‘ମୋ ଝିଅ ଚିକିତ୍ସାରେ ଅବହେଳା କରାଯାଉଛି’

କଟକ ଅଫିସ,୧୫ା୪: କଟକ ଶିଶୁଭବନର ପେଡିଆଟ୍ରିକ୍‌ ନ୍ୟୁବର୍ନ ୱାର୍ଡ ଆଇସିୟୁ କ୍ୟାବିନ୍‌ରେ ଗତ ୪ଦିନ ହେବ ଚିକିତ୍ସିତ ହେଉଛି କେନ୍ଦ୍ରାପଡାର ଦୁଇମୁଣ୍ଡିଆ ଶିଶୁକନ୍ୟା। ସେଠାରେ ଶିଶୁକନ୍ୟାକୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା ତାଙ୍କ ବାପା ଉମାକାନ୍ତ ପରିଡ଼ା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଝିଅର ଦେହ ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି। ଏସ୍‌ସିବି ମେଡିକାଲର ବିଭିନ୍ନ ବିଭାଗରେ ଝିଅର ରିପୋର୍ଟ ଦେବା ପାଇଁ ଶିଶୁଭବନର କର୍ମଚାରୀମାନେ କହୁଛନ୍ତି। ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାକୁ କହି ଏଣେତେଣେ ଦୌଉଡାଉଛନ୍ତି। ଜଣେ ଡାକ୍ତର କେବଳ ପରିଦର୍ଶନରେ ଆସି ଚାଲିଯାଉଛନ୍ତି। ଆଗାମୀ ଦିନରେ ଝିଅର କିଭଳି ଭାବେ ଉନ୍ନତ ଧରଣର ଚିକିତ୍ସା ହୋଇପାରିବ ସେ ନେଇ କିଛି ପଦକ୍ଷପ ନିଆଯାଉନାହିଁ। ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଝିଅର ଚିକିତ୍ସାରେ ଅବହେଳା କରାଯାଉଛି ବୋଲି ଉମାକାନ୍ତ କହିଛନ୍ତି। ଏ ସମ୍ପର୍କରେ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି, ଦୁଇମୁଣ୍ଡିଆ ଶିଶୁକନ୍ୟାଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଉନାହିଁ। ତାଙ୍କ ଚିକିତ୍ସା ପାଇଁ ୪ ଜଣ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ପେଡିଆଟ୍ରିକ୍‌ ସର୍ଜନ ଡା. ପି.କେ. ଜେନା, ଡା. ପ୍ରଭାକର ମିଶ୍ର, ଡା. ପି.କେ. ଜେନା ଏବଂ ଡା. ଆଲୋକ ମେହେର ରହିଛନ୍ତି। ସେମାନେ ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଏଥିସହ ପେଡିଆଟିକ୍‌ ସର୍ଜନ, ନ୍ୟୁରୋ ସର୍ଜନ ଡାକ୍ତର ଆସି ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଦେଖିଛନ୍ତି। ବର୍ତ୍ତମାନ କୌଣସି ପଦକ୍ଷେପ ନେଇ ହେବନାହିଁ। ଆଗାମୀ ଦିନରେ ଅଧିକ ପରୀକ୍ଷାନିରୀକ୍ଷା କରିବା ପରେ କମିଟି ରିପୋର୍ଟ ପ୍ରଦାନ କରିବ। ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବେହେରା କହିଛନ୍ତି।
ସୂଚନାଥାଉ କି, କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମରେ ଗତ ରବିବାର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲେ। ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ପୂର୍ବାହ୍ନ ୧୧ଟାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ ତୁରନ୍ତ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

ଅଭିଭାବକ ହେଉଛନ୍ତି ଶିଶୁଙ୍କ ପ୍ରଥମ ଗୁରୁ: ଆଚରଣରେ ସଞ୍ଜମ ରଖିବା ଜରୁରୀ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶୁକ୍ରବାର ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଛାତ୍ରୀଛାତ୍ରଙ୍କ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଗୁଳି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri