ବାଡ଼ି ଆଡ଼କୁ ଦେଖ

ପ୍ରତିବର୍ଷ ଦୀପାବଳି ପାଖେଇ ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ଚିନ୍ତା ଘାରେ। ଏହି ସମୟ ଅମଳ ଋତୁ ହୋଇଥିବାରୁ ପ୍ରଦୂଷଣ ଦୋଷ କୃଷକଙ୍କ ମୁଣ୍ଡରେ ଲଦି ଦିଆଯାଏ, ଯେମିତି କି ଏଥିପାଇଁ ସେମାନେ କେବଳ ଦାୟୀ। କିନ୍ତୁ ଏହାକୁ ଗ୍ରହଣ କରିବା କଷ୍ଟକର। କାରଣ ଦିଲ୍ଲୀ ନିକଟବର୍ତ୍ତୀ ରାଜ୍ୟ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଖୁଣ୍ଟାପୋଡ଼ି ଅନେକ ପରିମାଣରେ କମିଥିବା କମିଶନ ଫର୍‌ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌)ର ୨୦୨୨ ରିପୋର୍ଟ ସ୍ପଷ୍ଟ କରିଛି। ଦିଲ୍ଲୀରେ ପ୍ରଦୂଷଣ ରୋକିବା ଲାଗି ଦୀପାବଳିରେ ବାଣଫୁଟା ବନ୍ଦ କରାଯାଏ ସତ, କିନ୍ତୁ ପ୍ରତିବର୍ଷ ନିୟମ ଉଲ୍ଲଂଘନର କିଛି ଘଟଣା ସାମ୍ନାକୁ ଆସେ। ଉଦାହରଣ ସ୍ବରୂପ ଗତବର୍ଷ ଦୀପାବଳିରେ ଭାଜପା ନେତା ତାଜିନ୍ଦର ବାଗା ନିଜେ ରାସ୍ତାରେ ବାଣ ଫୁଟାଇ ବସ୍ତିରେ ବାଣ ବାଣ୍ଟିବା ଦୃଶ୍ୟ ସଭିଙ୍କୁ ଚକିତ କରିଥିଲା। କୁହାଯାଇପାରେ, କୃଷକମାନେ ସଚେତନ ହେଉଥିବାବେଳେ ଧର୍ମକୁ ଜାବୋଡ଼ି ଧରି ବେଆଇନ କାର୍ଯ୍ୟ କରୁଥିବା ଏଭଳି ନେତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଲା ତାହା କେହି ଜାଣିବାର ସୁଯୋଗ ପାଇପାରିଲେ ନାହିଁ। ଏଭଳି ଉଦ୍ଭଟ ବିଚାର ରହିଲେ ଯେକୌଣସି ପରିବର୍ତ୍ତନକୁ ଗ୍ରହଣ କରିବା ସହଜ ହେବନାହିଁ। କେବଳ ଦିଲ୍ଲୀ ନୁହେଁ, ସାରା ଭାରତର ଅନ୍ୟ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାବେଳେ ଅନେକରେ ବାଣ ଫୁଟାଇବା ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଉଛି। ଅର୍ଥାତ୍‌ ପରୋକ୍ଷରେ ବାଣ ଫୁଟାଇ ପ୍ରଦୂଷଣ ବଢ଼ାଇବା ଲାଗି କୁହାଯାଉଛି। ଉଲ୍ଲେଖନୀୟ ଯେ, ବିଶ୍ୱର ୩୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ସ୍ଥାନ ୨୨ ରହିଛି। ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଅଧିକ ମୃତ୍ୟୁ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍‌ଓ ମଧ୍ୟ ସ୍ପଷ୍ଟ କରିଛି। ତେବେ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ କମାଇବା ଲାଗି ୨୦୨୦ରେ ନ୍ୟାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ(ଏନ୍‌ସିଏପି)ଆରମ୍ଭ କରି ୨୦୨୪ ସୁଦ୍ଧା ବାୟୁ ପ୍ରଦୂଷଣ ୨୦ରୁ ୩୦% କମାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ହେଲେ ଏହା କେତେ ସଫଳ ହେଉଛି ତାହାର ପ୍ରମାଣ ଏବେ ଦିଲ୍ଲୀ ସମେତ ଅନ୍ୟ ସହରଗୁଡ଼ିକରୁ ସ୍ପଷ୍ଟ ହେଉଛି।
ଧୂଳି, ଧୂଆଁ ଓ କୁହୁଡ଼ି ଯୋଗୁ ଦିଲ୍ଲୀବାସୀ ଏବେ ଜଟିଳ ସ୍ଥିତିରେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଛାଡ଼ି ଅନ୍ୟମାନଙ୍କୁ ସ୍କୁଲ ଯିବା ମନା। ଏହା ବ୍ୟତୀତ ପ୍ରଦୂଷଣର ମୁକାବିଲା କରିବା ଲାଗି ଦିଲ୍ଲୀ ସରକାର ଗାଡ଼ି ଚଳାଚଳ ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କଲେଣି। ଏହା ହୁଏତ ସାମୟିକ ଭାବେ ପ୍ରଦୂଷଣ ସ୍ଥିତିରୁ ରକ୍ଷା କରିପାରେ। କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ପ୍ରଦୂଷଣ ରୋକିବାରେ ସରକାର କେତେ ସଚେତନ ତାହା ଏବେ ଦିଲ୍ଲୀର ସ୍ମଗ୍‌ ଟାଓ୍ବାର ବନ୍ଦ ଘଟଣାରୁ ସ୍ପଷ୍ଟ ହୋଇଛି। ସ୍ମଗ୍‌ ଟାଓ୍ବାର ବନ୍ଦ ଘଟଣା ଉପରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଦିଲ୍ଲୀ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ କୁମାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କମାଇବା ଲାଗି ସ୍ମଗ୍‌ ଟାଓ୍ବାର ନିର୍ମାଣ ଆରମ୍ଭ କରାଯାଇଥିଲା। ଏବକାର ସ୍ଥିତିକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ଦିଲ୍ଲୀରେ କଠିନ ବର୍ଜ୍ୟ ନ ପୋଡ଼ିବା ଲାଗି କହୁଛନ୍ତି, ଖୁଣ୍ଟାପୋଡ଼ି ବନ୍ଦକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏସବୁ ଭିତରେ ଯେଉଁ ସମସ୍ୟାଗୁଡ଼ିକ ଲୁଚିଯାଉଛି ତାହା ଉପରେ ଉଦ୍‌ବେଗ ପ୍ରକାଶ କରାଯାଉଥିବା ଜଣାପଡ଼ୁନାହିଁ। ସେଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀର ୩୦୦କି.ମି. ପରିଧିତ୍ ମଧ୍ୟରେ ୧୧ଟି କୋଇଲାଚାଳିତ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ଚାଲିଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଏବେସୁଦ୍ଧା ମାତ୍ର ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ଚାଳିତ ଯାନ ଚଳାଚଳ କରୁଥିବାବେଳେ ଜୀବାଶ୍ମ ଇନ୍ଧନଚାଳିତ ଗାଡ଼ି ଏହାର ୯୦ଗୁଣ ଅଧିକ। ଏଗୁଡ଼ିକ ଜାରି ରହିଲେ ସହରର ବାୟୁ ପ୍ରଦୂଷଣ କମାଇବା ସମ୍ଭବ ହେବ ନାହିଁ। ଦିଲ୍ଲୀର ସ୍ଥିତି ସୂଚାଇ ଦେଉଛି ଯେ, ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟ ବେଳ ଥାଉଁ ସାବଧାନ ହେବା ଦରକାର। ଜୀବାଶ୍ମ ଇନ୍ଧନଚାଳିତ ଓ କୋଇଲାଚାଳିତ ଶକ୍ତିଠାରୁ ଦୂରେଇ ରହି ସମ୍ପୂର୍ଣ୍ଣ ସବୁଜ ଶକ୍ତି ଆଡ଼କୁ ନ ମୁହଁାଇଲେ ଜୀବନ ରକ୍ଷା କରିବା କଷ୍ଟକର ହୋଇଯିବ ।
ଆଜି ଯାହା ଦିଲ୍ଲୀରେ ଘଟୁଛି ତାହାର ଆରମ୍ଭ ସ୍ଥିତି ଭାରତର ବିଭିନ୍ନ ସହର ଓ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ‘ଦିଲ୍ଲୀ ଦୂର ଅସ୍ତ’ ପୂର୍ବରୁ ଶୁଣିଥିବା ଢଗ ଏବେ ଭାରତର ସାନବଡ଼ ସହରାଞ୍ଚଳ ପାଇଁ ଚିନ୍ତାର ବିଷୟ ହେବା କଥା। ସ୍ମାର୍ଟସିଟି ବୋଲାଉଥିବା ଭୁବନେଶ୍ୱର ମଧ୍ୟରେ ଥିବା ଗାଢ଼କଣ ଗ୍ରାମ ଏବଂ ତାହାର ଚାରିପାର୍ଶ୍ୱ ଅଞ୍ଚଳର ପରିସ୍ଥିତି ଜାଣିଲେ ଯେ କେହି ବୁଝିପାରିବେ ପ୍ରଦୂଷଣ ଏବଂ ପରିବେଶ ଧ୍ୱଂସର ଅର୍ଥ କେତେ ଗମ୍ଭୀର ହୋଇପାରେ। ଓଡ଼ିଶାର ପ୍ରାୟ ସବୁ ସହର ଏବଂ ଗ୍ରାମାଞ୍ଚଳରେ ପଡ଼ି ରହିଥିବା ପ୍ଲାଷ୍ଟିକ ଓ ଥର୍ମକୁଲ ଆବର୍ଜନା ଖୁବ୍‌ଶୀଘ୍ର ଏହି ରାଜ୍ୟ ପାଇଁ ଏକ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିବାର ଆକାର ଧାରଣ କରିବ। ସେଥିପାଇଁ ଦିଲ୍ଲୀ କଥା କହିବା ସମୟରେ ଆମେ ନିଜର ବାଡ଼ି ଆଡ଼କୁ ମଧ୍ୟ ଦେଖି ସଚେତନ ହେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri