କାମରେ ଆସୁନି ବଜ୍ରପାତ ନିରୋଧୀ ଯନ୍ତ୍ର

ମହାକାଳପଡ଼ା,୩ା୮ (ଡି.ଏନ.ଏ.): ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ପ୍ରାକୃତିକ ପରିବେଶ ବିଗିଡିଲାଣି। ଏହା ପ୍ରଭାବରେ ଭୂକମ୍ପ, ସୁନାମି, ବଜ୍ରପାତ, ଅନିୟମିତତା ବର୍ଷା, ବନ୍ୟା ଓ ସାମୁଦ୍ରିକ ଝଡ଼ ଆଦି ଦୁର୍ବିପାକ ବୃଦ୍ଧି ପାଇବାରେ ଲାଗିଛି। ଏହାର ନିରାକରଣ ପାଇଁ ବିଶ୍ୱର ପରିବେଶ ଓ ପାଣିପାଗ ବିଜ୍ଞାନୀମାନଙ୍କୁ ଚିନ୍ତା ଘାରିଲାଣି। ସେହିପରି ଏହି ପରିବେଶ ଉତ୍ତାପ ଯୋଗୁ ଆକାଶରେ ମେଘ ସହ ବଜ୍ରପାତ ଘଟୁଛି। ଫଳରେ ସ୍ଥଳଭାଗରେ ବିପୁଳ କ୍ଷତି ପହଞ୍ଚାଉଛି ବୋଲି ପରିବେଶବିତ୍‌ମାନେ କହୁଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୪୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଛାତ ଉପରେ ବଜ୍ରପାତ ନିରୋଧୀ ଯନ୍ତ୍ର ସ୍ଥାପନ କରାଯାଇଛି। ହେଲେ ସେ ସବୁ କାମରେ ଆସୁନାହିଁ। ଏ ସମ୍ପର୍କରେ ବଜ୍ରପାତ ନିରୋଧୀ ଯନ୍ତ୍ର ଲାଗିଥିବା ପ୍ରେମଚାନ୍ଦ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଶୀଲ ନାଥଶର୍ମାଙ୍କୁ ପଚାରିବାରେ ଓସଡମା ପକ୍ଷରୁ ୫ ବର୍ଷ ତଳେ ଏହି ଯନ୍ତ୍ର ସ୍ଥାପନ କରାଯାଇଥିଲା। ସେତେବେଳେ କର୍ତ୍ତୃପକ୍ଷ କହିଥିଲେ, ଏହି ଯନ୍ତ୍ର ଲାଗିବା ଦ୍ୱାରା ୫ଶହ ମିଟର ପର୍ଯ୍ୟନ୍ତ ବଜ୍ରପାତ ପଡିବ ନାହିଁ। ହେଲେ ଲାଗିବା ଦିନରୁ ଆଜି ପର୍ଯ୍ୟନ୍ତ ସେଭଳି କିଛି କାମ ଦେଉନି। ୨୦୨୧ରେ ବିଦ୍ୟାପୀଠ ନିକଟ ୩୦ ଫୁଟ ପାଖରେ ବଜ୍ରପାତରେ ସୁବଳ ମଣ୍ଡଳଙ୍କ ନଡ଼ିଆ ଗଛ ଓ ଘର ସମ୍ପୂର୍ଣ୍ଣ ରୂପେ ଜଳିଗଲା। ଏହି ସମୟରେ ପରିବାରର ଦୁଇଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ସେ କହିଛନ୍ତି। ଅପରପକ୍ଷେ ବଜ୍ରପାତ ନିରୋଧୀ ଯନ୍ତ୍ର ଲାଗିବା ଦିନରୁ ଏହାର ମରାମତି କି ଏହା କାମ କରୁଛି କି ନାହିଁ ତାହାର ତଦାରଖ କରାଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବଜ୍ରପାତରେ ବିଗତ ୧୦ବର୍ଷ ମଧ୍ୟରେ ବ୍ଲକ ଅଞ୍ଚଳରେ ୩୫ରୁ ଅଧିକ ଜୀବନ ଯାଇଛି। ଏହି ଉପକୂଳ ଅଞ୍ଚଳରେ ବଜ୍ରପାତଜନିତ ଘଟଣାରେ ୨୨ରୁ ଅଧିକ ଚାଷୀଙ୍କ ଜୀବନ ଚାଷ ଜମିରେ ଯାଇଛି ବୋଲି କୁହାଯାଇଛି। ସେହିପରି ଶିଳ୍ପ କାରଖାନାର ପ୍ରଦୂଷଣ, ମୋବାଇଲ୍‌ ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାରରୁ ବିକିରଣ ନିର୍ଗତ ଯୋଗୁ ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇ ବଜ୍ରପାତ ହେଉଛି ବୋଲି ପରିବେଶ ପ୍ରେମୀମାନେ ମତପ୍ରକାଶ କରିଛନ୍ତି। ବଜ୍ରପାତ ବିଶେଷକରି ବଡ଼ ବଡ଼ ତାଳ, ଖଜୁରି, ନଡ଼ିଆ ଆଦି ଗଛ ଉପରେ ପଡ଼ିବା ସହ କିଛିବର୍ଷ ମଧ୍ୟରେ ଘର ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିଛିବର୍ଷ ମଧ୍ୟରେ କାଳ ବୈଶାଖୀ ବର୍ଷା ଯୋଗୁ ହଠାତ୍‌ ବଜ୍ରପାତ ହେଉଛି। ଚାଷୀମାନେ ବଜ୍ରପାତ ଭୟରେ ଜମିରୁ ଚାଷ କାର୍ଯ୍ୟ ଛାଡ଼ି ଘରକୁ ଫେରି ଆସୁଥିବା ଦେଖାଯାଇଛି। ଏହି ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଗଲେ ସ୍ଥାନୀୟ ଲୋକମାନେ ଏହି ଅଘଟଣରୁ ବର୍ତ୍ତିଯିବା ସମ୍ଭବ ହେବ ବୋଲି ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri