Posted inଜାତୀୟ

ଲୋକସଭା ସୁରକ୍ଷାରେ ତ୍ରୁଟି, ଭିଜିଟର ଗ୍ୟାଲେରୀରୁ ଡେଇଁଲେ ଯୁବକ,ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୩।୧୨ : ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଲୋକସଭା ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ୨ ଜଣ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁପଡିଥିଲେ। ଏହି କାରଣରୁ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ତେବେ ସୁରକ୍ଷା କର୍ମୀ ଏହି ଯୁବକଙ୍କୁ ଧରିଥିଲେ। ସମସ୍ତ ତିନିଜଣ ଯୁବକ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡିଥିଲେ। ଏହି ଯୁବକମାନେ ଏମପିଙ୍କ ଆସନରେ ପହଞ୍ଚିଥିଲେ। ଏହି ସମୟରେ ଯୁବକମାନେ ସ୍ପ୍ରେ ମଧ୍ୟ ବ୍ୟବହାର କରିଥିଲେ। ଆଜି ସଂସଦ ଉପରେ ହୋଇଥିବା ଆକ୍ରମଣର ବାର୍ଷିକୀ। ଯୁବକମାନେ ଏନେଇ ସ୍ଲୋଗାନ ମଧ୍ୟ ଦେଇଥିଲେ। ଏହା ପରେ ଲୋକସଭାକୁ ସ୍ଥଗିତ ରଖାଯାଇଥିଲା।

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ’ଦୁଇଜଣ ଯୁବକ ଗ୍ୟାଲେରୀରୁ ଡେଇଁପଡିଥିଲେ ଏବଂ ଗ୍ୟାସ ବାହାରୁଥିବାରୁ କିଛି ଫିଙ୍ଗି ଥିଲେ। ତାଙ୍କୁ ଏମପିମାନେ ଧରିଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ବାହାରକୁ ନେଇଥିଲେ। ଏହାପରେ ଗୃହକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏହା ନିଶ୍ଚିତ ଭାବରେ ଏକ ସୁରକ୍ଷା ଉଲ୍ଲଂଘନ କାରଣ ୨୦୦୧ ରେ ଯେଉଁମାନେ ସଂସଦ ଆକ୍ରମଣରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରାଯାଉଛି ବୋଲି କେତେକ ଏମପି କହିଛନ୍ତି।

ଯୁବକମାନେ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା ଆମୋଲ ସିନ୍ଦେ (୨୫) ଏବଂ ନୀଲମ (୪୨) ଲୋକସଭା ଭିଜିଟର ଭାବେ ସେମାନେ ପ୍ରବେଶ କରିଥିଲେ। ଏହା ପରେ ଦୁହେଁ ଭିଜିଟର ଗ୍ୟାଲେରୀରୁ ଗୃହ ମଧ୍ୟକୁ ଡେଇଁଲେ ଏବଂ ପରେ ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲକୁ ଡେଇଁବା ଆରମ୍ଭ କରିଥିଲେ। ଏ ନେଇ ସମଗ୍ର ସଂସଦରେ ଉତ୍ତେଜନା ଦେଖାଦେଇଥିଲା।

ଏହା ପରେ ଦୁହେଁ ସ୍ପ୍ରେ ଦ୍ୱାରା ସଂସଦକୁ ଧୂଆଁ ଧୂଆଁ କରିଥିଲେ। ସେମାନେ ତାଙ୍କ ଜୋତାରେ ଲୁଚାଇ ଏହି ସ୍ପ୍ରେ ଆଣିଥିଲେ। ଏହି ସମୟରେ ଉଭୟ ଅଭିଯୁକ୍ତ ସ୍ଲୋଗାନ ଦେଇ କହିଥିଲେ କଳା ଆଇନ କାମ କରିବ ନାହିଁ। ଏହା ପରେ ସଂସଦରେ ଉପସ୍ଥିତ ସାଂସଦମାନେ ଶୀଘ୍ର ଉଭୟଙ୍କୁ ଧରିଥିଲେ ଏବଂ ପରେ ସେମାନଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଆଇବି ଏବଂ ସ୍ପେଶାଲ ସେଲ ଦଳ ମଧ୍ୟ ଉଭୟଙ୍କୁ ପଚରାଉଚରା କରୁଛନ୍ତି। ଦିଲ୍ଲୀ ପୋଲିସର ଆଣ୍ଟି ଟେରର୍‌ ୟୁନିଟ ସ୍ପେଶାଲ ସେଲ ମଧ୍ୟ ସଂସଦରେ ପହଞ୍ଚିଛି।

ଦିଲ୍ଲୀ ପୋଲିସ କହିଛି ସଂସଦ ବାହାରେ ଜଣେ ବାଳକ ଓ ମହିଳା ବିରୋଧ କରିଥିଲେ। ଏହି ସମୟରେ ଉଭୟେ ସଂସଦ ଭିତରେ ସୃଷ୍ଟି ହୋଇଥିବା ସମାନ ଧୂଆଁ ଛାଡିଥିଲେ। ବର୍ତ୍ତମାନ ସଂସଦ ଭିତରେ ଅଭିଯୁକ୍ତଙ୍କ ସହ ସେମାନଙ୍କର ସମ୍ପର୍କ ଜାଣିବା ପାଇଁ ସଂସଦ ବାହାରେ ଧରାପଡିଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି। ସଂସଦର ସୁରକ୍ଷା କ୍ଷେତ୍ରରେ ଏତେ ବଡ ଅଘଟଣ ଘଟିଲା ଏବଂ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ କିଏ ଅନୁମତି ଦେଲା? ଏ ସମ୍ପର୍କରେ ତଦନ୍ତ କରାଯାଉଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?