ଗୋଷ୍ଠୀ ପାଇଖାନାରେ ତାଲା

କେନ୍ଦୁଝର,୩ା୪(ସ୍ବ.ପ୍ର.): ସୁସ୍ଥ ପରିବେଶ ଓ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ବଚ୍ଛଭାରତ ମିଶନ ଅଭିଯାନରେ ଗୋଷ୍ଠୀ ପାଇଖାନା ନିର୍ମାଣ କରାଯାଇଛି। ଲୋକେ ବାହାରକୁ ଶୌଚ ହେବାକୁ ନ ଯାଇ ଏହି ପାଇଖାନାରେ ଶୌଚ ହେବେ। ଏଥିପାଇଁ ସ୍ବତନ୍ତ୍ର ବୋରଓ୍ବେଲ ଖନନ କରାଯାଇଛି। ପରିଚାଳନା ଦାୟିତ୍ୱ ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦିଆଯାଇଛି। ଏନେଇ ସେମାନଙ୍କୁ ମାସକୁ ୩ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ସେମାନଙ୍କ କାମକୁ ତଦାରଖ ନିମନ୍ତେ ସ୍ବଚ୍ଛସାଥୀ ନିଯୁକ୍ତି ପାଇଛନ୍ତି। ପାଇଖାନା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କାନ୍ଥରେ ଚିତ୍ରିତ କରାଯାଇଛି। ତେବେ ଏହାର ଠିକ୍‌ ତଦାରଖ ଅଭାବରୁ କେନ୍ଦୁଝର ପୌରପାଳିକାର ପ୍ରାୟ ସମସ୍ତ ଗୋଷ୍ଠୀ ପାଇଖାନାରେ ତାଲା ଝୁଲୁଥିବା ବେଳେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ରୋଗବ୍ୟାଧି ବ୍ୟାପୁଥିବାରୁ ସରକାରଙ୍କ ଯୋଜନା କେତେ ସଫଳ ହୋଇଛି ପୌରପାଳିକାର ପୁରୁଣା ସହର ୧ନଂ. ଓ୍ବାର୍ଡର ଗୋଷ୍ଠୀଗତ ପାଇଖାନା ଅବସ୍ଥା ଦେଖିଲେ ଜଣାପଡ଼ିବ।
ଓ୍ବାର୍ଡରେ ସମୁଦାୟ ୬ଟି ଗୋଷ୍ଠୀ ପାଇଖାନା ରହିଛି। ଗୁଣ୍ଡିଚାସାହି, ହାଟପଦା, ପୋଡ଼ା ଉଆସରେ ଗୋଟିଏ ଲେଖାଏଁ ପାଇଖାନା ଥିବା ବେଳେ ସୁଲୋଖମାରରେ ତିନୋଟି ପାଇଖାନା ନିର୍ମାଣ ହୋଇଛି। ତେବେ ସେସବୁ ପାଇଖାନା ଠିକ୍‌ ଭାବରେ ସଫେଇ ହେଉନାହିଁ କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ କାମରେ ଲାଗୁନାହିଁ। କେଉଁଠି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ ହୋଇଥିବାରୁ ପାଣି ଆସୁ ନାହିଁ ତ କେଉଁଠି ସଫେଇ ହେଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ କାରଣରୁ ଲୋକେ ବ୍ୟବହାର କରୁନାହାନ୍ତି। ଶୌଚାଳୟରେ କବାଟ ଭାଙ୍ଗିଯାଇଛି। ବାଲ୍‌ଟି, ମଗ, ଲାଇନ କି ପାଣି ନାହିଁ। ଫଳରେ ସମସ୍ତେ ବାଧ୍ୟ ହୋଇ ଆଗଭଳି ବାହାରକୁ ଶୌଚ ହେବାକୁ ଯାଉଛନ୍ତି। ସୁଲେଇଖମାର ସାହିରେ ତିନୋଟି ଯାକ ପାଇଖାନା କାମରେ ଲାଗୁନାହିଁ ବୋଲି ମା’ ହେଙ୍ଗୁଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ସୁକୁମାରୀ ନାଏକ, ରଜନୀ ନାଏକଙ୍କ ସମେତ ଅନ୍ୟମାନେ କହିଛନ୍ତି। ଆମ ବ୍ୟାଙ୍କ ଖାତାକୁ ପଇସା ଆସୁଛି। ସ୍ବଚ୍ଛସାଥୀ ସଫେଇ ଓ ରକ୍ଷଣାବେକ୍ଷଣ କରିବା ପାଇଁ ଉଠାଇ ନେଉଛନ୍ତି। କିନ୍ତୁ ସେସବୁ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ପୌରପାଳିକାକୁ ଅଭିଯୋଗ କରିଥିଲେ ହେଁ ପଦକ୍ଷେପ ନିଆଯାଉନାହିଁ। ଏଣୁ ସ୍ବଚ୍ଛସାଥୀଙ୍କୁ ବଦଳାଇବାକୁ ଦାବି କରିଛନ୍ତି। ସେହିପରି ପୋଡ଼ାଉଆସ ସାହିର ଗୁରା ନାଏକ କହିଛନ୍ତି, ପାଇଖାନା ସଫେଇ ଠିକ ଭାବରେ ହେଉନାହିଁ। ଏଣୁ ମଇଳା ଜମା ହୋଇରହିଛି। ସଫେଇ ପାଇଁ ଆସୁଥିବା ଅର୍ଥକୁ ସ୍ବଚ୍ଛସାଥୀ ନେଇ ଖର୍ଚ୍ଚ କରୁଛନ୍ତି। ଫଳରେ ଶୌଚାଳୟରେ ତାଲା ଝୁଲୁଛି। ଲୋକମାନେ ବାହାରକୁ ଶୌଚ ହେବାକୁ ଯାଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ମହିଳା ଓ ସ୍ଥାନୀୟ ବାସିନ୍ଦା କହିଛନ୍ତି। ସହରାଞ୍ଚଳ ବିକାଶ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘଷିନାଥ ମାଝି କହିଛନ୍ତି, ଉକ୍ତ ଟଙ୍କା ଏସ୍‌ଏଚଜି ଗୋଷ୍ଠୀଙ୍କୁ ଦିଆଯାଉଛି। ସେମାନେ ଉକ୍ତ ଟଙ୍କାରେ ସଫେଇ କାମ କରିବା କଥା। ତେବେ କାହିଁକି ସ୍ବଚ୍ଛସାଥୀଙ୍କୁ ଦେଉଛନ୍ତି। କ’ଣ ପାଇଁ ଗୋଷ୍ଠୀଗତ ପାଇଖାନାଗୁଡ଼ିକ କାର୍ଯ୍ୟକ୍ଷମ ହେଉନାହିଁ ସେ ନେଇ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri