ପୋସ୍କୋ ଗଲା, ଏବେ ଜେଏସ୍‌ଡବ୍ଲ୍ୟୁ: ନ୍ୟାୟାଳୟ ଏକମାତ୍ର ଭରସା

ପାରାଦୀପ, ୮।୧୧ (ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପ ଉପକଣ୍ଠ ଢିଙ୍କିଆ ଗ୍ରାମ ଅଞ୍ଚଳରେ ଏବେ ଭୟର ପରିବେଶ ରହିଛି। ଏଭଳି ସ୍ଥିତି ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପାଇଁ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ପାନବରଜ ଉଚ୍ଛେଦ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାରେ ଲୋକମାନେ ଆକ୍ରମଣ, ଧମକର ଶିକାର ହେବା ସହ ମିଥ୍ୟା ମାମଲାରେ ଗିରଫ ହେଉଛନ୍ତି। ଏଥିଯୋଗୁ ଜେଏସ୍‌ଡବ୍ଲ୍ୟୁର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ପ୍ରଭାବିତ ଲୋକମାନେ ଆଉ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିପାରୁନାହାନ୍ତି। ଅଧିକାଂଶ ଲୋକ ଏବେ ନ୍ୟାୟାଳୟ ଉପରେ ଭରସା କରି ରହିଛନ୍ତି। ପ୍ରଥମେ ପୋସ୍କୋ ଏବେ ଜେଏସ୍‌ଡବ୍ଲ୍ୟୁ ଯୋଗୁ ଢିଙ୍କିଆ, ଗୋବିନ୍ଦପୁର, ନୂଆଗାଁ, ପାଟଣା, ମାହାଳ, ଗଡ଼କୁଜଙ୍ଗ, ଭୂୟାଁପାଳ, ପୋଲାଙ୍ଗ, ନୋଳିଆସାହି ଗ୍ରାମର ଭାଇଚାରା ନଷ୍ଟ ହୋଇଛି ବୋଲି ସେହି ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ତଥା ପରିବେଶବିତ୍‌ ମାନସ କର କହିଛନ୍ତି। ପରିବେଶବିତ୍‌ କରଙ୍କ ସୂଚନା ଅନୁସାରେ, ୨୦୦୫ରେ ସାଉଥ୍‌ କୋରିଆ କମ୍ପାନୀ ପୋସ୍କୋ ପ୍ରକଳ୍ପ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ଉପରୋକ୍ତ ଗ୍ରାମର ଲୋକମାନେ ସେତେବେଳେ ବିରୋଧ କରିଥିଲେ। ଏପରି ବିରୋଧକୁ ଦମନ କରିବା ପାଇଁ ସେତେବେଳେ ପ୍ରଶାସନ ଓ କମ୍ପାନୀ ସପକ୍ଷବାଦୀମାନେ ଅନେକଥର ଗୁଣ୍ଡାମି ଏବଂ ଅତ୍ୟାଚାର କରିଥିଲେ। ଏହାସବୁ କରାଯାଇଥିଲା ପୋଲିସର ସକ୍ରିୟ ସହାୟତାରେ। ପ୍ରାୟ ୩୫୦ ମାମଲା ସ୍ଥାନୀୟ ଲୋକଙ୍କ ନାମରେ ରୁଜୁ ହୋଇଥିଲା। ବିରୋଧ ଯୋଗୁ ୪ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା। ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ଏମିତି ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିଲା। ଶେଷରେ ପୋସ୍କୋ ଉକ୍ତ ଅଞ୍ଚଳରୁ ଓହରି ଯିବାକୁ ବାଧ୍ୟ ହୋଇଥିଲା। ସେହି ଜମି ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯିବା ପରିବର୍ତ୍ତେ ଜେଏସ୍‌ଡବ୍ଲ୍ୟୁକୁ ଦିଆଯାଇଥିଲା। ସେହି ସ୍ଥାନରେ ଜେଏସ୍‌ଡବ୍ଲ୍ୟୁ ବାର୍ଷିକ ୧୩.୦୨ ମିଲିୟନ ମେଟ୍ରିକ ଟନ୍‌ର ଇସ୍ପାତ କାରଖାନା ଓ ନିଜସ୍ବ ବନ୍ଦର କରିବ ବୋଲି ୨୦୧୮ରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ପ୍ରକଳ୍ପ ପାଇଁ ୨୦୧୯ ଡିସେମ୍ବର ୨୦ରେ ପରିବେଶୀୟ ଜନଶୁଣାଣି ସରିଛି। ଉକ୍ତ ପ୍ରକଳ୍ପ ଲାଗି ସ୍ଥାନୀୟ ଅଞ୍ଚଳରେ ବିରୋଧ ମୁଣ୍ଡ ଟେକିବାରୁ ପ୍ରଶାସନିକ ଦମନଲୀଳା ଚାଲିଛି। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଏବେସୁଦ୍ଧା ୧୦୦ରୁ ଅଧିକ ମାମଲା ଲୋକଙ୍କ ନାଁ ରେ ହେଲାଣି ବୋଲି କର କହିଛନ୍ତିି।
ସେହିପରି ଢିଙ୍କିଆ ଗ୍ରାମର ମାନସ ବର୍ଦ୍ଧନ କୁହନ୍ତି, ‘ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ଆମେ ବିରୋଧ କରୁଛୁ। କାରଣ ଉକ୍ତ କମ୍ପାନୀ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ସେସବୁ କିଛି ପାଳନ କରୁନାହିଁ। କେବଳ ଫମ୍ପା ସ୍ବପ୍ନ ବାଣ୍ଟୁଛି। ମୁଁ ସ୍ଥାନୀୟ ଜମି, ଜଳ, ଜଙ୍ଗଲ ସୁରକ୍ଷା ପାଇଁ ପ୍ରକଳ୍ପକୁ ବିରୋଧ କରିଥିଲି। କିନ୍ତୁ ମୋ ନାଁରେ ଏପର୍ଯ୍ୟନ୍ତ ୨୨ଟି ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି। ମୋତେ ନିସ୍ତୁକ ମାଡ଼ ମଧ୍ୟ ମରାଯାଇଛି। ଦୀର୍ଘଦିନ ଜେଲରେ ରହିବା ପରେ ମାସେ ହେଲା ଜାମିନ୍‌ରେ ଆସିଛି। କିନ୍ତୁ ପ୍ରତିଦିନ ପୋଲିସ ଆମ ଘର ଆଗରେ ପଇଁତରା ମାରୁଛି। ମୁଁ କୁଆଡ଼େ ଗଲି, କାହା ସହିତ କଥା ହେଉଛି ସବୁକିଛି ଯାଞ୍ଚ କରୁଛି ଏବଂ ଧମକାଉଛିି ଯେ ଯଦି ଏଥର
ପାଟି ଖୋଲିବୁ ବ୍ରାଉନସୁଗାର କେସ୍‌ରେ ଭିତରେ ପୂରେଇଦେବୁ। ଏହାସତ୍ତ୍ୱେ ମୁଁ ମୋର ସଂଗ୍ରାମ ଜାରି ରଖିଛି। ଯେପର୍ଯ୍ୟନ୍ତ କମ୍ପାନୀ ଏଠାରୁ ହଟିନାହିଁ ସେପର୍ଯ୍ୟନ୍ତ ବିବାହ କରିବି ନାହିଁ ବୋଲି ମାନସ କହିଛନ୍ତି।’ ସେଠାରେ ମାନସଙ୍କ ସହିତ ଆଲୋଚନାବେଳେ ଜଣେ ବୃଦ୍ଧା ନିଜ ନାମ ଗୋପନ ରଖିବାକୁ କହି ତାଙ୍କର ପୁଞ୍ଜୀଭୂତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ତୁମେ ଆମକୁ କିଛି ପଚାରନାହିଁ କି ଆମ ଫଟୋ ଉଠାଅ ନାହିଁ। ତୁମେ ଆସି ଆମ ସହିତ କଥା ହୋଇଯିବ, ପରେ ପୋଲିସ ଆସି ଆମକୁ ଧମକ ଦେବ ବୋଲି ସେ କହିଥିଲେ। ସେହିପରି ଢିଙ୍କିଆ ବାସିନ୍ଦା ଗଗନ ମଲ୍ଲିକ କହିଥିଲେ, ଆମ ଗ୍ରାମର ୯୦ ପ୍ରତିଶତ ଲୋକ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଛନ୍ତି। କିନ୍ତୁ ପୋଲିସର ମିଥ୍ୟା ମାମଲା ଭୟରେ ଆଗକୁ ଆସୁନାହାନ୍ତି। ଯେକୌଣସି ସମୟରେ ପ୍ରଶାସନିକ ଅଧିକାରୀ ଆସି ଆମ ଗ୍ରାମର ଜଣ ଜଣ କରି ପଚାରନ୍ତୁ, ସତ ଜାଣିପାରିବେ। ଏମିତି ଅନେକ ବାସିନ୍ଦା ସେମାନଙ୍କ ମତ ରଖିଥିଲେ। ଏପରି କି ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ ପାଚେରି କରିବା ପରେ ସେଠାରେ ଥିବା ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ମାରିଦେଉଛି ବୋଲି ସେମାନେ କହିଥିଲେ। ଏଥିସହିତ କେତେଜଣ ଗ୍ରାମବାସୀ କହିଛନ୍ତି, ଜେଏସ୍‌ଡବ୍ଲ୍ୟୁ କର୍ତ୍ତୃପକ୍ଷ ପ୍ରବଳ ଅର୍ଥ ଖର୍ଚ୍ଚ କରି ସ୍ଥାନୀୟ ପୋଲିସକୁ ଜଗତ୍‌ସିଂହପୁର ଜିଲା ପରିବର୍ତ୍ତେ ଜେଏସ୍‌ଡବ୍ଲ୍ୟୁ ପୋଲିସ କରିଦେଇଛନ୍ତି। ଉଚ୍ଚସ୍ତରରୁ ଥାନା ପର୍ଯ୍ୟନ୍ତ ସବୁ ପୋଲିସ କମ୍ପାନୀରୁ ସିଧାସଳଖ ଦରମା ଭଳି ଭତ୍ତା ପାଉଛନ୍ତି।
ସୂଚନାଯୋଗ୍ୟ, ଜେଏସ୍‌ଡବ୍ଲ୍ୟୁ ପାଇଁ ଏବେସୁଦ୍ଧା ପ୍ରାୟ ୨୨ ଶହ ପାନବରଜ ଉଚ୍ଛେଦ କରାଯାଇଛି। ଯେଉଁମାନେ ପାନବରଜ କରି ରୋଜଗାର କରୁଥିଲେ ସେମାନେ ଏବେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଗଲେଣି। କେବଳ ପାନବରଜ କରୁଥିବା ଚାଷୀମାନେ ବାର୍ଷିକ ୮୦ରୁ ୯୦ କୋଟି ଟଙ୍କାର କାରବାର ଗଡ଼କୁଜଙ୍ଗ ୟୁକୋ ବ୍ୟାଙ୍କରେ କରୁଥିଲେ ବୋଲି ମାନସ କର କୁହନ୍ତି। ଏବେ ସେ ସ୍ଥିତି ନାହିଁ ବୋଲି ତାଙ୍କର ମତ। ଲୋକମାନଙ୍କ ଅଭିଯୋଗ ସମ୍ପର୍କରେ ଜେଏସ୍‌ଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ପ୍ରତିକ୍ରିୟା ଦେଲେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?