୁ ଏ ଜନବସତି। ପୁରାତନ ପ୍ରସ୍ତର ଯୁଗରୁ ଡେଇଁ ଡେଇଁ ଆସି ମଣିଷ ଆଜି ଏ ପ୍ରଜ୍ଞାଦୀପ୍ତ ପୃଥିବୀରେ କେହି କ’ଣ ବିଶ୍ୱାସ କରିପାରିବେ। ସମୟ ସହିତ ତାଳ ଦେଇ ଆଗେଇ ଚାଲିଛି ଜୀବନ, ଜଗତ, ପ୍ରାଣୀ ସକଳ, ବୃକ୍ଷଲତା। ସେଗୁଡ଼ିକ ମଣିଷକୁ ବଞ୍ଚାଇ ଅଶେଷ ସାହାଯ୍ୟ ଦେଇଛନ୍ତି। ବଞ୍ଚତ୍ବା ପାଇଁ ଯେତେ ପାଣି, ପବନ, ଆଲୋକ ଦରକାର ତାହା ହିଁ ଏହିଠୁ ମିଳେ। କହିବାକୁ ଗଲେ ଏ ବିଶ୍ୱ ସହିତ ଆମର ସମ୍ପୃକ୍ତି ଗଭୀରତମ। ଦର୍ଶନ କହେ ବିଶ୍ୱ ଓ ଆମେ ଅଭିନ୍ନାତ୍ମା, ଆତ୍ମୀୟତା ଡୋରିରେ ଏ ବିଶ୍ୱ ପ୍ରକୃତି ଆମ ସହିତ ଛନ୍ଦି ହୋଇରହିଛି। ବିଶ୍ୱରୁ ଆମେ ଯେ ଅନାବିଳ ବାତ୍ସଲ୍ୟ ମମତା ପାଉ ତାହାର ତୁଳନା ନାହିଁ। ଆମ ବଞ୍ଚତ୍ରହିବାକୁ ଆହୁରି ମନୋଜ୍ଞ ଆଉ ନୈସର୍ଗିକ କରିବା ପାଇଁ ଭରି ଦେଇଛି ବିଶାଳ ସାଗର। ମାଳମାଳ ଅରଣ୍ୟାନୀ, ସୁଉଚ୍ଚ ପର୍ବତ, ଦିଗନ୍ତ ବିସ୍ତାରି ଘଞ୍ଚଜଙ୍ଗଲ। ଏପରି ଶୋଭନୀୟ ପ୍ରକୃତିର ଅଫୁରନ୍ତ ସୌନ୍ଦର୍ଯ୍ୟରେ ପ୍ରତିଟି ମଣିଷ ସତରେ ଆତ୍ମହରା ହୋଇଉଠେ। ବିଶ୍ୱରେ ଭରିରହିଥିବା ପ୍ରକୃତିର ଅପୂର୍ବ ରୂପଚିତ୍ର ମଣିଷ ମନକୁ ବହୁ ରଙ୍ଗରେ ରଙ୍ଗାୟିତ କରିଦିଏ। ଏକଥା ମଧ୍ୟ ଆମକୁ ସ୍ବୀକାର କରିବାକୁ ହେବ ଯେ-
”ଧନ୍ୟ ଜୀବନ ତା ଜଗତେ/ଯେ ପ୍ରାଣଧରେ ପ୍ରାଣୀ ହିତେ…“। ପ୍ରବାହିତ ଅସଂଖ୍ୟ ନଦୀ ହିଁ ଜଳଦାନ କରେ – ସେ ଭେଦଭାବ ସୃଷ୍ଟି କରେନା। ନଦୀର ଜାତି ନ ଥାଏ – ଧର୍ମ ଓ ଅପାର କୃପାକୁ ପାଥେୟ କରି ମଣିଷକୁ ସୁମାର୍ଗରେ ଯିବା ପାଇଁ ପ୍ରେରିତ କରେ। ବେଳେ ବେଳେ ତା’ର ଧୀର ମନ୍ଥର ଗତି ନିରବ ପ୍ରଶାନ୍ତି ମନକୁ ଆଣିଦିଏ। ସମୁଦ୍ର ଭିତରେ ଏକୀଭୂତ ହୋଇଥିବା ନଦୀର ପୃଥକ୍‌ ପରିଚୟ ବି କିଛି ନ ଥାଏ। ସେଇ ପ୍ରଶାନ୍ତି ଭିତରେ ତା’ର ଭୀମଭୈରବ ମୂର୍ତ୍ତି ଆମକୁ ବି ଭିତତ୍ରସ୍ତ କରିଦିଏ। ବିଶ୍ୱ ଆମକୁ ଦେଖାଇ ବି ଦେଇଛି ତା’ର ଅନନ୍ୟ ଅସାଧାରଣ ରୂପ – ଯେଉଁଠି ମାଇଲ ମାଇଲ ବ୍ୟାପୀ ହରିତ ଉପବନ, ପୁଣି ଅପର ପକ୍ଷରେ ଦିଗନ୍ତ ବ୍ୟାପୀ ମରୁଭୂମି, ଅଦୃଶ୍ୟ ସ୍ଥପତିଙ୍କର ଏ ଯେ ଅଲୌକିକ କଳା କାରିଗରି।
ସାରା ବିଶ୍ୱକୁ ଏକ ପରିବାର ବୋଲି ପରିକଳ୍ପନା କରାଯାଇଛି – ଏହି ଦିବ୍ୟ ମହାମନ୍ତ୍ର ଭାରତ ଭୂଖଣ୍ଡରୁ ଉଦ୍‌ଘୋଷିତ ହୋଇଥିଲା। ମଣିଷର ଭାବାତ୍ମକ ଚିନ୍ତାଧାରା ଓ ନିଜର ବିଚାରଧାରା ଓ କାର୍ଯ୍ୟଶୈଳୀ ପରିବ୍ୟାପ୍ତ କରିବାର ଏକ ବଳିଷ୍ଠ ସୂତ୍ର। ଭାରତୀୟଙ୍କର ଏହି ଅମୂଲ୍ୟ ବିଚାରଧାରା ଆଜି ସାରା ବିଶ୍ୱକୁ ଅଭିମନ୍ତ୍ରିତ କରୁଛି। ବୃହତ୍‌ ଭାବନାକୁ ସୁବାସିତ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ସ୍ବୟଂ ଆତ୍ମା ଭିତରେ ବସୁଧୈବ କୁଟୁମ୍ବକମ୍‌ର ପୁଷ୍ପକୁ ପରିସ୍ଫୁଟ କରିବାକୁ ହେବ। ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସହ ହାତମିଳାଇ ପରିବାର ଗଢ଼େ। ପରିବାରରୁ ସମାଜର ଜନ୍ମ। ସମାଜ ଗଢ଼େ ଦେଶ। ଦେଶ ଦେଶ ମିଶି ବିଶ୍ୱ ତିଆରି ହୁଏ – ବିଶ୍ୱ ହୁଏ ସମଗ୍ର ମାନବଜାତିର ବାସସ୍ଥାନ। ଏ ବିଶ୍ୱ ଶାନ୍ତି ଲୋଡ଼େ। ସମାଜ ପାଇଁ ଶାନ୍ତି କେତେ ଲୋଡ଼ା ତାହା ଆଜି ଚିନ୍ତାର ବିଷୟ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଉଦ୍ୟମ ଆବଶ୍ୟକ। ମଣିଷର ସୁଖ, ଦୁଃଖ, ଆନନ୍ଦ ନିରାନନ୍ଦକୁ ସମସ୍ତେ ସମପରିମାଣରେ ଗ୍ରହଣ କରିବା ଦରକାର। ସବୁ ଦେଶ ମିଶି ଏହା କରିପାରିଲେ ଏ ବିଶ୍ୱ ଯଥାର୍ଥରେ ମଧୁମୟ ହେଇଉଠିବ। ପରୋକ୍ଷରେ ଏହା ମାନବବାଦର ଚେତନାଧର୍ମୀ ମହାମନ୍ତ୍ର ନୁହେଁ କି ? ଆଜି ସାରା ବିଶ୍ୱ ସାମୂହିକ ଭାବରେ ଅନ୍ତଃରାଷ୍ଟ୍ରୀୟ ଗବେଷଣା କ୍ଷେତ୍ରରେ ହାତ ମିଳାଇଛନ୍ତି। ମାନବବାଦର ଜୟଯାତ୍ରା ଅବ୍ୟାହତ ରହିଥିବ ଯେତେବେଳ ଯାଏ ଏକ ବିଶ୍ୱର ପରିକଳ୍ପନା ସମସ୍ତେ କରିବେ; ଐକ୍ୟ, ସଂହତି, ଭ୍ରାତୃତ୍ୱ, ସଂଘବଦ୍ଧତା ପ୍ରତି ଅଧିକ ଧ୍ୟାନ ଦେଇ ସମଗ୍ର ମାନବ ସମାଜ ଦେଶ ଦେଶ ଓ ମଣିଷ ମଣିଷ ଯୋଡ଼ି ହେବାର ପ୍ରୟାସ ଆରମ୍ଭ କରିବାର ଉଦ୍ୟମ ଜାରି ରଖିବ। ବାସ୍ତବିକ ଏ ବିଶ୍ୱ ସୁନ୍ଦର, ମଧୁର ଆଉ ବର୍ଣ୍ଣିଳ। ଏହି ମଧୁରତାକୁ ନେଇ ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି –
”ବିଶ୍ୱ ଦେଖ ମଧୁମୟରେ ଜଗତ
ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ
ବିଶ୍ୱ ଦେଖ ମଧୁମୟ“।
ସେକ୍ଟର -୭, ସିଡିଏ, କଟକ
ମୋ: ୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?