୩ ରଥ ଛେରା ପହଁରା କରିବେ ସ୍ଥାନୀୟ ଆଦିବାସୀ

କୋରାପୁଟ,୧।୬(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ୫୧ତମ ରଥଯାତ୍ରା ପାଳନ ନେଇ ବୁଧବାର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସଂପାଦକ ଡଃ ଜଗବନ୍ଧୁ ସାମଲ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ମ୍ୟୁନିସପାଲଟି ଅଧ୍ୟ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଉପଜିଲାପାଳ ବେଣୁଧର ଶବର, ଡିଆଇପିଆର୍‌ଓ ସ୍ବରାଜ୍ୟ ଶିଶା, ଜିଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ, ଏସଡିପିଓ ମନୋଜ କୁମାର ପୁଜାରୀ, କୋରାପୁଟ ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିା ସମସ୍ତ ସଦସ୍ୟ ଖବରଦାତା ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମା ସୁଭଦ୍ରାଙ୍କ ରଥ କେବଳ ଝିଅ ଓ ମହିଳାମାନେ ଟାଣିବେ ବୋଲି ବୈଠକରେ ନିଷ୍ପତି ହୋଇଛି। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ରଙ୍ଗବାଲି କୁମ୍ଭା ଗ୍ରାମର ଦାସୀ ନାୟକ ଛେରାପହଁରା କରିବେ। ସୁଭଦ୍ରା ଓ ବଳଭଦ୍ରଙ୍କ ରଥ ମଧ୍ୟ ସ୍ଥାନୀୟ ଅଦିବାସୀମାନେ ଛେରାପହଁରା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପୁର୍ବରୁ ପ୍ରଚଳିତ ସମସ୍ତ ପାରମ୍ପରିକ ପୁଜା ପଦ୍ଧତି ଅନୁଯାୟୀ ଆସନ୍ତା ୪ ତାରିଖରେ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୁର୍ଣ୍ଣିମା, ଜୁନ ୧୯ରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଓ ଜୁନ ୨୦ରେ ରଥଯାତ୍ରା ହେବ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଅତିରିକ୍ତ ଜିଲାପାଳ କହିଛନ୍ତି। ସେହିପରି ରଥଯାତ୍ରା ସମୟରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମହାପ୍ରସାଦ ମାନ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଜୟପୁର ବିଧାୟକ ବାହିନିପତି ପ୍ରକାଶ କରିଥିଲେ ା ଥଯାତ୍ରା ସମୟରେ ବଡଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ପରିମଳ, ସ୍ବଚ୍ଛତା ଅବଲମ୍ବନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

ରସୁଲପୁର,୪ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ଦର୍ଶନ ସରକାରୀ ୫-ଟି ରୂପାନ୍ତରିତକରଣ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ...

ବିବାହ ଦୁଇଦିନ ପୂର୍ବରୁ ଯୁବତୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୬: ଜଣେ ଉଚ୍ଚଶିକ୍ଷିତା ଯୁବତୀ ବିବାହ ଦୁଇ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଲୋନୀ ମହାପାତ୍ର (୨୬)। ଛତିଶଗଡ଼ ଜାମୁନିପଲି ଥାନା...

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମେଳି

ସଜନାଗଡ଼, ୧୫।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଡ଼ିଆରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଶହ ଚାଷୀଙ୍କୁ ନେଇ ଏକ...

ଆଜି ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ...

ଭାରତ ସ୍ବାଧୀନତାରେ ବାଲେଶ୍ୱରର ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ ୧୫।୮: ବାଲେଶ୍ୱର ଜିଲା ପୋଲିସ ରିଜର୍ଭ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ...

ଋଷିକୁଲ୍ୟା କଂସାରି ଗଣ୍ଡରେ ନିର୍ମାଣ ହେବ ବ୍ୟାରେଜ

ଛତ୍ରପୁର, ୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀରେ କଂସାରି ଗଣ୍ଡ ଜଳ ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ୧୫୨ କୋଟି ୧୦ଲକ୍ଷ ବ୍ୟୟରେ...

ମୁଖ୍ୟ ବନ ସଂରକ୍ଷକଙ୍କ ଡାଳିଯୋଡା ଗସ୍ତ

ଛତିଆ,୧ା୬(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ବନ ସଂରକ୍ଷକ ସଞ୍ଜୀବ କୁମାର ତ୍ରିପାଠୀ ଶୁକ୍ରବାର ଡାଳିଯୋଡା ବନାଞ୍ଚଳର ଚଣ୍ଡିଖୋଲ ସେକ୍ସନ୍‌ ଗସ୍ତରେ ଆସିଥିଲେ। ମହାବିନାୟକ...

ବାସହରା ବନ୍ୟଜନ୍ତୁ ଜନବସତିମୁହାଁ

କେନ୍ଦୁଝର,୫।୩ (ସ୍ବ.ପ୍ର.): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା କେନ୍ଦୁଝରର ବଣପାହାଡ଼ ଏବେ ଗଛଶୂନ୍ୟ ହୋଇପଡିଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପଦା ହେବାକୁ ବସିଥିବାରୁ...

Advertisement
Archives

Model This Week