କାମରେ ଆସୁନି ବଜ୍ରପାତ ନିରୋଧୀ ଯନ୍ତ୍ର

ମହାକାଳପଡ଼ା,୩ା୮ (ଡି.ଏନ.ଏ.): ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ପ୍ରାକୃତିକ ପରିବେଶ ବିଗିଡିଲାଣି। ଏହା ପ୍ରଭାବରେ ଭୂକମ୍ପ, ସୁନାମି, ବଜ୍ରପାତ, ଅନିୟମିତତା ବର୍ଷା, ବନ୍ୟା ଓ ସାମୁଦ୍ରିକ ଝଡ଼ ଆଦି ଦୁର୍ବିପାକ ବୃଦ୍ଧି ପାଇବାରେ ଲାଗିଛି। ଏହାର ନିରାକରଣ ପାଇଁ ବିଶ୍ୱର ପରିବେଶ ଓ ପାଣିପାଗ ବିଜ୍ଞାନୀମାନଙ୍କୁ ଚିନ୍ତା ଘାରିଲାଣି। ସେହିପରି ଏହି ପରିବେଶ ଉତ୍ତାପ ଯୋଗୁ ଆକାଶରେ ମେଘ ସହ ବଜ୍ରପାତ ଘଟୁଛି। ଫଳରେ ସ୍ଥଳଭାଗରେ ବିପୁଳ କ୍ଷତି ପହଞ୍ଚାଉଛି ବୋଲି ପରିବେଶବିତ୍‌ମାନେ କହୁଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୪୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଛାତ ଉପରେ ବଜ୍ରପାତ ନିରୋଧୀ ଯନ୍ତ୍ର ସ୍ଥାପନ କରାଯାଇଛି। ହେଲେ ସେ ସବୁ କାମରେ ଆସୁନାହିଁ। ଏ ସମ୍ପର୍କରେ ବଜ୍ରପାତ ନିରୋଧୀ ଯନ୍ତ୍ର ଲାଗିଥିବା ପ୍ରେମଚାନ୍ଦ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଶୀଲ ନାଥଶର୍ମାଙ୍କୁ ପଚାରିବାରେ ଓସଡମା ପକ୍ଷରୁ ୫ ବର୍ଷ ତଳେ ଏହି ଯନ୍ତ୍ର ସ୍ଥାପନ କରାଯାଇଥିଲା। ସେତେବେଳେ କର୍ତ୍ତୃପକ୍ଷ କହିଥିଲେ, ଏହି ଯନ୍ତ୍ର ଲାଗିବା ଦ୍ୱାରା ୫ଶହ ମିଟର ପର୍ଯ୍ୟନ୍ତ ବଜ୍ରପାତ ପଡିବ ନାହିଁ। ହେଲେ ଲାଗିବା ଦିନରୁ ଆଜି ପର୍ଯ୍ୟନ୍ତ ସେଭଳି କିଛି କାମ ଦେଉନି। ୨୦୨୧ରେ ବିଦ୍ୟାପୀଠ ନିକଟ ୩୦ ଫୁଟ ପାଖରେ ବଜ୍ରପାତରେ ସୁବଳ ମଣ୍ଡଳଙ୍କ ନଡ଼ିଆ ଗଛ ଓ ଘର ସମ୍ପୂର୍ଣ୍ଣ ରୂପେ ଜଳିଗଲା। ଏହି ସମୟରେ ପରିବାରର ଦୁଇଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ସେ କହିଛନ୍ତି। ଅପରପକ୍ଷେ ବଜ୍ରପାତ ନିରୋଧୀ ଯନ୍ତ୍ର ଲାଗିବା ଦିନରୁ ଏହାର ମରାମତି କି ଏହା କାମ କରୁଛି କି ନାହିଁ ତାହାର ତଦାରଖ କରାଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବଜ୍ରପାତରେ ବିଗତ ୧୦ବର୍ଷ ମଧ୍ୟରେ ବ୍ଲକ ଅଞ୍ଚଳରେ ୩୫ରୁ ଅଧିକ ଜୀବନ ଯାଇଛି। ଏହି ଉପକୂଳ ଅଞ୍ଚଳରେ ବଜ୍ରପାତଜନିତ ଘଟଣାରେ ୨୨ରୁ ଅଧିକ ଚାଷୀଙ୍କ ଜୀବନ ଚାଷ ଜମିରେ ଯାଇଛି ବୋଲି କୁହାଯାଇଛି। ସେହିପରି ଶିଳ୍ପ କାରଖାନାର ପ୍ରଦୂଷଣ, ମୋବାଇଲ୍‌ ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାରରୁ ବିକିରଣ ନିର୍ଗତ ଯୋଗୁ ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇ ବଜ୍ରପାତ ହେଉଛି ବୋଲି ପରିବେଶ ପ୍ରେମୀମାନେ ମତପ୍ରକାଶ କରିଛନ୍ତି। ବଜ୍ରପାତ ବିଶେଷକରି ବଡ଼ ବଡ଼ ତାଳ, ଖଜୁରି, ନଡ଼ିଆ ଆଦି ଗଛ ଉପରେ ପଡ଼ିବା ସହ କିଛିବର୍ଷ ମଧ୍ୟରେ ଘର ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିଛିବର୍ଷ ମଧ୍ୟରେ କାଳ ବୈଶାଖୀ ବର୍ଷା ଯୋଗୁ ହଠାତ୍‌ ବଜ୍ରପାତ ହେଉଛି। ଚାଷୀମାନେ ବଜ୍ରପାତ ଭୟରେ ଜମିରୁ ଚାଷ କାର୍ଯ୍ୟ ଛାଡ଼ି ଘରକୁ ଫେରି ଆସୁଥିବା ଦେଖାଯାଇଛି। ଏହି ଦୈବୀ ଦୁର୍ବିପାକରୁ ରକ୍ଷା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଗଲେ ସ୍ଥାନୀୟ ଲୋକମାନେ ଏହି ଅଘଟଣରୁ ବର୍ତ୍ତିଯିବା ସମ୍ଭବ ହେବ ବୋଲି ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri