ଗଡ଼ ଦଖଲ ପାଇଁ ପ୍ରଚାର ଲଢ଼େଇ

ଭଦ୍ରକ ଅଫିସ/ଧାମନଗର(ଡି.ଏନ୍‌.ଏ.),୩୧।୧୦: ଧାମନଗର ଉପନିର୍ବାଚନ ଆଉ ମାତ୍ର ୩ଦିନ ରହିଛି। ଆସନ୍ତା ମଙ୍ଗଳବାର ପ୍ରଚାର ଶେଷ ହେଉଥିବାରୁ ସବୁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଗଡ଼ ଦଖଲ ପାଇଁ ପ୍ରଚାର ଲଢ଼େଇ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ ବାଣୀ ଶୁଣାଇ ଭୋଟ୍‌ ମାଗିଲା ଭାଜପା। ରୋଡ୍‌ଶୋ’, ସାଧାରଣ ସଭା କରି ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଘର ଘର ବୁଲି ଲୋକଙ୍କୁ ମନାଇବା ସହ ରାଲି କରି ଭୋଟ୍‌ ଭିକ୍ଷା କରିଛନ୍ତି। ୩ ଦଳର ଷ୍ଟାର ପ୍ରଚାରକ ଅଲଗା ଅଲଗା ଜୋନ୍‌ରେ ପ୍ରଚାରରେ ଲାଗିଛନ୍ତି। ରୋଡ୍‌ଶୋ’ ଓ ବାଇକ୍‌ ରାଲିରେ ରାସ୍ତା ଜାମ୍‌ ହୋଇଯାଉଛି। ଧାମନଗରବାସୀଙ୍କ ଶ୍ରଦ୍ଧା ଓ ସମର୍ଥନ ଦିବଂଗତ ଜନନେତା ବିଷ୍ଣୁ ସେଠୀଙ୍କ ପୁତ୍ର ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ରହିଛି। ଲୋକଙ୍କ ଆଶୀର୍ବାଦ ସୂରଜଙ୍କ ଭଳି ଜଣେ ଯୁବ ନେତୃତ୍ୱକୁ ମାଟି ମା’ର ସେବା କରିବାର ସୁଯୋଗ ଦେବ ବୋଲି ପ୍ରଚାର ମଙ୍ଗ ଧରିଥିବା ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ରବିବାର ଧାମନଗର ଏନ୍‌ଏସିର ଦକ୍ଷିଣବାଡ଼ ପାଲା ମଣ୍ଡପରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକାଶ କରିଛନ୍ତି। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, ମନୋଜ ମହାପାତ୍ର, ଜଗନ୍ନାଥ ପ୍ରଧାନ, ଅଶୋକ ମିଶ୍ର, ସୁକାନ୍ତ ବିଶ୍ବାଳ, ଜଗନ୍ନାଥ ଦାସ, କୈଳାସ ମହାପାତ୍ର ପ୍ରମୁଖ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡକୁ ଯାଇ ଲୋକଙ୍କୁ ଭେଟି ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଧୂଷୁରୀଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅର୍ଜୁନପୁର, ହସନାବାଦ, ନଦୀଗାଁ ପଞ୍ଚାୟତର ବିଭିନ୍ନ ଗଁାରେ ବୁଲି ପ୍ରଚାର କରିଥିଲେ। ପ୍ରଚାର ସମୟରେ ଧାମନଗରବାସୀଙ୍କୁ ବନ୍ୟା ଦାଉରୁ ମୁକ୍ତି କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଦୋବାଲ ବସ୍‌ଷ୍ଟାଣ୍ଡଠାରେ ଏକ ପଥପ୍ରାନ୍ତ ସଭା କରି ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିଛନ୍ତି। ଭାଜପାର ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ, ଗୀତିକାର ପଞ୍ଚାନନ ନାୟକ, ସରୋଜ ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ପକ୍ଷରୁ ତିହିଡ଼ି ବ୍ଲକର ତାଳପଦା, ଗୁଆମାଳ, ଦୋଳସାହି, ଅଚକ, ନୟାନନ୍ଦପୁର ଆଦି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ସପକ୍ଷରେ ପ୍ରଚାର କରାଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପର୍ଶୁରାମ ଧଡ଼ା, ଦେବୀ ମିଶ୍ର, ଜିଲା ପରିଷଦ ସଭ୍ୟା ରୁଜାତା ପଣ୍ଡା ପ୍ରମୁଖ ଯୋଗଦେଇ ରୋଡ୍‌ଶୋ’, ବାଇକ୍‌ ରାଲି ଓ ପଥପ୍ରାନ୍ତ ସଭା କରି ଦଳର ମହିଳା ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଭୋଟ୍‌ ଦେଇ ରାଜ୍ୟର ବିକାଶଧାରାରେ ଧାମନଗରକୁ ସାମିଲ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ରୋଡ୍‌ଶୋ’ କରି ଭୋଟ୍‌ ଭିକ୍ଷା କରିଛନ୍ତି। ଦୋବଲ ଜୋନ୍‌ରେ ଅନୁଷ୍ଠିତ ରୋଡଶୋ’ରେ ଜୋନ୍‌ ସଭାପତି ସଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ପ୍ରାର୍ଥୀ ହରେକୃଷ୍ଣଙ୍କ ସହ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଚିରଞ୍ଜୀବ ବିଶ୍ବାଳ, ଦେବାଶିଷ ପଟ୍ଟନାୟକ, ଦଶରଥ ଗମାଙ୍ଗୋ, ସନ୍ତୋଷ ନନ୍ଦ, ଅଭିଷେକ ରାଉତ ପ୍ରମୁଖ ସାମିଲ ଥିଲେ। ସେହିପରି ଏହି ଉପନିର୍ବାଚନରେ ଚର୍ଚ୍ଚିତ ଚେହେରା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସମର୍ଥକଙ୍କ ସହ ତିହିଡ଼ି ବ୍ଲକର ପାଳିଆ, ଅଚକ, ଦୋଳସାହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାଇକ୍‌ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?