୩ ଲକ୍ଷ ଟଙ୍କାର ମଦ ଜବତ: ବନ୍ଧା ହେଲେ ୫ ଅଭିଯୁକ୍ତ

ଭଦ୍ରକ ଅଫିସ,୫।୬: ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ, ସାବରଙ୍ଗ ଓ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ଅର୍ଣ୍ଣପାଳଛକ, କେଶପୁର, ହାତୀସାହି, ବାଙ୍କାବଜାର ଓ ପଠାଣମହଲା ଗ୍ରାମ ଅଞ୍ଚଳରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୬୧.୨୦୦ ଲିଟର ବିଦେଶୀ ମଦ, ୬୫ ଲିଟର ଆସ୍କା ଫର୍ଟି ମଦ ଏବଂ ଗୋଟିଏ ଯାତ୍ରୀବାହି ଅଟୋ (ଓଡି-୨୨ଜି-୪୭୯୮) ଜବତ କରିଛନ୍ତି।

ଏପରକି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତମାନେ ହେଲେ ଅର୍ଣ୍ଣପାଳ ଗ୍ରାମର ସହଦେ ପୃଷ୍ଟି, କେଶପୁର ଗ୍ରାମର ରାଖାଲ ବେହେରା, ହାତୀସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ, ବାଙ୍କାବଜାର ଗ୍ରାମର ମହେଶ୍ୱର ବେହେରା ଓ ପଠାଣମହଲା ଗ୍ରାମର ମୁରଲୀଧର ବେହେରା l ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଚଢାଉରେ ସହକାରୀ ଉପ-ନିରୀକ୍ଷକ ପ୍ରହ୍ଲାଦ ସାମଲ, ରମେଶ ନାୟକ, କନଷ୍ଟେବଳ ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ରାମଚନ୍ଦ୍ର ନାୟକ, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାସ ପ୍ରମୁଖ ସାମିଲ ଥିଲେ। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୫ଟି ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ଥମିନି, ଆଶ୍ରୟ ପାଇଁ ଜାଗା ନାହିଁ: ଲୋକେ ହଟହଟା

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ତାପମାତ୍ରା ଥମିବାର ନଁା ନେଉ ନାହିଁ। ବରଗଡ଼ ଜିଲାରେ ଦିନକୁଦିନ ତାପମାତ୍ରା ବଢ଼ି ଚାଲିଛି। ତାତି ସାଙ୍ଗକୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଆହୁରି…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ବଢୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା,୨୩ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ଅଛି। ମହାନଦୀ, ବାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଶୁଖିଲା ପଡ଼ିଛିି। ଜନଜୀବନ…

୩ ଗାଁରେ ପାଣି ସଙ୍କଟ: ଟ୍ରାଏଲ ସରିଛି, କାର୍ଯ୍ୟକ୍ଷମ ହେଉନି ପାନୀୟ ପ୍ରକଳ୍ପ

ଲୋଇସିଂହା,୨୩।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଛି। ଏପରି କି ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଟ୍ରାଏଲ ମଧ୍ୟ କରାଯାଇଛି। ଏହାସତ୍ତ୍ୱେ ବଲାଙ୍ଗୀର…

ଆଉ ସିଗାରେଟ୍‌ କିଣିପାରିବେନି ଯୁବପିଢି: ସରକାର ନେଲେ ବଡ଼ ନିଷ୍ପତ୍ତି

ଲଣ୍ଡନ,୨୩ା୪:ବ୍ରିଟେନ୍‌ରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ସିଗାରେଟ୍‌ କିଣା ନିଷିଦ୍ଧ କରିବା ଲାଗି ପାର୍ଲାମେଣ୍ଟରେ ଏକ ବିଲ୍‌ ଗୃହୀତ ହୋଇଛି। ଟବାକୋ ଆଣ୍ଡ ଭେପ୍‌ସ ବିଲ୍‌ ଅନୁଯାୟୀ, ୨୦୦୮…

କାର୍‌ରେ ଆସି ବରଯାତ୍ରୀ ଗାଡ଼ି ଉପରକୁ କଲେ ଗୁଳିମାଡ଼, ଆଉ ତା’ ପରେ…

ବୌଦ୍ଧ,୨୩।୪(ଅଜିତ କୁମାର ବାରିକ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ): ବୌଦ୍ଧ ଜିଲା ଆମ୍ବଝରି ପଞ୍ଚାୟତ ବଏଲବେଡ଼ା ଗ୍ରାମରୁ ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗ୍ରାମକୁ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri