ସ୍ବପ୍ନରେ ରହିଗଲା ବିଜୁଳି ଉତ୍ପାଦନ

ଭୁବନେଶ୍ୱର,୧୪ା୧୨(ଅନିଲ ଦାସ)ଭୁବନେଶ୍ୱର ମହାନଗର ନିଗମର ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦୈନିକ ସହରରୁ ବାହାରୁଥିବା ୮୦୦ ଟନ୍‌ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରିବା ଭୁବନେଶ୍ୱର ମହାନଗର ନିଗମ ଏବଂ ନଗର ଉନ୍ନୟନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି। ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଗତ ୧ଦଶନ୍ଧି ଧରି ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିଲେ ମଧ୍ୟ ସଫଳତା ଅପହଞ୍ଚ ହୋଇଛି। ଅପରପକ୍ଷରେ ଆବର୍ଜନା ଦୁର୍ଗନ୍ଧରେ ସହରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି।
ଏକ ଆକଳନରୁ ଜଣାପଡ଼ିଛି ଯେ, ବଡ଼ ବଡ଼ ସହରରେ ରହୁଥିବା ପ୍ରତ୍ୟେକ ଲୋକ ପିଛା ଦୈନିକ ୫୦୦ ଗ୍ରାମ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥାଏ। ଭୁବନେଶ୍ୱର ମହାନଗର ନିଗମରେ ପ୍ରାୟ ୧୫ଲକ୍ଷ ଲୋକ ବାସ କରୁଛନ୍ତି। ଜନସଂଖ୍ୟାକୁ ହିସାବକୁ ନେଲେ ସହରରୁ ଦୈନିକ ପ୍ରାୟ ୭୦୦ରୁ ୮୦୦ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି। ଏତେ ପରିମାଣ ବର୍ଜ୍ୟବସ୍ତୁକୁ ଠିକ୍‌ ଢଙ୍ଗରେ ପରିଚାଳନା ନେଇ ଆନ୍ତରିକତା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ ହେବାର ୨୮ବର୍ଷ ପରେ ମଧ୍ୟ ଏକ ଦୀର୍ଘମିଆଦୀ ବ୍ୟବସ୍ଥା ହୋଇପାରି ନାହିଁ । ଏହାର କୁପରିଣାମ ସହରବାସୀଙ୍କୁ ଭୋଗିବାକୁ ପଡୁଛି। ବିଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ଯେଉଁ ପଦକ୍ଷେପ ନିଆଯାଉଛି ତାହା ସଫଳ ହେଉ ନ ଥିବାରୁ ବର୍ଜ୍ୟବସ୍ତୁର କୁପରିଣାମ ସମଗ୍ର ସହରକୁ ଭୋଗିବାକୁ ପଡୁଛି। ୨୦୧୪ରେ ବିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଦାରୁଠେଙ୍ଗ ଡମ୍ପିଂ ୟାର୍ଡଠାରେ ଓ୍ବେଷ୍ଟ ଟୁ ଏନର୍ଜି(ବର୍ଜ୍ୟରୁ ବିଜୁଳି ) ନାମରେ ଏକ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଏସ୍‌ଏଲ୍‌ ମ୍ୟୁନିସିପାଲ ସଲିଡ୍‌ ଓ୍ବେଷ୍ଟ (ଏମ୍‌ଏସ୍‌ଡବ୍ଲ୍ୟୁ) ଭୁବନେଶ୍ୱର ଲିମିଟେଡ ନାମକ ସଂସ୍ଥା ସହିତ ଚୁକ୍ତିନାମା କରିଥିଲା। ଏଥିପାଇଁ ୨୦୦କୋଟି ଟଙ୍କାର ବଜେଟ ଅଟକଳ ମଧ୍ୟ ହୋଇଥିଲା। ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରି ୧୧ ମେଗାୱାଟ ଶକ୍ତି ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସରକାରୀ ଉଦାସୀନତା ଏଥିରେ ବାଧା ସୃଷ୍ଟି କରିଥିଲା। ୨୦୧୮ରେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଭୁଆସୁଣୀଠାରେ ବର୍ଜ୍ୟବସ୍ତୁ ପକାଇବା ଉପରେ ରୋକ ଲଗାଇବା ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପ୍ରକଳ୍ପ ଆଶା ମଉଳି ଗଲା। ଏସ୍‌ଏଲ୍‌ ସଂସ୍ଥା ଏହି ଚୁକ୍ତିନାମାରୁ ଓହରିଗଲା ପରେ ଦାରୁଠେଙ୍ଗଠାରେ ଆବର୍ଜନା ପାହାଡ଼ ଠିଆ ହେଲା। ଏପରି କି ସୈନିକ ସ୍କୁଲଠାରୁ ଦାରୁଠେଙ୍ଗ ବର୍ଜ୍ୟବସ୍ତୁ ପରିବହନ ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଯୋଗୁ ଜୀବନହାନୀ ମଧ୍ୟ ହେଲା। ପରେ ଦାରୁଠେଙ୍ଗ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁ ୨୦୨୩ ମେ’ ୧୫ ତାରିଖରେ ସୈନିକ ସ୍କୁଲ ଡମ୍ପିଂ ୟାର୍ଡରୁ ଦାରୁଠେଙ୍ଗକୁ ଅଳିଆବୁହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଦାରୁଠେଙ୍ଗ ଗ୍ରାମବାସୀ ବିଜୟ ଉତ୍ସବ ପାଳନ କଲେ। ଏଭଳି ପରିସ୍ଥିତିରେ ବିଏମ୍‌ସି ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ସହରର ସମସ୍ତ ୮୦୦ ଟନ୍‌ ଆବର୍ଜନା ଗଦାହୋଇ ପାହାଡ଼ ଆକାର ଧାରଣ କରିଛି। ଏଥିରୁ ନିଗର୍ତ ହେଉଥିବା ପଚାପାଣି ଦୁର୍ଗନ୍ଧ ଯୋଗୁ ଭିଏସ୍‌ଏସ୍‌ ନଗର, ଗଜପତି ନଗର, ଗାଡ଼କଣ, ଚନ୍ଦ୍ରଶେଖରପୁର, ଚକେଇସିହାଣି, ରସୁଲଗଡ଼, ଆଚାର୍ଯ୍ୟବିହାର, ଆଇଆର୍‌ସି ଭିଲେଜ ଆଦି ଅଞ୍ଚଳର ଜନସାଧାରଣ ଅସ୍ତବ୍ୟସ୍ତ ହୋଇଛନ୍ତି। ଡମ୍ପିଂୟାର୍ଡ ନିକଟବର୍ତ୍ତୀ ଅଞ୍ଚଳର ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବତନ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି, କମ୍ପାନୀକୁ ୧୦୦ ଏକର ଜମି ବ୍ୟାଙ୍କ ବନ୍ଧକ ମାଗିବାରୁ ଓ୍ବେଷ୍ଟ ଟୁ ଏନର୍ଜି ପ୍ରକଳ୍ପ କାର୍ଯ୍ୟ ଆଗେଇପାରି ନ ଥିଲା। ଏପରି କି ଉକ୍ତ କମ୍ପାନୀ ଚୁକ୍ତିନାମାରୁ ମଧ ଓହରି ଯାଇଥିଲା ବୋଲି ମିଶ୍ର କହିଛନ୍ତି।
ପ୍ରକାଶ ଯେ, ରାଜଧାନୀର ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଏମ୍‌ସି ଅଣ୍ଟା ଭିଡ଼ି ବର୍ଜ୍ୟବସ୍ତୁ ପରିଚାଳନାର ବିକେନ୍ଦ୍ରୀକରଣ କରିଥିଲା। ସହରର ୪୩ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଏବଂ ମ୍ୟାଟେରିଆଲ ରିକୋଭରି ଫାସିଲିଟ ନିର୍ମାଣ କରାଯାଇଛି। ନିଜ ୱାର୍ଡର ଆବର୍ଜନାକୁ ଖତରେ ପରିଣତ କରାଯିବ। ବିଏମ୍‌ସିର ଏହି ଯୋଜନା ବିଭିନ୍ନ କାରଣରୁ ଫେଲ୍‌ ହୋଇଛି। କ୍ଷୁଦ୍ର ଏମ୍‌ସିସି ବିଫଳ ହେବା ପରେ ବିଏମ୍‌ସି ପକ୍ଷରୁ ପଳାଶୁଣିଠାରେ ୩୫୦ଟନ୍‌ର ମେଗା ଏମ୍‌ସିସି କରିବା ପାଇଁ ଯୋଜନା ହୋଇଛି। ଏହା କେତେଦୂର ସଫଳ ହେବ ଏବଂ ସହରବାସୀଙ୍କୁ ଦୁର୍ଗନ୍ଧରୁ ରକ୍ଷା ମିଳିବ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?