ପୁରୁଷ ୱାର୍ଡରେ ତାଲା, ବାରଣ୍ଡାରେ ରୋଗୀ

ଆନନ୍ଦପୁର,୩୧ା୩(ଉମେଶ ଚନ୍ଦ୍ର ପାଢ଼ୀ)କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପୁରୁଷ ୱାର୍ଡ ବନ୍ଦ ରହିଛି। ଓ୍ବାର୍ଡ ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀ ଆହତ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବନ୍ଦ କରିଥିବା ବେଳେ ରୋଗୀ ବାରଣ୍ଡରେ ଚିକିତ୍ସିତ ହେଉଥିବା ଦେଖାଯାଇଛି। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଡାକ୍ତରଖାନାର ରୂପାନ୍ତରୀକରଣ କରାଯାଇଥିଲା। ମାତ୍ର କିଛିଦିନ ଭିତରେ ଛାତରୁ ପ୍ଲାଷ୍ଟର ଖସିବା ପରେ ନିର୍ମାଣ କାର୍ଯ୍ୟର ମାନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ସୂଚନା ମୁତାବକ, ଗତ ୨୫ ତାରିଖରେ ହାଟଡ଼ିହୀ ବ୍ଲକ୍‌ ଢେଙ୍କା ପଞ୍ଚାୟତ ବାରିଗାଁର ନାରାୟଣ ନାହାକଙ୍କ ପୁଅ ରାଜେଶ ନାହାକ(୨୦) ଉପଖଣ୍ଡ ଡାକ୍ତରଖାନାର ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ରକ୍ତ ଦିଆଯାଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ତାଙ୍କ ମୁଣ୍ଡରେ ପଡ଼ି ଆହତ ହୋଇଥିଲେ। ତାଙ୍କୁ ଅନ୍ୟ ୱାର୍ଡକୁ ନେଇ ଚିକିତ୍ସା କରାଯାଇଥିଲା। ପରେ ଉକ୍ତ ୱାର୍ଡକୁ ଖାଲି କରାଯାଇ ୱାର୍ଡ ବାହାର ବାରଣ୍ଡାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏଠାରେ ଫ୍ୟାନ୍‌ ନ ଥିବାରୁ ଗରମରେ ରୋଗୀମାନେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଛାତରୁ ପ୍ଲାଷ୍ଟର ଖସିବା ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ପ୍ଲାଷ୍ଟର ଖସି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆହତ ହେବା ନଜିର ରହିଛି। ଗତ ଅଗଷ୍ଟ ୨୮ରେ ଡ୍ରେସିଂ ରୁମ୍‌ରୁ ପ୍ଲାଷ୍ଟର ଓ ସିଲିଂ ଖସିଥିଲା। ଏହି ସମୟରେ କର୍ମଚାରୀ ଅନୁପସ୍ଥିତ ଥିବାରୁ କେହି ଅଳ୍ପକେ ବର୍ତ୍ତିଯାଇଥିଲେ। ଡିଏମ୍‌ଏଫ୍‌ରୁ ଚଳିତବର୍ଷ ‘ଆମ ହସ୍ପିଟାଲ’ ଯୋଜନାରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ଡାକ୍ତରଖାନାର ରୂପାନ୍ତରୀକରଣ କରାଯାଇଥିଲା। ଉଦ୍‌ଘାଟନକୁ ମାସେ ନ ପୂରୁଣୁ ଛାତରୁ ପ୍ଲାଷ୍ଟର ଖସିଲାଣି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଇଛି। ଏ ନେଇ ପ୍ରେସ୍‌ ଫୋରମ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟାକୁ ନେଇ ଜିଲାପାଳ ଓ କେନ୍ଦୁଝର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରଯାଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। କେନ୍ଦୁଝର ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଉପଖଣ୍ଡ ଡାକ୍ତରଖାନା ଅଧିକାରୀ ଧନେଶ୍ୱର ସେଠୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

ଆଦେଶ ସତ୍ତ୍ୱେ କୋର୍ଟରେ ହେଉ ନ ଥିଲେ ହାଜର, ୱାରେଣ୍ଟିଙ୍କୁ ଗିରଫ କଲା…

ଦିଗପହଣ୍ଡି, ୯|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟିଙ୍କୁ ଗୁରୁବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri