ଗାଁ ଗାଁ ରେ ବିକ୍ରି ହେଉଛି ଦେଶୀ ବିଦେଶୀ ମଦ, ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ସବୁଠି ମିଳୁଛି ଦେଶୀ ବିଦେଶୀ ମଦ। ପାନ ଦୋକାନ,ତେଜରାତି ଦୋକାନଠୁ ଆରମ୍ଭ କରି ପ୍ରତି ଗ୍ରାମର ଛକ ଓ ଜନଗହଳି ସ୍ଥାନମାନଙ୍କରେ ମଦ ଚୋରାରେ ମିଳୁଛି । ଫଳରେ ସବୁ ଗାଁରେ ଏବେ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗୁଛି। ମଦ ପିଇ ଅନେକ ସମୟରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ଅବକାରୀ ବିଭାଗ ହାତ ବାନ୍ଧି ବସିରହିଛି। ସୂଚନାଦେଲେ ମଧ୍ୟ ଅବକାରି ବିଭଗ ମଦ ଜବତ କରୁନାହିଁ କି ମଦ ବେପାରୀଙ୍କୁ ଗିରଫ କରୁନାହିଁ । ବୀରମହାରାଜପୁର ଅଞ୍ଚଳର ଲୁତୁରପଙ୍କ,ପିତାମହୁଲ ଓ ସଦର ବୀରମହାରାଜପୁରରେ ଲାଇସେନ୍ସପ୍ରାପ୍ତ ଦେଶୀ ମହୁଲି ମଦ ଭାଟି ରହିଛି। ଏଠାରେ ଦେଶୀ ମଦ ପ୍ରସ୍ତୁତି ହୋଇ ବିକ୍ରି ହୋଇଥାଏ। ଏହା ସହିତ ସଦର ବୀରମହାରାଜପୁର ଓ ସୁବଳୟା(ଟିକିରାପଡା)ରେ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ମାତ୍ର ଏଠାରେ ବିଦେଶୀ ମଦ କୌଣସି ବ୍ୟକ୍ତି ମଦ ପିଇ ପାରିବେ ନାହିଁ ବୋଲି ନିୟମ ରହିଛି। ମାତ୍ର ଏହି ନିୟମର ଖୁଲାମ ଖୁଲା ଉଲଂଘନ ହେଉଛି। ମଦ୍ୟପମାନେ ଏଠାରେ ରାସ୍ତା ଉପରେ ବେଧଡକ ମଦ ପିଉଛନ୍ତି। ମଦ୍ୟପଙ୍କୁ ନା ରହିଛି ଅବକାରୀ ବିଭାଗୀୟ ଅଧିକାରୀଙ୍କ ଡର ନା ରହିଛି ପୋଲିସ ର ଭୟ। ସରକାରୀ ଲାଇସେନ୍ସପ୍ରାପ୍ତ ମହୁଲି ମଦ ଭାଟି ଓ ବିଦେଶୀ ମଦ ଦୋକାନ ବ୍ୟତୀତ ବୀରମହାରାଜପୁର ଅଞ୍ଚଳର ପ୍ରାୟ ଅଧିକାଂଶ ଗ୍ରାମରେ ଦେଶୀ ବିଦେଶୀ ମଦ ବ୍ୟାପକ ଭାବେ ବିକ୍ରି ହେଉଛି। ଅବକାରୀ ବିଭାଗ ସବୁ ଜାଣି ମଧ୍ୟ ଚୁପ ରହୁଛି।

ମଦ ପିଇ ମଦ୍ୟପମାନେ ଅରାଜକତା ସୃଷ୍ଟି କରୁଛନ୍ତି। ରାସ୍ତାଘାଟରେ ମହିଳାମାନେ ଏକୁଟିଆ ଯିବାକୁ ଭୟ କରୁଛନ୍ତି। ଏପରିକି ସ୍କୁଲ ଓ କଲେଜ ଛାତ୍ରୀମାନେ ରାସ୍ତାରେ ଯିବାକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଅନେକ ସ୍ଥାନରେ ମହୁଲି ମଦ ପ୍ରସ୍ରୁତ କରି ବାହାରକୁ ବିକ୍ରି ପାଇଁ ପଠାଯାଉଛି। ସେହି ମଦକୁ ଅଧିକ ନିଶା ପାଇଁ ସେଥିରେ ୟୁରିଆ ସାର ଓ ସୁଲେସନ ଭଳି ବିଶାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଉଛି। ଅନେକ ସ୍ଥାନରେ ବିଦେଶୀ ମଦ ମଧ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ସେଥିରେ ସ୍ପିରିଟର ବହୁଳ ବ୍ୟବହାର କରାଯାଉଛି। ଫଳରେ ଲୋକେ ଏଭଳିଆ ନକଲି ମଦ ପିଇ ଅନେକ ସମୟରେ ମୃତ୍ୟୁବରଣ କରିବା ସହିତ ଅନେକ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବୀରମହାରାଜପୁର ଅଞ୍ଚଳର ସୁବଳୟା,ଟିକିରାପଡା,ଦୁରଦୁରା,ଡୁଲେଶ୍ବର,ସରେଗେଡା,ସଂଗ୍ରାମପୁର,ଆମ୍ବସରଭଟା,କମିରା,ଖଣ୍ଡହତା,ବଡକିରାସିରା, ଚୁବୁକାଦାଦର,ବଡବର୍ଡାକଟା,ପୁଇପାନ,ହାତିଲିମୁଣ୍ଡା,ଭାଲୁଡୁଙ୍ଗୁରୀ,ଲୁତୁରପଙ୍କ ଗୋହିରା ଛକ,କେନଝିରିଆପାଲି,ବଳିପାଲି,ସାଗଯୋରୀ,ଠେଙ୍ଗୋଡ୍ୟାମ,କୁଞ୍ଜାପାଲି,ବହଳପଦର,ଉଫୁଲା,ଚମ୍ପାପୁର,ବଡଖମାର,ଜଟେସିଂହା,କୁଡାପଡା, ବଙ୍କିଆ ଆଦି ଗ୍ରାମରେ ବ୍ୟାପକ ଭାବେ ବେଧଡକ ଦେଶି ବିଦେଶୀ ମଦ ବିକ୍ରି ହେଉଛି।

ଅବକାରୀ ବିଭାଗ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ ବୀରମହାରାଜପୁରଠାରେ ଥିବା ଅବକାରୀ ବିଭାଗର କାର୍ଯ୍ୟାଳୟ ପ୍ରାୟତଃ ସବୁବେଳେ ତାଲା ପଡିଛି। ଲୋକେ ଅଭିଯୋଗ କରିବାକୁ ଗଲେ ହତାସ ହୋଇ ଫେରୁଛନ୍ତି। ଅନ୍ୟପଟେ ଖଣ୍ଡହତା ସ୍ଥିତ ସ୍ବେଚ୍ଛାସେବୀ ସଂଗଠନ ସିୟା ର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ପ୍ରତି ଗ୍ରାମରେ ତୁରନ୍ତ ମଦ ବିକ୍ରି ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଯଦି ଅଞ୍ଚଳରେ ମଦ ବିକ୍ରି ବନ୍ଦ ନ ହୁଏ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲ ଜିଲାରେ ଆବଶ୍ୟକୀୟ ଅବକାରୀ କର୍ମଚାରୀ ନାହାନ୍ତି ବୋଲି କହିବା ସହିତ ତଥାପି ଆମେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରୁଛୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?