Posted inଜାତୀୟ

କଂଗ୍ରେସ ଭଳି ଭାଜପା ମଧ୍ୟ ହେବ ଶେଷ: ଅଖିଳେଶ …

କୋଲକାତା,୧୯।୩ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ବିରୋଧୀ ଦଳ ଶାସକ ଭାରତୀୟ ଜନତା ଦଳକୁ କ୍ଷମତାରୁ ହଟାଇବା ପାଇଁ ଏକ ବଡ ରାଜନୈତିକ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପ୍ରୟାସରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି।

କୋଲକାତାରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ଅଖିଳେଶ କହିଛନ୍ତି ଯେ ବିରୋଧୀ ଦଳ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଯୋଗୁ ଭାରତୀୟ ଜନତା ପାର୍ଟି(ଭାଜପା) ଆଗାମୀ ଦିନରେ କଂଗ୍ରେସ ପରି ରାଜନୈତିକ ସ୍ତରରେ ସମାପ୍ତ ହେବ। ଜାତି ଜନଗଣନା ଉପରେ ଗୁରୁତ୍ୱ ଦେଇ ଅଖିଳେଶ କହିଛନ୍ତି ଯେ ଏହା ୨୦୨୪ ଲୋକସଭା ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହେବ।

ପୂର୍ବରୁ କଂଗ୍ରେସ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିଲା ଏବଂ ବର୍ତ୍ତମାନ ଭାଜପା ମଧ୍ୟ ତାହା କରୁଛି। କଂଗ୍ରେସ ବର୍ତ୍ତମାନ ଶେଷ ହୋଇଛି। ଭାଜପାର ମଧ୍ୟ ସମାନ ସ୍ଥିତି ହେବାକୁ ଯାଉଛି।

ୟୁପିଏ-୨ ଶାସନ ସମୟରେ ଜାତି ଭିତ୍ତିକ ଜନଗଣନା କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିବାବେଳେ ଦଳ ନିଜ ଲକ୍ଷ୍ୟରୁ ଦୂରେଇ ଯାଇଥିଲା। ଅଖିଳେଶ କହିଛନ୍ତି, ’ଆମେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାତିଗତ ଜନଗଣନା କରନ୍ତୁ ବୋଲି ଚାହୁଁଛୁ। ଅନେକ ନେତା ଏହା ଦାବି କରୁଛନ୍ତି। କିନ୍ତୁ କଂଗ୍ରେସ ପରି ଭାଜପା ମଧ୍ୟ ଏହା କରିବାକୁ ଆଗ୍ରହୀ ନୁହଁନ୍ତି।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିରୋଧୀ ଦଳର ସୂତ୍ର କ’ଣ ହେବ ବୋଲି ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି ଯେ ଏହା ପ୍ରକାଶ କରାଯିବ ନାହିଁ। ଆମେ ବିରୋଧୀ ଦଳର ସୂତ୍ର ପ୍ରକାଶ କରିବୁ ନାହିଁ । ଆମର ଲକ୍ଷ୍ୟ ହେଉଛି ଭାଜପାକୁ ପରାସ୍ତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

ଗାନ୍ଧିନଗର,୨୯।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗୁଜରାଟର ଭବନଗର ଜିଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲ୍ୟୁଏସ୍‌ ପାଇଁ ଆବାସ...

କିଏ ଅସଲି ଶିବସେନା, ଆମେ ୧୦ ଦିନ ପାଇଁ ଶୁଣାଣି ସ୍ଥଗିତ ରଖିଲୁ ତୁମେ ସରକାର ଗଠନ କରିଦେଲ, ସିଜେଆଇଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୩।୮ : ମହାରାଷ୍ଟ୍ରରେ ଶିବସେନା୍‌ ଉପରେ କାହାର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ପୁଣି ଥରେ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟ...

ରେଳବାଇ ଭାରତର ସମ୍ପତ୍ତି, ଏହାର ଘରୋଇକରଣ କେବେ ବି ହେବନାହିଁ: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଭାରତର ସମ୍ପତ୍ତି। ଏହାର ଘରୋଇକରଣ କେବେହେଲେ କରାଯିବ ନାହିଁ। ଯାତ୍ରୀମାନଙ୍କୁ ଭଲ...

କଠୁଆ ଗଣ ବଳାତ୍କାର ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇଛି। ଅଦାଲତ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା...

କୃଷି ଆଇନକୁ ବିରୋଧ କରି ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକମାନେ ଲଗାତାର ବିରୋଧ ପ୍ରଦର୍ଶନ କରିଛନ୍ତି । ଲଗାତାର ଅଷ୍ଟମ...

କରୋନା ଭାଇରସ: ସିଲ୍‌ ହେଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍‌ପିଏଫ୍‌ର ମୁଖ୍ୟାଳୟକୁ...

ଏହି ସହରରେ ଅମାନିଆଙ୍କୁ ୨ ଘଣ୍ଟା ଜେଲଦଣ୍ଡ: ଜିଲାପାଳଙ୍କ ନିର୍ଦ୍ଦେଶ ଜାରି…

ଇନ୍ଦୋର,୧୩।୪: କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାରୁ ମଧ୍ୟପ୍ରଦେଶର କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ କେତେକ ଅମାନିଆ ଆଇନର ଉଲ୍ଲଂଘନ କରୁଛନ୍ତି।...

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ...

Advertisement
Archives

Model This Week