‘ମୋ ଝିଅ ଚିକିତ୍ସାରେ ଅବହେଳା କରାଯାଉଛି’

କଟକ ଅଫିସ,୧୫ା୪: କଟକ ଶିଶୁଭବନର ପେଡିଆଟ୍ରିକ୍‌ ନ୍ୟୁବର୍ନ ୱାର୍ଡ ଆଇସିୟୁ କ୍ୟାବିନ୍‌ରେ ଗତ ୪ଦିନ ହେବ ଚିକିତ୍ସିତ ହେଉଛି କେନ୍ଦ୍ରାପଡାର ଦୁଇମୁଣ୍ଡିଆ ଶିଶୁକନ୍ୟା। ସେଠାରେ ଶିଶୁକନ୍ୟାକୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା ତାଙ୍କ ବାପା ଉମାକାନ୍ତ ପରିଡ଼ା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଝିଅର ଦେହ ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି। ଏସ୍‌ସିବି ମେଡିକାଲର ବିଭିନ୍ନ ବିଭାଗରେ ଝିଅର ରିପୋର୍ଟ ଦେବା ପାଇଁ ଶିଶୁଭବନର କର୍ମଚାରୀମାନେ କହୁଛନ୍ତି। ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାକୁ କହି ଏଣେତେଣେ ଦୌଉଡାଉଛନ୍ତି। ଜଣେ ଡାକ୍ତର କେବଳ ପରିଦର୍ଶନରେ ଆସି ଚାଲିଯାଉଛନ୍ତି। ଆଗାମୀ ଦିନରେ ଝିଅର କିଭଳି ଭାବେ ଉନ୍ନତ ଧରଣର ଚିକିତ୍ସା ହୋଇପାରିବ ସେ ନେଇ କିଛି ପଦକ୍ଷପ ନିଆଯାଉନାହିଁ। ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଝିଅର ଚିକିତ୍ସାରେ ଅବହେଳା କରାଯାଉଛି ବୋଲି ଉମାକାନ୍ତ କହିଛନ୍ତି। ଏ ସମ୍ପର୍କରେ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି, ଦୁଇମୁଣ୍ଡିଆ ଶିଶୁକନ୍ୟାଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଉନାହିଁ। ତାଙ୍କ ଚିକିତ୍ସା ପାଇଁ ୪ ଜଣ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ପେଡିଆଟ୍ରିକ୍‌ ସର୍ଜନ ଡା. ପି.କେ. ଜେନା, ଡା. ପ୍ରଭାକର ମିଶ୍ର, ଡା. ପି.କେ. ଜେନା ଏବଂ ଡା. ଆଲୋକ ମେହେର ରହିଛନ୍ତି। ସେମାନେ ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଏଥିସହ ପେଡିଆଟିକ୍‌ ସର୍ଜନ, ନ୍ୟୁରୋ ସର୍ଜନ ଡାକ୍ତର ଆସି ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଦେଖିଛନ୍ତି। ବର୍ତ୍ତମାନ କୌଣସି ପଦକ୍ଷେପ ନେଇ ହେବନାହିଁ। ଆଗାମୀ ଦିନରେ ଅଧିକ ପରୀକ୍ଷାନିରୀକ୍ଷା କରିବା ପରେ କମିଟି ରିପୋର୍ଟ ପ୍ରଦାନ କରିବ। ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବେହେରା କହିଛନ୍ତି।
ସୂଚନାଥାଉ କି, କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମରେ ଗତ ରବିବାର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲେ। ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ପୂର୍ବାହ୍ନ ୧୧ଟାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ ତୁରନ୍ତ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri