ଏନ୍‌ଏଚ୍‌ ୪୯ରେ ଟ୍ରକ୍‌ର ଲମ୍ବା ଧାଡ଼ି, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଞ୍ଜାର-ଡଙ୍ଗାପାଣି ରାସ୍ତା ଏନ୍‌ଏଚ୍‌ ୪୯ରେ ଶନିବାର ଶହ ଶହ ଟ୍ରକ ଛିଡା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଭୁଲ ରାସ୍ତାରେ ଗାଡ଼ି ଚଳାଚଳ, ରାସ୍ତାକଡ଼ରେ ପାର୍କିଂ ଆଦି କାରଣରୁ ରାସ୍ତାରେ ଟ୍ରକର ଲମ୍ବା ଧାଡ଼ି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ସେହିପରି ସଦର ଥାନା ପୋଲିସ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାରେ ନୟାନ୍ତ ହୋଇ ଯାଇଥିଲେ ହେଁ ରାସ୍ତା ମୁକ୍ତ କରିବାରେ ବିଫଳ ହେଉଛି। ଏପରିକି ବେଆଇନ ଭାବରେ ହାତୀ ଚଲାପଥ ଅଞ୍ଚଳରେ ମଧ୍ୟ ଟ୍ରକ ପାର୍କିଂ ଚିନ୍ତାର ବିଷୟ ହୋଇଛି। ଖଣି ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ସୃଷ୍ଟିହେଉଛି।

ସେହିପରି ସଦର ଥାନା ଅନ୍ତର୍ଗତ ଶୁଆକାଟି ଖଣି ଅଞ୍ଚଳରେ ରାସ୍ତାରେ ଟ୍ରକ ଛିଡ଼ା ହୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଖଣି କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା କରୁ ନ ଥିବାରୁ ଟ୍ରକଗୁଡ଼ିକ ରାସ୍ତାରେ ଛିଡ଼ା ହୋଇରହିଛି। ଫଳରେ ବଂଶପାଳ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଅନେକ ସମୟରେ ଜାମ ହେଉଥିବା ବେଳେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌ ୪୯ ରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି। ଅନେକ ଟ୍ରକ ଲାଇନନ୍‌୍‌ରେ ରହିବା ପାଇଁ ତୁରନ୍ତ ଲୋର୍ଡିଂ ପାଇବା ପାଇଁ ଲାଇନ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବାରୁ ଅନେକ ସମୟରେ ରାସ୍ତା ଜାମ ହେଉଛି। ସେହିପରି କେତେକ ଟ୍ରକ ଡିଭାଇଡର ଉପରେ ଚଢ଼ି ରାସ୍ତା ପାର ହେଉଥିବାରୁ ରାସ୍ତା ଭାଙ୍ଗୁଛି। ବନ ବିଭାଗ, ପୋଲିସ ତଥା ପରିବହନ ବିଭାଗ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏଣୁ ପାର୍କିଂ ବ୍ୟବସ୍ଥା କରି ଯାତାୟାତ ସ୍ବାଭାବିକ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ

ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?