ଦୀର୍ଘାୟୁ ଜୀବନ ଅନ୍ତରାଳେ…

”ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ ଷ୍ଟିଲ କିମ୍ବା ରସ ପାତ୍ରରେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କାରଣ ଏହି ପାତ୍ରଗୁଡ଼ିକୁ ସଫା କରିବା ସହଜ। କିନ୍ତୁ ଏହି ପାତ୍ର ଦ୍ୱାରା ଖାଦ୍ୟ ଖାଇବା ଆମ ପାଇଁ ସମ୍ପୂର୍ଣ୍ଣ ଅହିତକର। ଆମେ ସର୍ବଦା ସୁସ୍ଥ ରହିବା ପାଇଁ ସୁସ୍ବାଦୁ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ମନୁଷ୍ୟ କେଉଁ ପାତ୍ରରେ ଖାଦ୍ୟ ଖାଇଲେ ସୁସ୍ଥ ରହିବା ସହ ନୀରୋଗ ଓ ଦୀର୍ଘାୟୁ ହୋଇପାରିବ ତାହା ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣନା କରାଯାଇଛି।“

ସ୍ବଦେଶୀ ଚିକିତ୍ସା ବିଜ୍ଞାନ ମଧ୍ୟରେ ଆମ ଭାରତୀୟ ପାରମ୍ପରିକ ତଥା ମୌଳିକ ଚିକିତ୍ସା ବିଜ୍ଞାନ ବା ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ଅନ୍ୟତମ। ଏହି ଚିକିତ୍ସା ବିଜ୍ଞାନରେ ଆୟୁର୍ବେଦ ବିଶାରଦ ଚରକ ଓ ଶୁଶ୍ରୁତଙ୍କ ସ୍ବଲିଖିତ ଚିକିତ୍ସା ବିଜ୍ଞାନରେ ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ବିଭିନ୍ନ ନିୟମାବଳୀ ବର୍ଣ୍ଣିତ ରହିଛି। ଏହାକୁ ପାଳନ କଲେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ପ୍ରାୟ ସୁସ୍ଥ ଓ ନୀରୋଗ ରହିପାରିବ। ଜନ୍ମ ମାତ୍ରକେ ମୃତ୍ୟୁ ନିଶ୍ଚିତ। ମନୁଷ୍ୟ ବିଭିନ୍ନ କଷ୍ଟସାଧ୍ୟ, ଦୁଃସାଧ୍ୟ ରୋଗରେ ପୀଡ଼ିତ ହେଲେ ଦୁଃଖ, କ୍ଳେଶ, ଯନ୍ତ୍ରଣା ଓ ଅର୍ଥହାନି ହେବାର ସମ୍ଭାବନା ରହିଥାଏ। ଭାରତୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ ତଥା ଆମ ହାତ ପାହାନ୍ତାରେ ଉପଲବ୍ଧି ହେଉଥିବା ଏପରି କେତେକ ଉପାୟ ରହିଛି ଯାହାକୁ ଜଣେ ସାଧାରଣ ମଣିଷ ତାହାର ଜୀବନରେ ଉପଯୋଗ କରିପାରିବ। ଏହା ସୁସ୍ଥ ଜୀବନଯାପନରେ ସହାୟକ ହୋଇପାରିବ। ଜୀବନର ମୁଖ୍ୟ ଲକ୍ଷ୍ୟ ହେଲା ଧର୍ମ, ଅର୍ଥ, କାମ, ମୋକ୍ଷ- ଯାହାକୁ ‘ଚତୁରବର୍ଗ ଫଳ ପ୍ରାପ୍ତି’ ବୋଲି କୁହାଯାଏ। ଆମ ଭାରତୀୟ ଚିକିତ୍ସା ଶାସ୍ତ୍ରରେ କିଛି ନିର୍ଦ୍ଦିଷ୍ଟ ରୋଗ ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧୀୟ ବୃକ୍ଷଲତା ରହିଛି, ଯାହାକି ଆମ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଯେପରି ନୀରୋଗ ସ୍ବାସ୍ଥ୍ୟ ନିମନ୍ତେ ଗାଈ କ୍ଷୀର ସେବନ, ଉତ୍ତମ ପାକ କ୍ରିୟା ପେଟରେ ବାୟୁ ବୃଦ୍ଧିକୁ ହ୍ରାସ ପାଇଁ ଜୁଆଣି ଖାଇବା, ରକ୍ତ ପରିଷ୍କାର ଓ ଚର୍ମ ରୋଗ ପାଇଁ ନିମପତ୍ର ଓ ହଳଦୀ, ଶରୀରରେ ରକ୍ତ ଚାପ ନିୟନ୍ତ୍ରଣ ପାଇଁ ସଜନା ଶାଗ, ଶରୀର ପୀଡା କିମ୍ବା ଜଏଣ୍ଟ ପେନ୍‌ ପାଇଁ ପ୍ରସାରଣୀ ପତ୍ରକୁ ବାଟି ସିଝାଇ ପିଇବା, ହଜମ ପାଇଁ ପୋଦିନା ଚଟଣି, ଥଣ୍ଡା କାଶ ପାଇଁ ମହୁ ଓ କୃଷ୍ଣ ତୁଳସୀ ରସ, ଦାନ୍ତ ବିନ୍ଧା ହେଲେ ଗୋଟା ଲବଙ୍ଗ କିମ୍ବା ଲବଙ୍ଗ ତୈଳ ଆଦିର ପ୍ରୟୋଗ ତତ୍‌କ୍ଷଣାତ ଉପଶମ ଦେଇଥାଏ। ଉକ୍ତ ଉପାଦାନଗୁଡ଼ିକ ବ୍ୟବହାର ଦ୍ୱାରା ଶରୀରରେ ତୁରନ୍ତ ରୋଗ ଉପଶମ ହେବା ସହ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି ପାଇଥାଏ। ଆମେ ପ୍ରତିଦିନ ଜଳଖିଆ କିମ୍ବା ଭାତ, ରୁଟି ଆଦି ଖାଦ୍ୟ ଖାଇଥାଉ। ବେଳେବେଳେ କାଗଜ, କାଗଜ ପ୍ଲେଟ, ଯେକୌଣସି ପତ୍ର ଆଦିରେ ଖାଇଥାଉ। ବହୁତ ଲୋକ ଷ୍ଟିଲ କିମ୍ବା ରସ ପାତ୍ରରେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କାରଣ ଏହି ପାତ୍ରଗୁଡିକୁ ସଫା କରିବା ସହଜ। କିନ୍ତୁ ଏହି ପାତ୍ର ଦ୍ୱାରା ଖାଦ୍ୟ ଖାଇବା ଆମ ପାଇଁ ସମ୍ପୂର୍ଣ୍ଣ ଅହିତକର। ଆମେ ସର୍ବଦା ସୁସ୍ଥ ରହିବା ପାଇଁ ସୁସ୍ବାଦୁ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ମନୁଷ୍ୟ କେଉଁ ପାତ୍ରରେ ଖାଦ୍ୟ ଖାଇଲେ ସୁସ୍ଥ ରହିବା ସହ ନୀରୋଗ ଓ ଦୀର୍ଘାୟୁ ହୋଇପାରିବ ତାହା ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣନା କରାଯାଇଛି। ସେ ସମ୍ପର୍କରେ ନିମ୍ନରେ ସୂଚନା ଦିଆଗଲା।
ମାଟି ପାତ୍ର : ମାଟି ପାତ୍ରରେ ଖାଦ୍ୟ ରୋଷେଇ କଲେ ଏହା ଅଧିକ ସ୍ବାଦିଷ୍ଟ ହୋଇଥାଏ। ଏପରି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା କମ୍‌ ଥାଏ।
ସୁନା ପାତ୍ର: ସୁନାଥାଳି କିମ୍ବା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ବିଦ୍ୟା, ବୁଦ୍ଧି ଓ ଆୟୁ ବୃଦ୍ଧି ହୋଇଥାଏ ବୋଲି ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ ଅଛି।
ରୁପା ପାତ୍ର : ରୁପା ଥାଳି କିମ୍ବା ପାତ୍ର ରେ ଖାଦ୍ୟ ଖାଇଲେ ବୁଦ୍ଧିମାନ ଓ ଦୀର୍ଘାୟୁ ହୋଇଥାଏ।
କଂସା ପାତ୍ର : କଂସା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ନୀରୋଗ ତଥା ଆୟୁ ବୃଦ୍ଧିରେ ସହାୟକ ହୋଇଥାଏ।
ତମ୍ବା ପାତ୍ର : ତମ୍ବା ପାତ୍ରରେ କିଛି ଘଣ୍ଟା ପାଣି ରଖି ସେବନ କରିବା ଦ୍ୱାରା ସମସ୍ତ ପ୍ରକାର ଚର୍ମ ରୋଗ, ପେଟରେ ଏସିଡିଟିକୁ ନିୟନ୍ତ୍ରିତ ରଖିଥାଏ। ତା’ସହ ଏପରି ପାତ୍ରରେ ଖାଇବା ଦ୍ୱାରା ମନ ପବିତ୍ର ରହିବା ସହ ଆୟୁ ବୃଦ୍ଧି ହୋଇଥାଏ।
ପିତ୍ତଳ ପାତ୍ର : ପିତ୍ତଳ ପାତ୍ରରେ ଖାଦ୍ୟ ଖାଇଲେ ମନ ଶରୀର ଶାନ୍ତ ପବିତ୍ର ରହିବା ସହ ଆୟୁ ବୃଦ୍ଧି ହୋଇଥାଏ।
ରସ ପାତ୍ର : ରସ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମନରେ ମାନସିକ ଚିନ୍ତା ବୃଦ୍ଧି ସହ ମନୁଷ୍ୟ ଚିଡିଚିଡ଼ା ସ୍ବଭାବର ହୋଇଥାଏ।
ଷ୍ଟିଲ କିମ୍ବା ଲୌହ ପାତ୍ର : ଲୌହ କିମ୍ବା ଷ୍ଟିଲ ପାତ୍ରରେ ପ୍ରତିଦିନ ଖାଦ୍ୟ ଖାଇଲେ ମନ ଅସ୍ଥିର, ପେଟରେ ବାୟୁ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ।
କଦଳୀ ପତ୍ର : କଦଳୀ ପତ୍ରରେ ଖାଦ୍ୟ ଖାଇଲେ ମନ ଶାନ୍ତ, ପବିତ୍ର ରହିବା ସହ ଆୟୁଷ ବୃଦ୍ଧି ହୋଇଥାଏ ବୋଲି ଏଥିରେ ଉଲ୍ଲେଖ ରହିଛି।
ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବିଭିନ୍ନ ଧାତୁ ଦ୍ୱାରା ନିର୍ମିତ ପାତ୍ରର ମଧ୍ୟ ଆମ ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ସୁସ୍ଥ ରଖିବା ଲାଗି ସରଳ ନିରାଡ଼ମ୍ବର ଜୀବନଯାପନର ଆବଶ୍ୟକତା ରହିଛି। ଏହାଦ୍ୱାରା ଆମ ଶରୀର ସୁସ୍ଥ, ନୀରୋଗ ହେବା ସହ ତାହା ଆମକୁ ଦୀର୍ଘାୟୁ ହେବାରେ ସହାୟକ ହୋଇପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?