Posted inଖେଳ

ଲିଲିମାଙ୍କ ଅବସର

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ହକିର ଅନ୍ୟତମ ଦକ୍ଷ ମିଡ୍‌ଫିଲ୍ଡର ଓଡ଼ିଶାର ଲିଲିମା ମିଞ୍ଜ ଗୁରୁବାର ଅବସର ଘୋଷଣା କରିଛନ୍ତି। କ୍ୟାରିୟରରେ ୧୫୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଲିଲିମା ୧୪ଟି ଗୋଲ ସ୍କୋର କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୨୦୧୭ରେ ଜାପାନର ଗିଫୁଠାରେ ଅନୁଷ୍ଠିତ ଏସିଆ କପ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଏହା ବ୍ୟତୀତ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ଏବଂ ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳ ପକ୍ଷରୁ ସେ ପ୍ରତିନିଧିତ୍ୱ କରିଥିଲେ। ୧୯୯୪ ଏପ୍ରିଲ ୧୦ରେ ସୁନ୍ଦରଗଡ଼ ଜିଲା ବିହାବନ୍ଧ-ତାନାତୋଲିଠାରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ଏହି ଅଲିମ୍ପିଆନ ହକି ତାରକା। ତାଙ୍କ ମା’ଙ୍କ ନାମ ସିଲଭିଆ ମିଞ୍ଜ ଓ ବାପା ଆଞ୍ଜଲୁସ ମିଞ୍ଜ। ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଟ୍ରେନିଂ ନେଇ ସେ କ୍ୟାରିୟର ଆଗକୁ ବଢ଼ାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ଗୁଜରାଟ

ମୁମ୍ବାଇ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ...

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ...

ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ

ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି...

ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର...

ଟି-୨୦ରେ ଗେଲ୍‌-କୋହଲିଙ୍କଠାରୁ ଆହୁରି ବିପଜ୍ଜନକ ଏହି ବ୍ୟାଟ୍ସମ୍ୟାନ୍‌

ଲଣ୍ଡନ,୨୨।୭: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି -୨୦ କ୍ରିକେଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଭାବରେ ଉଭା ହୋଇଛନ୍ତି। ସେ ଇଂଲଣ୍ଡ...

ପ୍ରଥମ ଓଭର୍‌ରେ ହ୍ୟାଟ୍ରିକ୍‌ ନେଇ ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଧରାଶାୟୀ କରିଥିଲେ ଏହି ବୋଲର୍‌

ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଆଜି ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଗୁଜରାଟରେ ଜନ୍ମିତ ଏହି କ୍ରିକେଟର ଭାରତ ପାଇଁ ଅନେକ ସ୍ମରଣୀୟ...

ବେଙ୍ଗାଲୁରୁ ୟୁନାଇଟେଡ୍‌କୁ ହରାଇଲା ଭବାନୀପୁର ଏଫ୍‌ସି

କୋଲକାତା, ୯ା୧୦ (ପି.ଟି.)-କରୋନା ଯୋଗୁ ଦେଶରେ ୭ ମାସ ହେବ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଥିଲା। ଗୁରୁବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ ପ୍ରତିଯୋଗିତା। ବିନା ଦର୍ଶକରେ...

ଟେଷ୍ଟ ସିରିଜ: ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୮।୧(ପି.ଟି.): ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର...

Advertisement
Archives

Model This Week