Posted inଜାତୀୟ

ଏନଡିଏ ଏମୋଇବା ଭଳି, ଏହାର କୌଣସି ଆକାର ନାହିଁ: ଭାଜପାକୁ ଉଦ୍ଧବଙ୍କ ଜବାବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନଡିଏକୁ ଏମୋଇବା ସହ ତୁଳନା କରି କହିଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର କୌଣସି ସ୍ଥିର ରୂପ ନାହିଁ। ବିରୋଧୀ ଦଳକୁ ଅହଂକାରୀ ଏବଂ “ଇଣ୍ଡିଆନ ମୁଜାହିଦ୍ଦିନ” ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରି ଉଦ୍ଧବ କହିଛନ୍ତି ଏନଡିଏକୁ ଅହଂକାରୀ ଏନଡିଏ କୁହାଯିବା ଉଚିତ। ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲିକୁ ସମ୍ବୋଧିତ କରି ସେ ତେଲେଙ୍ଗାନା ସିଏମ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ବିରୋଧୀ ଦଳ ’ଇଣ୍ଡିଆ’ କିମ୍ବା ଭାଜପା କାହା ସହ ଅଛନ୍ତି ବୋଲି ବୋଲି ପଚାରିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆରେ ଜାତୀୟତାବାଦୀ ଦଳ ଅନ୍ତର୍ଭୁକ୍ତ, ଯେଉଁମାନେ ଦେଶରେ ଗଣତନ୍ତ୍ରର ସୁରକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ଏନଡିଏରେ ଯୋଗଦେଉଥିବା ଅଧିକାଂଶ ଦଳରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଦଳ ଭାଙ୍ଗି ଭାଜପାରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବିଆରଏସ ବିଷୟରେ ଉଲ୍ଲେଖ କରି ଉଦ୍ଧବ କହିଛନ୍ତି ଯଦି ଆପଣ ଦେଶ ସହ ଅଛନ୍ତି, ତେବେ ବିରୋଧୀ ଦଳରେ ଯୋଗ ଦିଅନ୍ତୁ କିମ୍ବା ଭାଜପା ସହ ଖୋଲାଖୋଲି ଭାବେ ଥିବା ଘୋଷଣା କରନ୍ତୁ। ଏଭଳି ଭୋଟ ସୁରକ୍ଷିତ କରନ୍ତୁ। ବିଭାଜନ କରନ୍ତୁ ନାହିଁ।

ବିଆରଏସ ପ୍ରଥମେ ନିଜକୁ ଦେଖିବା ଉଚିତ, ଏହା ଭଲ ସ୍ଥିତିରେ ନାହିଁ। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ବିରୋଧରେ ନୁହେଁ ବରଂ ଦେଶ ପାଇଁ ଏକଜୁଟ ହୋଇଛନ୍ତି। ଭାଜପା ହେଉଛି “ଆୟା ରାମ ଗୟା ରାମ”। ଦଳକୁ କ୍ଷମତାକୁ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଭାଜପା କ୍ୟାଡରଙ୍କ ପ୍ରତି ମୁଁ ଦୟା ପ୍ରଦର୍ଶନ କରୁଛି। ଏହା କୁହାଯାଉଥିଲା ଏହା ଏକ ଡବଲ ଇଞ୍ଜିନ ସରକାର ଏବଂ ବର୍ତ୍ତମାନ ଅଜିତ ପାୱାରଙ୍କ ତୃତୀୟ ଇଞ୍ଜିନ ଯୋଡା ଯାଇଛି। ମୁଁ ଭାବୁଛି ଆଉ କେତେ ଇଞ୍ଜିନ ଯୋଡାଯିବ। ଏହା ଏକ ମାଲବାହୀ ଟ୍ରେନ ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?