ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣ ପ୍ରସଙ୍ଗ, ଚର୍ଚ୍ଚାରେ ବେନାମୀ ଚିଠି

ଲୋଇସିଂହା,୨୯।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣକୁ ନେଇ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କଡା ଅଭିମୁଖ୍ୟ ଗ୍ରହଣ କରୁଥିବା ପ୍ରଶାସନ ଏବେ ପଛଘୁଞ୍ଚା ଦେଇ ବିଦ୍ୟାଳୟ ପାଚେରି କାମକୁ ପ୍ରାୟ ୫ ଫୁଟ ଘୁଞ୍ଚାଇ ନିଅଁ ଖୋଲା ଚାଲିଛି। ଅପରପକ୍ଷରେ ଲୋଇସିଂହାରେ ଏବେ ଏକ ବେନାମି ଚିଠି ଘୁରି ବୁଲୁଛି। ଉକ୍ତ ବେନାମି ଚିଠିରେ ସ୍ଥାନୀୟ ଜଣେ ବ୍ୟକ୍ତି ଏବଂ ଜିଲାପାଳଙ୍କୁ କଟୁ ସମାଲୋଚନା କରାଯାଇଛି। ବାଳିକା ବିଦ୍ୟାଳୟ ପାଚେରି ପଛକୁ ଘୁଞ୍ଚାଇ ଦେବା ଦ୍ୱାରା ଲୋଇସିଂହାର ହରେକୃଷ୍ଣ ମହତାବ ହାଇସ୍କୁଲ ଆଗରେ ପୁନଃ ଜବରଦଖଲ ଆରମ୍ଭ ହେବାକୁ ଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ୫ଟିରେ ସ୍କୁଲ ରୂପାନ୍ତରଣ କାମ ଚାଲିଛି। ସ୍କୁଲ ସମ୍ମୁଖ ଦେଇ ବରଗଡ-ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଯାଇଛି। ଉକ୍ତ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଛି। ପ୍ରଶାସନ ତରଫରୁ ରାଜପଥ ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି କ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା କେତେକ ବ୍ୟବସାୟୀଙ୍କ ଦୋକାନକୁ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି। ଏହାବ୍ୟତୀତ ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍କୁଲର ପୁରୁଣା ପାଚେରିକୁ ରାଜପଥ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା ା ସ୍କୁଲ ପାଚେରି ନିର୍ମାଣ ଦାୟିତ୍ୱ ରାଜପଥ ବିଭାଗ ନେଇଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ପାଚେରି ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ। ମୁକୁଳା ପଡିଛି ସ୍କୁଲ। ଶ୍ରେଣୀ ଗୃହରୁ ରାଜପଥ ସିଧାସଳଖ ଦେଖାଯାଉଥିଲା। ଏହି ଅବସ୍ଥାରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପାଠପଢା ସମୟରେ ଲୋକେ ସ୍କୁଲ ପରିସରକୁ ଯାଇ ପରିଶ୍ରା କରିବାକୁ ପଛାଉ ନ ଥିଲେ। ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅସ୍ଥାୟୀ ପାଚେରି ନିର୍ମାଣ କରିଛନ୍ତି ସ୍କୁଲ କତୃପକ୍ଷ। ଅପରପକ୍ଷେ ତୃତୀୟ ପର୍ଯ୍ୟାୟରେ ଉକ୍ତ ବାଳିକା ଉଚ୍ଚ ବିଦ୍ୟାଳୟକୁ ୫ଟିରେ ଅନ୍ତଭୁର୍କ୍ତ କରି ସ୍କୁଲ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରି ସାରିଲେଣି। ହେଲେ ରାଜପଥ ବିଭାଗ ଅବହେଳାରୁ ପାଚେରି ନିର୍ମାଣ ହୋଇପାରିନାହିଁ। ୫ଟି ସ୍କୁଲ ହୋଇଥିବାରୁ ସ୍କୁଲ ପାଚେରି କାନ୍ଥରେ ବିଭିନ୍ନ ସଚେତନତା ଧର୍ମୀ ଲେଖା ଓ ଚିତ୍ର କରାଯିବ। ସେଥିପାଇଁ ଟେଣ୍ଡର ହେବା ପରେ ରାଜପଥ ପାର୍ଶ୍ୱ ଡ୍ରେନ ସଂଲଗ୍ନରୁ ନିଅଁ ଖୋଲିବାକୁ ଜିଲାପଳ ନିର୍ଦ୍ଦେଶ କରିଥିଲେ। ଠିକାଦାର ଏବଂ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ନିଅଁ ଖୋଲାଯାଇଥିଲା। ସେତେବେଳେ ଜିଲାପାଳଙ୍କ ନିର୍ଦ୍ଦେଶକୁ ନ ମାନି ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇ ଡ୍ରେନ ଠାରୁ ୭ ଫୁଟ ଛାଡି ନିଅଁ ଖୋଲାଯାଇଥିଲା। ଏହା ଜିଲାପାଳ ଚଞ୍ଚଳ ରାଣା ଜାଣି ଅସନ୍ତୋଷ ବ୍ୟକ୍ତ କରିଥିଲେ। ମେ ୨୧ରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ସଂଘମିତ୍ରା କାଲୋଙ୍କ ଉପସ୍ଥିତିରେ ପୁଣି ସେଠାରେ ଡ୍ରେନକୁ ସଂଲଗ୍ନ କରି ଠିକାଦାର ଜେସିବି ଲଗାଇ ନିଅଁ ଖୋଲିଥିଲେ। ସେତେବେଳେ ସଂଘବଦ୍ଧ ଭାବେ ବ୍ୟବସାୟୀ ସେଠାକୁ ଯାଇ ବାରଣ କରି ୨ ଦିନ ମହଲତ ଦେବାକୁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ବ୍ୟବସାୟୀ ଜିଦରେ ଅଟଳ ରହିବାରୁ ସ୍ଥାନୀୟ ବିଡିଓଙ୍କ ପାଖକୁ ଯିବାକୁ ତହସିଲଦାର ବ୍ୟବସାୟୀଙ୍କୁ କହିଥିଲେ। ବିଡିଓ ଆକାଶ ରଞ୍ଜନ ସାହୁ, ତହସିଲଦାର କାଲୋ ଓ ବ୍ୟବସାୟୀମାନେ ବିଡିଓଙ୍କ ଅଫିସରେ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ସେଠାରେ ଦୋକାନ ପାଇଁ ଜାଗା ଦେବାକୁ ରୋକଠୋକ ମନା କରି ଦେଇଥିଲେ ଅଧିକାରୀ। ସେତେବେଳେ ଅଧିକାରୀଙ୍କ ସହ ବ୍ୟବସାୟୀ ଯୁକ୍ତି ତର୍କ କରିଥିଲେ। ଆଲୋଚାନ ବିଫଳ ହୋଇଥିଲା। ପୁଣି ବ୍ୟବସାୟୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଆସି କାମ ବନ୍ଦ କରିଦେଇଥିଲେ। ସେହି ସନ୍ଧ୍ୟାରେ ଜିଲାର ଜଣେ ବରିଷ୍ଠ ରାଜନେତାଙ୍କ ପାଖକୁ ଯାଇ ଫେରାଦ ହୋଇଥିଲେ। ଏହାପରେ ପ୍ରଶାସନ ପଛଘୁଞ୍ଚା ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଏହାପରେ ଏହି ବେନାମି ଚିଠି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେବା ସହ ଲୋଇସିଂହାର କେତେକ ବ୍ୟକ୍ତିଙ୍କୁ ପଠାଯାଇଛି। ଜିଲାପାଳ ଏବଂ ସଂପୃକ୍ତ ରାଜନେତା ବଲାଙ୍ଗୀର ସହରରେ ଜବରଦଖଲ ଉଚ୍ଛେଦ କାମକୁ ତ୍ୱରାନ୍ବିତ କରିଥିଲେ। ସେତେବେଳେ ରାଜନୈତିକ ହଟଚମଟ ହୋଇଥିଲା। ହେଲେ ଲୋଇସିଂହା କ୍ଷେତ୍ରରେ କାହିଁି ବ୍ୟତିକ୍ରମ କହି ଉକ୍ତ ଚିଠିରେ ଜିଲାପାଳଙ୍କୁ କଟାକକ୍ଷ କରାଯାଇଛି। ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ଯଦି ପୁଣି ଦୋାକନ ଗୃହ ହେବ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?