Posted inବୌଦ୍ଧ

ଲୋକନାଥ ହତ୍ୟାକାଣ୍ଡ: ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଏସ୍‌ପି କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ,୬ା୮(ସ୍ବ.ପ୍ର.)-ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କରି ଜିଲା ଭାଜପା ପକ୍ଷରୁ ଗୁରୁବାର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଜିଲା ଭାଜପା ସଭାପତି ବିପ୍ର ଚରଣ ପ୍ରଧାନଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର ରାଜ୍ୟ ସଂପାଦକ ଓମପ୍ରକାଶ ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ସୂର୍ଯ୍ୟ ନାରାୟଣ ମହାପାତ୍ର, ପୂର୍ବତନ ଜିଲା ସଭାପତି ସୌମତ୍ରି ନାୟକ,ଯୁବନେତା ରାକେଶ ତ୍ରିପାଠୀ,ଅଟଳ ପ୍ରଧାନ ଓ ନାରାୟଣ କର୍ମୀଙ୍କ ସମେତ ଦଳୀୟ ନେତାମାନେ ଏହି ଧାରଣାରେ ସାମିଲ ହୋଇଥିଲେ। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଅଶ୍ୱନୀ କୁମାର ମେହେର ପ୍ରଥମେ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ ା ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାପାଳ ମିଶ୍ର ଓ ଏସପି ରଘୁନାଥ ରାଓ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଲାଗି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ା
ପ୍ରକାଶଥାଉ କି, ଗତ ଜୁଲାଇ ୨୪ ତାରିଖରେ କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ସିଆଲଝୁଲି ଗ୍ରାମର ଲୋକନାଥଙ୍କୁ ଆମ୍ବଗାଁ ନାଳ ପାଖରେ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା ା ଏହାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇପଡିଛି ା ଏହି ଘଟଣାରେ ମୃତକଙ୍କ ପରିବାର ଲୋକଙ୍କ ବୟାନକୁ ଆଧାର କରି କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପୁଅ ସଂପୃକ୍ତ ଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି ା ଅପରପକ୍ଷରେ ଏଥିରେ ତାଙ୍କ ପୁଅର କୌଣସି ସଂପୃକ୍ତି ନାହିଁ, ଏହାକୁ ରାଜନୈତିକ ରଙ୍ଗ ଦିଆଯାଉଛି ବୋଲି ବିଧାୟକ ରଣା ନିକଟରେ ଏକ ଖବରଦାତା ସମ୍ମିଳନୀରେ ପାଲଟା ଅଭିଯୋଗ କରିଛନ୍ତି ା ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ା ତେବେ ଲୋକନାଥଙ୍କ ହତ୍ୟା ନେଇ ବିଜେଡି ଭାଜପା ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିବା ବେଳେ ଜିଲାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri