ଶ୍ମଶାନ ଆଗରେ ଲମ୍ବା ଲାଇନ୍‌: ଦିନରାତି ଜଳୁଛି ଜୁଇ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନ ଆଗରେ ମୃତକଙ୍କ ପରିବାର ସଦସ୍ୟ ମୃତଦେହକୁ ଧରି ଲମ୍ବା ଲାଇନ ଲଗାଇଛନ୍ତି। ଶ୍ମଶାନରେ ଜୁଇ ନିଆଁ ଦିନରାତି ଜଳିବାରେ ଲାଗିଛି। ସେହିପରି କବରସ୍ତାନରେ ମଧ୍ୟ ସମାନ ସ୍ଥିତି। କବର ଦେବାକୁ ଅବା କବର ଖୋଳିବାକୁ ଆଗାମୀ ଦିନରେ ସ୍ଥାନର ଅଭାବ ଦେଖାଦେବା ଆଶଙ୍କ ସୃଷ୍ଟି ହୋଇଛି। ନିଗମବୋଧ ଶ୍ମଶାନ ଘାଟରେ ଏବେ ପ୍ରତିଦିନ ୩୦ରୁ ଅଧିକ ମୃତଦେହ ଅନ୍ତିମ ସଂସ୍କାର କରାଯାଉଛି। ପୂର୍ବରୁ ଏହି ସଂଖ୍ୟା ୧୫ ଥିଲା। ବୁଧବାର ଦିଲ୍ଲୀରେ ୧୦୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ହଠାତ୍‌ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଅଡୁଆରେ ପଡ଼ିଛି। ସକାଳୁ ଆସିଥିବା ମୃତଦେହର ଅନ୍ତିମ ସଂସ୍କାର ହେବାକୁ ରାତ୍ର ୯ଟା ପାଖାପାଖି ହୋଇଯାଉଥିବା କେତେକ ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ...

ଦେଖୁ ଦେଖୁ ଧସିଗଲା ଘର

ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା,...

CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯

ଭଦ୍ରକ ଅଫିସ,୨୮।୪: ରାଜ୍ୟରେ ମଙ୍ଗଳବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

କାର୍‌ ରାଇଡ୍‌ରୁ ବଦଳିଥିଲା ସମୀକରଣ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ତିନୋଟି ଭିନ୍ନ ବିଚାରଧାରାର ଦଳର ମେଣ୍ଟକୁ ନେଇ ସରକାର ଗଢ଼ାଯିବା ପାଇଁ ସ୍ଥିର ହୋଇଛି। ଏହି ଅପ୍ରତ୍ୟାଶିତ ପଦକ୍ଷେପ ରାଜନୈତିକ ପର୍ଯ୍ୟବେକ୍ଷକ ଓ...

କରୋନା ଯୋଦ୍ଧା ଏଏସ୍‌ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍‌ ଅନର ଦେଲା ଗଞ୍ଜାମ ପୋଲିସ

ଛତ୍ରପୁର, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍‌ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର...

ବିହାର ନିର୍ବାଚନ: ନୋଟାରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ

ନୂଆଦିଲ୍ଲୀ,୧୧।୧୧-ବିହାର ବିଧାନସଭା ନିର୍ବାଚନରେ ନନ୍‌ ଅଫ୍‌ ଦ ଆବଭ୍‌ (ନୋଟା)ରେ ୭ ଲକ୍ଷରୁ ଅଧିକ ଭୋଟ ପଡ଼ିଛି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ...

ଅତାବିରାରେ ଝିଅ ପରେ ମା’ କରୋନା ପଜିଟିଭ

ବରଗଡ଼ ଅଫିସ,୮।୭: ବରଗଡ଼ ଜିଲା ଅତାବିରା ବ୍ଲକରେ ବୁଧବାର ପୁଣି ଜଣେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଏହି ବ୍ଲକ ଅନ୍ତର୍ଗତ...

ପଞ୍ଚଭୂତରେ ବିଲିନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ: ପୁଅ ରାଜବୀର ଦେଲେ ମୁଖାଗ୍ନି

ଆଲିଗଡ଼,୨୩ ।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ବୁଲନ୍ଦସହରର ନରୌରା ଘାଟରେ ଅନ୍ତିମ ସଂସ୍କାର କରାଯାଇଛି ।...

Advertisement
Archives

Model This Week