ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣ ପ୍ରସଙ୍ଗ, ଚର୍ଚ୍ଚାରେ ବେନାମୀ ଚିଠି

ଲୋଇସିଂହା,୨୯।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣକୁ ନେଇ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କଡା ଅଭିମୁଖ୍ୟ ଗ୍ରହଣ କରୁଥିବା ପ୍ରଶାସନ ଏବେ ପଛଘୁଞ୍ଚା ଦେଇ ବିଦ୍ୟାଳୟ ପାଚେରି କାମକୁ ପ୍ରାୟ ୫ ଫୁଟ ଘୁଞ୍ଚାଇ ନିଅଁ ଖୋଲା ଚାଲିଛି। ଅପରପକ୍ଷରେ ଲୋଇସିଂହାରେ ଏବେ ଏକ ବେନାମି ଚିଠି ଘୁରି ବୁଲୁଛି। ଉକ୍ତ ବେନାମି ଚିଠିରେ ସ୍ଥାନୀୟ ଜଣେ ବ୍ୟକ୍ତି ଏବଂ ଜିଲାପାଳଙ୍କୁ କଟୁ ସମାଲୋଚନା କରାଯାଇଛି। ବାଳିକା ବିଦ୍ୟାଳୟ ପାଚେରି ପଛକୁ ଘୁଞ୍ଚାଇ ଦେବା ଦ୍ୱାରା ଲୋଇସିଂହାର ହରେକୃଷ୍ଣ ମହତାବ ହାଇସ୍କୁଲ ଆଗରେ ପୁନଃ ଜବରଦଖଲ ଆରମ୍ଭ ହେବାକୁ ଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ୫ଟିରେ ସ୍କୁଲ ରୂପାନ୍ତରଣ କାମ ଚାଲିଛି। ସ୍କୁଲ ସମ୍ମୁଖ ଦେଇ ବରଗଡ-ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଯାଇଛି। ଉକ୍ତ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଛି। ପ୍ରଶାସନ ତରଫରୁ ରାଜପଥ ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି କ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା କେତେକ ବ୍ୟବସାୟୀଙ୍କ ଦୋକାନକୁ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି। ଏହାବ୍ୟତୀତ ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍କୁଲର ପୁରୁଣା ପାଚେରିକୁ ରାଜପଥ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା ା ସ୍କୁଲ ପାଚେରି ନିର୍ମାଣ ଦାୟିତ୍ୱ ରାଜପଥ ବିଭାଗ ନେଇଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ପାଚେରି ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ। ମୁକୁଳା ପଡିଛି ସ୍କୁଲ। ଶ୍ରେଣୀ ଗୃହରୁ ରାଜପଥ ସିଧାସଳଖ ଦେଖାଯାଉଥିଲା। ଏହି ଅବସ୍ଥାରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପାଠପଢା ସମୟରେ ଲୋକେ ସ୍କୁଲ ପରିସରକୁ ଯାଇ ପରିଶ୍ରା କରିବାକୁ ପଛାଉ ନ ଥିଲେ। ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅସ୍ଥାୟୀ ପାଚେରି ନିର୍ମାଣ କରିଛନ୍ତି ସ୍କୁଲ କତୃପକ୍ଷ। ଅପରପକ୍ଷେ ତୃତୀୟ ପର୍ଯ୍ୟାୟରେ ଉକ୍ତ ବାଳିକା ଉଚ୍ଚ ବିଦ୍ୟାଳୟକୁ ୫ଟିରେ ଅନ୍ତଭୁର୍କ୍ତ କରି ସ୍କୁଲ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରି ସାରିଲେଣି। ହେଲେ ରାଜପଥ ବିଭାଗ ଅବହେଳାରୁ ପାଚେରି ନିର୍ମାଣ ହୋଇପାରିନାହିଁ। ୫ଟି ସ୍କୁଲ ହୋଇଥିବାରୁ ସ୍କୁଲ ପାଚେରି କାନ୍ଥରେ ବିଭିନ୍ନ ସଚେତନତା ଧର୍ମୀ ଲେଖା ଓ ଚିତ୍ର କରାଯିବ। ସେଥିପାଇଁ ଟେଣ୍ଡର ହେବା ପରେ ରାଜପଥ ପାର୍ଶ୍ୱ ଡ୍ରେନ ସଂଲଗ୍ନରୁ ନିଅଁ ଖୋଲିବାକୁ ଜିଲାପଳ ନିର୍ଦ୍ଦେଶ କରିଥିଲେ। ଠିକାଦାର ଏବଂ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ନିଅଁ ଖୋଲାଯାଇଥିଲା। ସେତେବେଳେ ଜିଲାପାଳଙ୍କ ନିର୍ଦ୍ଦେଶକୁ ନ ମାନି ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇ ଡ୍ରେନ ଠାରୁ ୭ ଫୁଟ ଛାଡି ନିଅଁ ଖୋଲାଯାଇଥିଲା। ଏହା ଜିଲାପାଳ ଚଞ୍ଚଳ ରାଣା ଜାଣି ଅସନ୍ତୋଷ ବ୍ୟକ୍ତ କରିଥିଲେ। ମେ ୨୧ରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ସଂଘମିତ୍ରା କାଲୋଙ୍କ ଉପସ୍ଥିତିରେ ପୁଣି ସେଠାରେ ଡ୍ରେନକୁ ସଂଲଗ୍ନ କରି ଠିକାଦାର ଜେସିବି ଲଗାଇ ନିଅଁ ଖୋଲିଥିଲେ। ସେତେବେଳେ ସଂଘବଦ୍ଧ ଭାବେ ବ୍ୟବସାୟୀ ସେଠାକୁ ଯାଇ ବାରଣ କରି ୨ ଦିନ ମହଲତ ଦେବାକୁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ବ୍ୟବସାୟୀ ଜିଦରେ ଅଟଳ ରହିବାରୁ ସ୍ଥାନୀୟ ବିଡିଓଙ୍କ ପାଖକୁ ଯିବାକୁ ତହସିଲଦାର ବ୍ୟବସାୟୀଙ୍କୁ କହିଥିଲେ। ବିଡିଓ ଆକାଶ ରଞ୍ଜନ ସାହୁ, ତହସିଲଦାର କାଲୋ ଓ ବ୍ୟବସାୟୀମାନେ ବିଡିଓଙ୍କ ଅଫିସରେ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ସେଠାରେ ଦୋକାନ ପାଇଁ ଜାଗା ଦେବାକୁ ରୋକଠୋକ ମନା କରି ଦେଇଥିଲେ ଅଧିକାରୀ। ସେତେବେଳେ ଅଧିକାରୀଙ୍କ ସହ ବ୍ୟବସାୟୀ ଯୁକ୍ତି ତର୍କ କରିଥିଲେ। ଆଲୋଚାନ ବିଫଳ ହୋଇଥିଲା। ପୁଣି ବ୍ୟବସାୟୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଆସି କାମ ବନ୍ଦ କରିଦେଇଥିଲେ। ସେହି ସନ୍ଧ୍ୟାରେ ଜିଲାର ଜଣେ ବରିଷ୍ଠ ରାଜନେତାଙ୍କ ପାଖକୁ ଯାଇ ଫେରାଦ ହୋଇଥିଲେ। ଏହାପରେ ପ୍ରଶାସନ ପଛଘୁଞ୍ଚା ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଏହାପରେ ଏହି ବେନାମି ଚିଠି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେବା ସହ ଲୋଇସିଂହାର କେତେକ ବ୍ୟକ୍ତିଙ୍କୁ ପଠାଯାଇଛି। ଜିଲାପାଳ ଏବଂ ସଂପୃକ୍ତ ରାଜନେତା ବଲାଙ୍ଗୀର ସହରରେ ଜବରଦଖଲ ଉଚ୍ଛେଦ କାମକୁ ତ୍ୱରାନ୍ବିତ କରିଥିଲେ। ସେତେବେଳେ ରାଜନୈତିକ ହଟଚମଟ ହୋଇଥିଲା। ହେଲେ ଲୋଇସିଂହା କ୍ଷେତ୍ରରେ କାହିଁି ବ୍ୟତିକ୍ରମ କହି ଉକ୍ତ ଚିଠିରେ ଜିଲାପାଳଙ୍କୁ କଟାକକ୍ଷ କରାଯାଇଛି। ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ଯଦି ପୁଣି ଦୋାକନ ଗୃହ ହେବ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri