Posted inଫୁରସତ

କୋଟିପତି କିନ୍ନର, ହାଇପ୍ରୋଫାଇଲ ମର୍ଡର: ସୁପାରି ୫୫ ଲକ୍ଷ

କୋଟିପତି କିନ୍ନରଙ୍କ ହାଇପ୍ରୋଫାଇଲ ମର୍ଡର। ହତ୍ୟା ପାଇଁ ବଛା ଯାଇଥିଲେ ସୁପାରି କିଲର। କୋଟିଏରୁ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। କିନ୍ନର ଗୋଷ୍ଠୀ ବିବାଦ, ଉତ୍ତରାଧିକାରୀ ବଛା ସହ ପତିଆରା ସୃଷ୍ଟି ଥିଲା ମୂଳ କାରଣ। ୭ ମାସ ତଳେ କିନ୍ନର ଏକତା ଜୋଷୀଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ ମାଷ୍ଟରମାଇଣ୍ଡ। ପୋଲିସ ହାତରେ ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ସହଯୋଗୀ। ମାଷ୍ଟରମାଇଣ୍ଡଙ୍କ ବୟାନରୁ କିନ୍ନର ଦୁନିଆର ଏପରି ସତ ସାମ୍‌ନାକୁ ଆଣିଛି, ଯାହା ପୂର୍ବରୁ କେହି ଚିନ୍ତା କରି ନ ଥିବେ।

ନୂଆଦିଲ୍ଲୀ: ୨୦୨୦ ସେପ୍ଟେମ୍ବର ୫ ତାରିଖ ରାତିରେ କିନ୍ନର ଏକତା ଜୋଷୀ ଦିଲ୍ଲୀର ଏକ ଦୋକାନରୁ ଶପିଂ ସାରି ଫେରୁଥିବାବେଳେ ଏକ ଧଳା ସ୍କୁଟିରେ ଆସିଥିବା ୨ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ଏକତାଙ୍କ ମୃତ୍ୟୁ ଘଟିଥିଲା। ଜଣେ ହାଇପ୍ରୋଫାଇଲ କିନ୍ନରଙ୍କ ହତ୍ୟାକାଣ୍ଡ ସେତେବେଳେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଫେରାର ମାଷ୍ଟରମାଇଣ୍ଡ ଗଗନ ଭରଦ୍ୱାଜ (୩୩)ଙ୍କୁ ଗିରଫ ପାଇଁ ୧ ଲକ୍ଷ ଓ ସହଯୋଗୀ ବରୁଣ(୧୯)ଙ୍କ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ। ସୁପାରିକିଲର ଗଗନ ଓ ବରୁଣ ଏକ ସ୍କର୍ପିଓରେ ନିରଙ୍କରୀ ସମାଗମକୁ ଯିବା ପାଇଁ ବାହାରିଥିବା ନେଇ ପୋଲିସ ଖବର ପାଇବା ପରେ ଉଭୟଙ୍କୁ ସୋମବାର ଗିରଫ କରିବାରେ ସଫଳ ହୋଇଥିଲା। ପଚରାଉଚରା ପରେ ଗଗନ ପୋଲିସ ଆଗରେ ବଖାଣିଛି ହତ୍ୟାକାଣ୍ଡ ପଛର କାହାଣୀ।
ଟଙ୍କା ଦେଇଥିଲେ ଇଲାହି
ଏକତା ଓ ତାଙ୍କୁ ପାଳିଥିବା ମା’ ଅନିତା ଜୋଷୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିଲେ ଆଉ ଏକ କିନ୍ନର ଗୋଷ୍ଠୀ, ଯାହାର ମୁଖ୍ୟ ହେଉଛନ୍ତି ମଞ୍ଜୁର ଇଲାହି। ଏଥିପାଇଁ ମଞ୍ଜୁର ଡିଲ୍‌ କରିଥିଲେ ସୁପାରିକିଲର ଗଗନଙ୍କ ସହ। ପ୍ରଥମେ ଗଗନ ଏହି କାମ ପାଇଁ ଦାବି କରିଥିଲେ କୋଟିଏ। କିନ୍ତୁ ପରେ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। ହତ୍ୟା ପୂର୍ବରୁ ଗଗନ ଆଡ୍‌ଭାନ୍ସ ନେଇଥିଲେ ୧୫ ଲକ୍ଷ। ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ସପିଂ ସାରି ଫେରୁଥିବାବେଳେ ଏକତାଙ୍କ ଉପରକୁ ଗଗନ ୬ ଥର ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଯାଇଥିଲେ ଅନିତା।
ପତିଆରାକୁ ନେଇ ବିବାଦ
କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ, ବିଭିନ୍ନ ଅଞ୍ଚଳରେ ଟଙ୍କା ଆଦାୟ ତଥା ପତିଆରା ସୃଷ୍ଟି ଘଟଣା ପଛର ମୂଳ କାରଣ ଥିଲା। କିନ୍ନର ସୋନମ ଏବଂ ବର୍ଷାଙ୍କ ନେତୃତ୍ୱରେ ଫରିଦାବାଦର ଏକ ଗ୍ରୁପ୍‌, ଜିଟିଭି ଏନକ୍ଲେଭର ମଞ୍ଜୁର ଇଲାହି ଓ କମଲଙ୍କ ଗୋଷ୍ଠୀ ଏକତାଙ୍କ ବିରୋଧୀ ଥିଲେ। ବିଭିନ୍ନ ଉତ୍ସବ ତଥା କାର୍ଯ୍ୟକ୍ରମରୁ ଟଙ୍କା ଆଦାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେପଟେ ଏକତା ମା’ ଅନିତାଙ୍କ ଉତ୍ତରାଧିକାରୀ ଚୟନ ହେବା ନେଇ ଜଣାପଡ଼ିବା ପରେ ଈର୍ଷା ପରାୟଣ ହୋଇଉଠିଥିଲେ ଇଲାହି। ତେଣୁ ଏକତାଙ୍କ ଭଳି ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା କରିଥିଲେ। ଘଟଣାରେ ୭ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। କିଲର ଗଗନଙ୍କ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ଘଟଣାରେ ୧୪ଟି ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଏକାସହ ଶୋଭାଯାତ୍ରାରେ ପହଞ୍ଚିଲେ ୭ ବର: ଘରେ ଝୁଲୁଥିଲା ତାଲା, ଫେରାର ଥିଲେ କନିଆଁ; ତା ପରେ…

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ସାତଜଣ ବର ଏକାଠି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଏପରିକି ସେମାନଙ୍କ ଅଭିଯୋଗ...

କ୍ଷୀରରୁ ତିଆରି ହେଉଛି ଭୋଡ୍‌କା

ଗହମ, ଅଙ୍ଗୁର ଓ କିସ୍‌ମିସ୍‌ରୁ ମଦ ତିଆରି ହୋଇଥାଏ। ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ...

ହମିଂ ବାର୍ଡ ଭଳି ଫୁଲ

କ୍ରୋଟାଲାରିଆ କନିଂହାମି ଉତ୍ତର ଅଷ୍ଟ୍ରେଲିଆର ଏକ ଫୁଲ। ଏହି ଫୁଲଟି ଆଉ ଏକ ନାମରେ ବି ପରିଚିତ, ତାହା ହେଉଛି ‘ଗ୍ରୀନ୍‌ ବାର୍ଡ ଫ୍ଲାଓ୍ବାର’। କାରଣ...

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କି ବାର୍ତ୍ତା ଲେଖିଲେ ସ୍ବାମୀ

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଧୋକ୍କା ଦେଇଥିଲେ। ଏହା ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ। କିନ୍ତୁ ବ୍ୟକ୍ତିଜଣକ ଚାହୁଁ ନ ଥିଲେ ସ୍ତ୍ରୀଙ୍କଠାରୁ ଦୂରେଇ ରହିବାକୁ।...

ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର

ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍‌ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ...

କଇଁଛଙ୍କ ପ୍ରେମ: ବିପଦରେ ପଡିଥିବା ବନ୍ଧୁକୁ କିପରି ଉଦ୍ଧାର କରୁଛି କଇଁଛ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ୨ କଇଁଛର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ...

୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର...

ଏଠାରେ ମଣିଷ ପଞ୍ଜୁରିରେ ରହିବା ପାଇଁ ଦେବାକୁ ପଡ଼େ ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ…...

Advertisement
Archives

Model This Week